ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳନ

ଛେଣ୍ଡିପଦା,୧୫।୮(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମିନି ଷ୍ଟାଡିୟମଠାରେ ବ୍ଲକ ସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ମହାଆଡମ୍ବର ପାଳିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଛାତ୍ରୀଛାତ୍ରଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ଛାତ୍ରୀଛାତ୍ରଙ୍କ ଦ୍ବାରା ଦେଶାତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀ, ଉପାଧକ୍ଷା ସୁଷମା ରାଉଳ, ବ୍ଲକ ଶିକ୍ଷା ଅଧିକାରୀ ଇଶ୍ବର ଚନ୍ଦ୍ର ସାହୁ, ପ୍ରାଣୀଧନ ଅଧିକାରୀ ବିକାଶ କୁମାର ବେହେରାଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଛେଣ୍ଡିପଦା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର, ଛେଣ୍ଡିପଦା ବ୍ଲକର ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସେହିପରି ଛେଣ୍ଡିପଦା ବ୍ଲକର ବାଗଡିଆଠାରେ ଜୋନସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ମହାଆଡମ୍ବର ପାଳିତ ହୋଇଯାଇଛି।


All Right Reserved By Dharitri.Com

ଅନୁଗୋଳ ବନମଣ୍ଡଳରେ ୧୩୧ କୁମ୍ଭୀର

ଅନୁଗୋଳ ସହର, ୬।୨ – ସାତକୋଶିଆ ବନଖଣ୍ଡ, ମହାନଦୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ଆଠଗଡ଼, କଟକ, ଢେଙ୍କାନାଳ, ଅନୁଗୋଳ ବନଖଣ୍ଡ ଓ ଯାଜପୁର ବନଖଣ୍ଡକୁ ନେଇ...

ପରିବାରର ୫ ଜଣଙ୍କୁ ଆକ୍ରମଣ, ୫ ଗିରଫ

ବଇଣ୍ଡା, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା କୋରାବ ଗ୍ରାମର ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ...

ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର...

ଆକ୍ରମଣ ଅଭିଯୁକ୍ତ ଗିରଫ

ତାଳଚେର,୪ା୧୧(ନି.ପ୍ର.)- ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ କଲିୟାରୀ ପୋଲିସ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଅବିନାଶ ସାହୁଙ୍କୁ ରବିବାର...

ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ବଅଁରପାଳ,୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଦିହସାହିର ଧୁଳିଆ ଗୋଚ୍ଛାୟତଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରର ଝରକା...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୧।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭଟ୍ଟପାଳ ଗାଁରେ ଶନିବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ...

ଚାବି ହଜିଲେ ଖୋଜାପଡ଼ନ୍ତି ଯଶୋବନ୍ତ

ଘର ଉତ୍ତରପ୍ରଦେଶ। କିନ୍ତୁ ତାଙ୍କ ପରିଚୟ ରହିଛି ନାଲ୍‌କୋ ଅଞ୍ଚଳରେ। ଜଣେ ଭଲ ଚାବି କାରିଗର ଭାବେ ବର୍ଷ ବର୍ଷ ଧରି ସେ ଏଠାରେ କାର୍ଯ୍ୟ...

ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ

ବଇଣ୍ଡା,୧୮।୨ – ଆଗ୍ରହ ଥିଲେ ସୁଯୋଗ ଆପଣାଛାଏ ଆସେ। ଆଉ ଉକ୍ତ ସୁଯୋଗର ସଦୁପୋଯୋଗ କିପରି ସଫଳତାର ମାର୍ଗ ପ୍ରଶସ୍ତ କରିଥାଏ ତାହାର ଉଦାହରଣ ହେଲେ...

Leave a comment

Your email address will not be published. Required fields are marked *