ମାଲେସିଆରୁ ଜାକିରଙ୍କ ବହିଷ୍କାର ଦାବି

କୁଆଲାଲମ୍ପୁର,୧୫ା୮: ଭାରତୀୟ ଇସ୍‌ଲାମୀୟ ଧର୍ମଗୁରୁ ଜାକିର ନାଏକଙ୍କୁ ମାଲେସିଆରୁ ବହିଷ୍କାର କରିବା ଲାଗି ୩ ଜଣ ମନ୍ତ୍ରୀ ଦାବି କରିଛନ୍ତି। ୩ ବର୍ଷ ହେଲା ମାଲେସିଆରେ ରହୁଥିବା ଜାକିରଙ୍କ ବିରୋଧରେ ଭାରତରେ ମନିଲଣ୍ଡରିଂ ଏବଂ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ନେଇ ମାମଲାର ବିଚାର ଚାଲିଛି। ଭାରତରେ ଥିବା ସଂଖ୍ୟାଲଘୁ ମୁସଲମାନଙ୍କ ତୁଳନାରେ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରରେ ରହୁଥିବା ହିନ୍ଦୁମାନଙ୍କର ୧୦୦ ଗୁଣ ଅଧିକ ଅଧିକାର ଥିବା କହି ସେ ପୁଣି ବିବାଦ ଘେରକୁ ଆସିଛନ୍ତି। ଜାକିର ମୁସଲମାନ ଓ ଅଣମୁସଲମାନମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ଲକ୍ଷ୍ୟରେ ଏଭଳି କହୁଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ଗୋବିନ୍ଦ ସିଂ ଦେଓ, ଏମ୍‌. କୁଳଶେଗରନ, ଜାଭିଏର ଜୟକୁମାର ଜାକିରଙ୍କ ବହିଷ୍କାର ଲାଗି ପ୍ରଧାନମନ୍ତ୍ରୀ ମହାଥିର୍‌ ମହମ୍ମଦଙ୍କୁ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ...

ଥରିଲା ଆଲବାନିଆ: ବହୁ କୋଠା ଧରାଶାୟୀ

ଟିରାନା,୨୬।୧୧: ଆଲବାନିଆରେ ବୁଧବାର ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା...

ସାରା ପୃଥିବୀରେ କରୋନା ଆତଙ୍କ: ଚାଇନାର ହୁବେଇରୁ ହଟିବ ଲକ୍‌ଡାଉନ୍‌

ବେଜିଂ,୨୪।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଚାଇନାର ହୁବେଇରୁ ଦୀର୍ଘ ଦିନ ଧରି ଜାରି ରହିଥିବା ଲକ୍‌ଡାଉନ୍‌ ମଙ୍ଗଳବାର ରାତିରୁ ହଟାଇ ନିଆଯିବ।...

ଏକ ଛତ୍ରବାଦୀ ଶାସକ କିମ୍‌ କଲେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନ: ହେଲେ ଦେଶର ସର୍ବୋଚ୍ଚ ଅଧିକାରୀ

ପୋୟାଙ୍ଗ୍‌ୟାଙ୍ଗ୍‌,୧୧।୭: ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ ଗୁରୁବାର ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହାଦ୍ୱାରା କିମ୍‌ ଦେଶର ସର୍ବୋଚ୍ଚ ଅଧିକାରୀ ଭାବେ ଏବେ...

ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର

ଇସଲାମାବାଦ୍‌,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ...

କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଳାଗିଛି। ଇତିମଧ୍ୟରେ ପୃଥିବୀରେ ସଂକ୍ରମିତଙ୍କ ସଂଖ୍ୟା ୩୬...

ବିବାହ ନାମରେ ମାନବ ଚାଲାଣ : ୬୨୯ ପାକିସ୍ତାନୀ ଝିଅଙ୍କୁ ଚାଇନାରେ ବିକ୍ରି

ଲାହୋର,୫ା୧୨(ଏ.ପି.): ବିବାହ ନାମରେ ଚାଲିଛି ସାଂଘାତିକ ମାନବ ଚାଲାଣ। ଚାଇନାରେ ବାହାହେବା ପାଇଁ ପୁଅଙ୍କୁ ଝିଅ ମିଳୁ ନ ଥିବାବେଳେ ପାକିସ୍ତାନରୁ ପ୍ରତାରଣା କରି ଅଣାଯାଉଛି ଯୁବତୀମାନଙ୍କୁ।...

କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର...

Leave a comment

Your email address will not be published. Required fields are marked *