Posted inଖେଳ

ଟେଲରଙ୍କ ଅପରାଜିତ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୦୩/୫

ଗାଲେ, ୧୪।୮(ପି.ଟି.): ସ୍ଥାନୀୟ ଗାଲେ ନ୍ୟାଶନାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ୮୬ ରନର ଅର୍ଦ୍ଧଶତକୀୟ ପାଳି ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬୮ ଓଭରରେ ୫ ଉଇକେଟ ହରାଇ ୨୦୩ ରନ ସଂଗ୍ରହ କରିଛି। ଡାହାଣହାତୀ ଅଫ୍‌ ସ୍ପିନର ଦନଞ୍ଜୟ ମାତ୍ର ୫୭ ରନ ବ୍ୟୟ କରି ସବୁ ୫ଟି ଯାକ ଉଇକେଟ ଅକ୍ତିଆର କରିଥିଲେ। ଷ୍ଟମ୍ପ ଅପରସାରଣ ବେଳକୁ ୧୩୧ଟି ବଲର ସମ୍ମୁଖୀନ ହୋଇ ଟେଲର ୬ ଚୌକା ସହ ୮୬ ଓ ମିଚେଲ ସାଣ୍ଟନର ୮ ରନକରି ଅପରାଜିତ ରହିଛନ୍ତି। ଜିତ୍‌ ରାଭାଲ ଓ ଟମ୍‌ ଲଥାମ ଇନିଂସ ଓପନ କରି ପ୍ରଥମ ଉଇକେଟ ଯୋଡିରେ ୬୪ ରନ ସଂଗ୍ରହ କରିଥିଲେ। ଲଥାମ ୩୦ ରନ କରିଥିବା ବେଳେ ଅକିଳ ଦନଞ୍ଜୟଙ୍କ ବଲ୍‌ରେ ଉଇକେଟକିପର ନିରୋଶାନ ଡିକ୍‌ଓ୍ବେଲାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଇନ୍‌ଫର୍ମ ଅଧିନାୟକ କେନ୍‌ ଓ୍ବିଲିୟମସନ ଖାତା ଖୋଲିବା ପୂର୍ବରୁ ଶର୍ଟ ମିଡ୍‌ଉଇକେଟରେ ଦିମୁଖ କରୁଣାରତ୍ନେଙ୍କୁ କ୍ୟାଚ୍‌ ଦେଇ ଦନଞ୍ଜୟଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ରାଭାଲ ୩୩ ରନ କରିଥିବା ବେଳେ ଦନଞ୍ଜୟଙ୍କ ବଲ୍‌ରେ ସ୍ଲିପ୍‌ରେ ଧନଞ୍ଜୟ ଡିସଲ୍‌ଭାଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ହେନେରୀ ନିକୋଲ୍ସ ୪୨ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟିଲିଂ ୧ ରନ କରି ଦନଞ୍ଜୟଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ଆଉଟ ହୋଇଥିଲେ। ବୋଲିଂରେ ଚତୁର୍ଥଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସେମାନଙ୍କ ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି। ଏହି ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ୯ଟି ଦଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଓ ଟେଷ୍ଟ ଫର୍ମାଟରେ ସେମାନଙ୍କର ଶ୍ରେଷ୍ଠତ୍ୱ ଜାହିର ପାଇଁ ପ୍ରୟାସ କରିବେ। ବର୍ଷା ଯୋଗୁ ପ୍ରଥମ ଦିବସରେ ପାଖାପାଖି ଏକ ଘଣ୍ଟା ଖେଳ ବନ୍ଦ ରହିଥିଲା ଓ ୨୨ ଓଭର ଖେଳ ସମ୍ଭବ ହୋଇପାରି ନ ଥିଲା।


All Right Reserved By Dharitri.Com

Posted inଖେଳ View All

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ...

ଗୋଟେ ଓଭରରେ ୫ ଛକା ମାରିଲେ କେକେଆର ଖେଳାଳି ବାଣ୍ଟନ

ବ୍ରିସବେନ, ୬।୧- ବ୍ରିସବେନ ହିଟ୍‌ ପକ୍ଷରୁ ଖେଳୁଥିବା ଇଂଲଣ୍ଡର ବିସ୍ଫୋରକ ଓପନର ଟମ ବାଣ୍ଟନ ସୋମବାର ବିଗ୍‌ ବାଶ ଲିଗ୍‌(ବିବିଏଲ)ର ସିଡ୍‌ନୀ ଥଣ୍ଡର୍ସ ବିପକ୍ଷ ମ୍ୟାଚ୍‌ରେ...

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

ଆଶେସ ଦେଖିବା ଲାଗି ୧୨ ବର୍ଷୀୟ ବାଳକଙ୍କ ଅଭିନବ ପ୍ରୟାସ

ମାଞ୍ଚେଷ୍ଟର ୭ା୯ (ପି.ଟି.)-ଇଂଲଣ୍ଡରେ ଆଶେସ ଦେଖିବା ଲାଗି ଅଷ୍ଟ୍ରେଲିଆର ଜଣେ ୧୨ ବର୍ଷୀୟ ବାଳକ ଯାହା କରିଛନ୍ତି, ସେଭଳି ଦୃଷ୍ଟାନ୍ତ କହିବାକୁ ଗଲେ ଦେଖାଯାଏନି। ନିଜର...

ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ପର୍ଥ,୧୫।୧୨(ଏଏଫ୍‌ପି)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଆହୁରି ମଜଭୁତ୍‌ କରିଛି। ଟସ୍‌...

ଇଣ୍ଡିଆ-ସି ୧୦ରନରେ ବିଜୟୀ

କଟକ ଅଫିସ,୭।୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ସୋମବାର ଇଣ୍ଡିଆ-ସି ଦଳ ୧୦ରନରେ ଇଣ୍ଡିଆ-ଏ’କୁ ପରାସ୍ତ କରିଛି। ଇଣ୍ଡିଆ-ସି ପକ୍ଷରୁ...

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି...

ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ...

Leave a comment

Your email address will not be published. Required fields are marked *