Posted inଖେଳ

ୟୁରୋପ ଆଥଲେଟିକ୍ସ ମିଟ୍‌ରେ ଭାଗ ନେବା ଆଶା ଅଧୁରାଦୂତୀ ନିରାଶ, ଭିଜା ମିଳିଲାନି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ ରେକର୍ଡର ଅଧିକାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଧାବିକା ଦୂତୀ ଚାନ୍ଦଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ୟୁରୋପ୍‌ ଗସ୍ତ ପାଇଁ ତାଙ୍କୁ ଭିଜା ମିଳିଲାନି। ତେଣୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍‌ ଗସ୍ତରେ ଯାଇ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଯେଉଁ କାର୍ଯ୍ୟକ୍ରମ ରହିଥିଲା ତାହା ଧୂଳିସାତ୍‌ ହୋଇଛି। ସୋସିଆଲ ମିଡିଆ ଜରିଆରେ ଦୂତୀ ଏହା ପ୍ରକାଶ କରିଛନ୍ତି। ”ଫେକ୍‌ ନ୍ୟୁଜ, ମୋତେ ଭିଜା ମିଳିଲା ନାହିଁ। ସୋର ସବୁ ଆଶା ମଉଳି ଗଲା। ମୋର ଜର୍ମାନୀ ଯିବା କ୍ୟାନସଲ“ ବୋଲି ଦୂତୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ନିଜର ଭିଜା ସମ୍ପର୍କିତ ଔପଚାରିକତା ପୂରଣ ପାଇଁ ଦୂତୀ ବହିର୍ବ୍ୟାପାର ବିଭାଗ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ଅନୁମୋଦିତ ଆୟର୍ଲାଣ୍ଡ (ଅଗଷ୍ଟ ୧୩) ଓ ଜର୍ମାନୀ(ଅଗଷ୍ଟ ୧୯) ମିଟ୍‌ ପାଇଁ ଓଡ଼ିଶା ଆଇକନ୍‌ ଦୂତୀ ଚାନ୍ଦଙ୍କୁ ଭିଜା ମିଳିଲା ବୋଲି ଗତ ୯ ତାରିଖରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଟୁଇଟର ପୃଷ୍ଠାରେ ଉଲ୍ଲେଖ କରାଯାଇଥିଲା। ଏପରି ଭୁଲ ଖବରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୂତୀ। ”ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇଁ ୟୁରୋପରେ ୨ଟି ରେସ୍‌ରେ ଭାଗ ନେବାକୁ ଯେଉଁ ସ୍ବପ୍ନ ଦେଖିଥିଲି ତାହା ଆଶାରେ ରହିଗଲା। ୨ଟି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିଥିଲି। ପ୍ରତିଯୋଗିତାରେ ଭାଗ ନେବାକୁ ପଇଠ କରିଥିବା ୪ ଲକ୍ଷ ଟଙ୍କା ମଧ୍ୟ ମୋତେ ଫେରସ୍ତ ମିଳିବ ନାହିଁ। ତତ୍କାଳରେ ଟିକେଟ ବୁକ୍‌ କରିଥିବାରୁ ଟିକେଟ ମଧ୍ୟ ବାତିଲ କରି ପାରିବି ନାହିଁ। ଏହା ମୋତେ ଖୁବ୍‌ ଆଘାତ ଦେଇଛି ବୋଲି ଦୂତୀ କହିଛନ୍ତି। ଆଇଏଫଏଫର ଏହି ୨ଟି ପ୍ରତିଯୋଗିତା ପାଇଁ ଭିଜା ମିଳିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏ ନେଇ ଦୂତୀଙ୍କ ସହ ଗତ ମଙ୍ଗଳବାର ଯୋଗାଯୋଗ କରାଯାଇ ପାରିଥିଲା। ପାସପୋର୍ଟ ପାଇଁ ତାଙ୍କର ସ୍ଥାୟୀ ଠିକଣାକୁ ନେଇ କେତେକ ସମସ୍ୟା ରହିଥିଲେ ହେଁ ତାଙ୍କୁ ଅବଗତ କରାଯିବା ବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, ଦୂତୀ ଜୁଲାଇ ୧୦ରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରି ପ୍ରଥମ ଭାରତୀୟ ଭାବେ ମହିଳା ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୧୦୦ ମିଟର ରେସ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଂ ହେଉଛି ୧୧.୨୪ ସେକେଣ୍ଡ। ୨୦୨୦ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଙ୍ଗ୍‌ ଟାଇମିଂ ୧୧.୧୫ ସେକେଣ୍ଡ ରହିଛି। ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଥିଲେ।


