ଦୁର୍ବଳ ବନ୍ଧ ପାଇଁ ଭୟ,୩ ସ୍ଥାନରେ ରାସ୍ତା ଉପରେ ପାଣି

ବାଙ୍କୀ/ତିଗିରିଆ, ୧୫ା୮ (ସ୍ବ.ପ୍ର./ ଡି.ଏନ୍‌.ଏ.): ମହାନଦୀରେ ବନ୍ୟାଜଳ ବୁଧବାର ପ୍ରବାହିତ ହୋଇ ବାଙ୍କୀଠାରେ ଅପରାହ୍ନ ୪ଟାରେ ୭.୭୦ମିଟର ଥିବା ଲକ୍ଷ୍ୟ କରାଯାଇଥିଲା। ଏଠାରେ ବିପଦ ସଂକେତ ୭.୭୮ମିଟର ରହିଛି। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ସ୍ଥାନରେ ମହାନଦୀ ବନ୍ଧ ଦୁର୍ବଳ ଅବସ୍ଥାରେ ଥିବାରୁ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ବନ୍ୟାଫଳରେ ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟାଜଳ ବୃଦ୍ଧି ଯୋଗୁ ଘୋଡାବର-ରତାଗଡ଼ଠାରେ ହୁଳୁହୁଳା ସେତୁ ଉପରେ ୬ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ରଣନଦୀରେ ବନ୍ୟାଜଳ ଆସି ଶିମିଳିପୁର ତାଳବସ୍ତ ରାସ୍ତାରେ ବନ୍ୟାଜଳ ୩ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏହା ଦ୍ୱାରା ଶଖୁଆଖଳା ଗ୍ରାମ ସମ୍ପୂର୍ଣ୍ଣଭାବେ ପାଣି ଘେରରେ ରହିଛି। ସେହିପରି ଚନ୍ଦ୍ରପା ସେତୁ ଉପରେ ୧ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଯଦି ଏହିପରି ଭାବରେ ବନ୍ୟାଜଳ ବୃଦ୍ଧି ହୁଏ ତେବେ ଗୁରୁବାର ସୁଦ୍ଧା ବାଙ୍କୀ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସମ୍ଭାବନା ଦେଖାଦେଇଛି।


All Right Reserved By Dharitri.Com

ନୟାପଲ୍ଲୀରେ ଏଥର, ‘ପଦ୍ମାବତୀ ପ୍ୟାଲେସ୍‌

ଭୁବନେଶ୍ୱର,୫|୯(ବ୍ୟୁରୋ) – ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ। ଧୂମ୍‌ଧାମରେ ମା’ଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସଜବାଜ।...

ଜାତୀୟସ୍ତରରେ ଓଡ଼ିଶା ସ୍ବୟଂ ସହାୟକ ଗୋଷ୍ଠୀ ପୁରସ୍କୃତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶାର ମତ୍ସ୍ୟ ଉତ୍ପାଦକ ସ୍ବୟଂ ସହାୟକ ଗୋଷ୍ଠୀ। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ଗଞ୍ଜାମ ଜିଲା ସାନଖେମୁଣ୍ଡିର ମା’...

ଶ୍ରୀମନ୍ଦିର ପରି ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ପ୍ରସ୍ତୁତ ହେବ ଅଧିନିୟମ: ମନ୍ତ୍ରୀ

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ(ଆକ୍ଟ) ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆଇନ ଖୁବ୍‌ଶୀଘ୍ର ପ୍ରଣୟନ କରାଯିବ। ଲୋକସେବା ଭବନରେ ଆଇନ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା...

ସରକାରୀ ନିର୍ଦ୍ଦେଶକୁ ଅବମାନନା: ଖରାଛୁଟି ଅବଧି ବୃଦ୍ଧି ସତ୍ତ୍ୱେ ରାଜଧାନୀର କିଛି ଘରୋଇ ସ୍କୁଲ ଖୋଲା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଖରାଛୁଟି ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ଏହାନୁଯାୟୀ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ୨୫ ତାରିଖ ଯାଏ...

୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା...

ଆଜିଠୁ ଚନ୍ଦନଯାତ୍ରା: କଟକଣା ପାଇଁ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁ, ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହେବ ବିଧି

ପୁରୀ ଅଫିସ,୨୬।୪: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ତେଣୁ ରବିବାରଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। କିନ୍ତୁ...

Leave a comment

Your email address will not be published. Required fields are marked *