Posted inଜାତୀୟ

ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ

ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇ ଭଉଣୀଙ୍କୁ ଗୋଟିଏ ଭୋଟ ଦେବାର ଅଧିକାର ଦିଆଯାଇଥିଲା। ୨୦୧୫ରେ ନିର୍ବାଚନ ଅଧିକାରୀ ଦୁଇ ଭଉଣୀଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିବାରୁ ସେମାନଙ୍କୁ ଗୋଟିଏ ବ୍ୟକ୍ତି ବୋଲି ଦର୍ଶାଇ ଗୋଟିଏ ମତସାନର ଅଧିକାର ଦେଇଥିଲେ। ତେବେ ଚଳିତ ଲୋକ ସଭା ନିର୍ବାଚନରେ ସବା-ଫାରହାଙ୍କ ଦୁଇଟି ଭିନ୍ନ ଭିନ୍ନ ଶରୀର ଦର୍ଶାଯାଇ ନିର୍ବାଚନ କମିଶନ ସେମାନଙ୍କୁ ଏଭଳି ଅଧିକାର ପ୍ରଦାନ କରିଛନ୍ତି। ସେମାନେ କିଭଳି ଗଣତାନ୍ତ୍ରିକ ପଦ୍ଧତିର ଉପଯୋଗ କରିବେ ସେନେଇ ଦୁଇ ଭଉଣୀଙ୍କୁ ଅବଗତ କରାଯାଇଛି। ସେମାନେ ପାଟଳୀପୁତ୍ର ଲୋକ ସଭା ଆସନ ପାଇଁ ମତଦାନ କରିବେ।


All Right Reserved By Dharitri.Com

ବଦଳିଲା ନିୟମ: ୧୬ ନୁହେଁ ୨୪ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ,୭।୧: ଚଳିତବର୍ଷ ଯେଉଁମାନେ ନିଜ ଘର ପାଇଁ ନୂଆ ଏୟାର କଣ୍ଡିସନର(ଏସି) କିଣିବେ ସେମାନେ ଆରମ୍ଭରୁ ୨୪ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଏହାକୁ ଚଲାଇବେ। ସବୁ...

ଶିକ୍ଷୟିତ୍ରୀଙ୍କୁ ମିଳିଲା କନ୍ୟା ସଜାଇବା ଦାୟିତ୍ୱ

ସିଦ୍ଧାର୍ଥନଗର,୨୮।୧: ଉତ୍ତର ପ୍ରଦେଶରେ ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ଜନଗଣନା ଓ ନିର୍ବାଚନ ଭଳି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କଥା ଜଣାଥିଲା। ହେଲେ ଏବେ ଉତ୍ତର ପ୍ରଦେଶର କେତେଜଣ...

ଏନ୍‌ଡିଏ ୨: ଆରମ୍ଭରୁ ଫାଟ

ନୂଆଦିଲ୍ଲୀ,୧ା୬: ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହୋଇଛି। ସାଧାରଣ ନିର୍ବାଚନରେ ଲୋକ ସଭାର ୫୪୨...

ଜମ୍ମୁ-କଶ୍ମୀରରୁ ଟ୍ରାନ୍ସଫର୍‌ ହେବେ ଲଦାଖ ବାସିନ୍ଦା ୩୮୦ ପୋଲିସ

ନୂଆଦିଲ୍ଲୀ,୨୦।୧୦: ଜମ୍ମୁ-କଶ୍ମୀରରେ ମୁତୟନ ଥିବା ୩୮୦ ପୋଲିସଙ୍କୁ ଲଦାଖକୁ ଟ୍ରାନ୍ସଫର କରାଯିବ। ସେମାନେ ଲଦାଖର ବାସିନ୍ଦା। ଲଦାଖରେ ବିଭିନ୍ନ ଅଞ୍ଚଳ ସମ୍ପର୍କରେ ଭଲଭାବେ ସେମାନେ ପରିଚିତ...

ଜାକିରଙ୍କୁ ସଂଗୀତ ନାଟକ ଏକାଡେମୀ ଫେଲୋଶିପ୍‌

ନୂଆଦିଲ୍ଲୀ,୧୭ା୭(ପି.ଟି.): ବିଶିଷ୍ଟ ତବଲା ବାଦକ ଜାକିର ହୁସେନ୍‌, ଅହମିୟା ନୃତ୍ୟଶିଳ୍ପୀ ତଥା ନିର୍ଦ୍ଦେଶକ ଯତୀନ ଗୋସ୍ବାମୀ(ସତ୍ରୀୟ) ଏବଂ କେ. କଲ୍ୟାଣସୁନ୍ଦରମ୍‌ ପିଲାଇ(ଭାରତନାଟ୍ୟମ୍‌)ଙ୍କୁ ସଂଗୀତ ନାଟକ ଏକାଡେମୀର...

ମିଗ୍‌-୨୧ ବିମାନ ଉଡାଇ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାୟୁସେନାର ମୁଖ୍ୟ

ଚଣ୍ଡିଗଡ଼,୨୭।୫: ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନଓ୍ବା କାରଗିଲ ଶହୀଦଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ୩ ଦିନିଆ ଗ୍ରସ୍ତରେ କାରଗିଲ ଯାଇଥିବା ବିଏସ୍‌ ଧନଓ୍ବା...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର

ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ...

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି: ସାମିଲ୍‌ ହେଲା ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌

ନୂଆଦିଲ୍ଲୀ,୨୮।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି। ଇତିମଧ୍ୟରେ ଭାସମାନ ପରୀକ୍ଷଣ ରେଞ୍ଜ୍‌(ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌) ପ୍ରତିରକ୍ଷା କ୍ଷେତ୍ରରେ ସାମିଲ୍‌ ହୋଇଛି। ଏହାକୁ ଡିଆର୍‌ଡିଓ ଦ୍ୱାରା...

Leave a comment

Your email address will not be published. Required fields are marked *