Posted inUncategorized

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବୃଦ୍ଧ ଗିରଫ

କେନ୍ଦୁଝର, ୧୪ା୮ (ସ୍ବ.ପ୍ର./ଡି.ଏନ.ଏ.): ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ୪ର୍ଥ ଶ୍ରେଣୀ ରେ ପଢୁଥିବା ୯ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ତାଙ୍କ ନାମ ଚୈତନ୍ୟ ମହାନ୍ତ(୫୫)। ସେ ସମ୍ପର୍କୀୟ ଜେଜେ ବାପା ହେବେ ବୋଲି ଜଣାପଡିଛି । ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିଲା। ଛାତ୍ରୀ ଜଣକ ସ୍କୁଲରୁ ଫେରି ଖାଇପିଇ ଖେଳିବାକୁ ଘର ପାଖକୁ ଯାଇଥିଲେ। ଏହି ସମୟରେ ଚୈତନ୍ୟ ତାଙ୍କୁ ଛେଳି ବାନ୍ଧି ଦେବାକୁ ଘରକୁ ଡାକି ସେଠାରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଥାନାରେ ମଙ୍ଗଳବାର ସନ୍ଧ୍ୟାରେ ଏତଲା ଦେବା ପରେ ବୁଧବାର ପୋଲିସ ଅଭିଯୁକ୍ତ ଚୈତନ୍ୟଙ୍କୁ ଗିରଫ କରିଛି। ପରେ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ

ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ।...

କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି...

କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା

ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ...

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି...

ୟୁରୋପିଆନ ମାଷ୍ଟର୍ସ ଗେମ୍ସ: ଇଟାଲୀ ଯିବେ ପାର୍ବତୀ

କଟକ ଅଫିସ,୨୪ା୭-ଓଡ଼ିଶା କ୍ରୀଡ଼ା ଜଗତର ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବୁଧବାର ଇଟାଲୀ ଯାତ୍ରା କରିବେ । ଇଟାଲୀର ଟୋରିନୋ...

୩୬ ବର୍ଷରେ ୭ ବଡ଼ ଦଙ୍ଗାରେ ୭,୫୦୦ରୁ ଅଧିକ ନିରୀହଙ୍କ ମୁଣ୍ଡ ଗଡ଼ିଛି: କେବଳ ନ୍ୟାୟିକ ଯାଞ୍ଚ୍‌ ସହ ଶୁଣାଣି ରହିଛି ଜାରି

ନୂଆଦିଲ୍ଲୀ,୧।୩: ଦେଶ ବିଭାଜନ ପରେ ଦଙ୍ଗାରେ ବହୁ ଧନଜୀବନ ହାନି ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିବା କମ ହୋଇଥିଲା। ୧୯୮୪ଠାରୁ ଗତ ୩୬...

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ...

Leave a comment

Your email address will not be published. Required fields are marked *