All Right Reserved By Dharitri.Com

Posted inଖେଳ View All

ଦୁଲୀପ୍‌ ଟ୍ରଫି ଫାଇନାଲ: ଈଶ୍ୱରନଙ୍କ ଶତକ: ଦୃଢ଼ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ, ୬।୯ (ପି.ଟି.)- ଓପନର୍‌ ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷରେ ଚାଲିଥିବା ଦୁଲୀପ୍‌ ଟ୍ରଫି ଫାଇନାଲରେ ପ୍ରିୟଙ୍କ ପଞ୍ଚଲଙ୍କ...

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି...

ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍‌ କରିବାକୁ ମନାକଲେ ବୋଲର

ପର୍ଲ,୧୩।୧୨- ଚଳିତ ଏମ୍‌ଝାନ୍‌ସି ସୁପର ଲିଗ୍‌ରେ ଏପର୍ଯ୍ୟନ୍ତ ବହୁ ଆକ୍ସନ ହୋଇସାରିିଛି। ନେଲସନ ମଣ୍ଡେଲା ବେ ଜିଆଣ୍ଟସ ଓ ପର୍ଲ ରକ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ହାଇତି ଫୁଟବଲ ମୁଖ୍ୟ ସସ୍‌ପେଣ୍ଡ

ପୋର୍ଟ-ଅଉ-ପ୍ରିନ୍ସ (ହାଇତି), ୨୬।୫ (ଏଏଫ୍‌ପି): ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ହାଇତି ଫୁଟବଲ ଫେଡେରେଶନ ମୁଖ୍ୟ ୟଭେସ ଜିନ-ବାର୍ଟଙ୍କୁ ସସ୍‌ପେଣ୍ଡ କରାଯାଇଛି। ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ...

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ...

ମହିଳା ଟି୨୦ ବିଶ୍ୱକପ୍‌: ପତ୍ନୀଙ୍କ ଲାଗି ଆଗୁଆ ସ୍ବଦେଶ ଫେରିିଲେ ଷ୍ଟାର୍କ

ମେଲବୋର୍ନ,୬।୩- ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ପୋଚେପ୍‌ଷ୍ଟ୍ରୁମ ଦିନିକିଆରେ ଖେଳିବେ ନାହିଁ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ। ସେ ରବିବାର ଭାରତ ଓ ଅଷ୍ଟ୍ରେଲିଆ...

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦: ଟସ୍‌ ପରେ ବର୍ଷା ଆରମ୍ଭ

ଗୁଆହାଟୀ,୫।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ବର୍ଷା ଯୋଗୁ ଖେଲ ଆରମ୍ଭ ହୋଇପାରିନାହିଁ। ଏହି ମ୍ୟାଚରେ ଟସ୍‌ ଜିତି...

ବିମାନବନ୍ଦରରେ ଧୋନୀଙ୍କ ବ୍ୟାଗ ଅଦଳ ବଦଳ

କୋଲକାତା,୧୧।୧୨- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟକ୍ତିଗତ କାରଣ ଯୋଗୁ କୋଲକାତାରେ ପହଞ୍ଚିଛନ୍ତି। ସ୍ଥାନୀୟ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...

Leave a comment

Your email address will not be published. Required fields are marked *