ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡରେ ଆଜକୁ ୩ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶହ ଶହ ଏକର ଚାଷଜମି ବାଲିଚର ହେବା ସହ ଅନେକ ଗରୀବଙ୍କ ଘର ଭୁଶୁଡି ପଡିଛି । ବୁଧବାର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଲାଞ୍ଜିଗଡ ଅଞ୍ଚଳର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ପ୍ରଥମେ ବିଧାୟକ ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ପରେ ପୋଖରୀବନ୍ଧ ପଞ୍ଚାୟତ ବିନାୟକପୁର, ଚମ୍ପାଦେଇପୁର ପଞ୍ଚାୟତର ଚନ୍ଦନପୁର, ଗୋପୀନାଥପୁର ପରିଦର୍ଶନ କରିଥିବା ବେଳେ ଛତ୍ରପୁରରୁ ବାତେରଲିମାକୁ ସଂଯୋଗ କରୁଥିବା ପୋଲ ନିକଟ ରାସ୍ତା ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଦେଖିଥିଲେ । ହେଲେ କାନକୁଟ୍ରୁ ପଞ୍ଚାୟତର ୬ଟି ଗାଁ ବର୍ତ୍ତମାନ ମଧ୍ୟ ଜଳବନ୍ଦି ଅବସ୍ଥାରେ ଥିବା ବେଳେ ସେ ଅଞ୍ଚଳକୁ ବିଧାୟକଙ୍କ ଦୃଷ୍ଟି ପଡି ନ ଥିଲା। ଲାଞ୍ଜିଗଡ ବ୍ଲକରେ ଥିବା ଘାଟି ଅଞ୍ଚଳର ପାହାଡପଦର, ମାଳିଯୁବାଙ୍ଗ, ଲାଖବାହାଲି, ବେନଗାଁ, ଲାଞ୍ଜି, ବନ୍ଧପାରୀ, କାନକୁଟ୍ରୁ, କୁମଖାଲ ଓ ବେଡାଗାଁ ପଞ୍ଚାୟତରେ ଏହି ବନ୍ୟାରେ ଅନେକ ଲୋକଙ୍କ ଘର ଭୁଶୁଡି ପଡିଥିବା ବେଳେ ଅନେକ ଚାଷଜମୀ ବାଲିଚର ହୋଇ ଚାଷସବୁ ନଷ୍ଟ ହୋଇଯାଇଛି । ଏହି ଯାଗାକୁ ବିଧାୟକ ପରିଦର୍ଶନ କରି ଦେଖିବା କଥା ବୋଲି ଅନେକ ମତପ୍ରକାଶ କରିଛନ୍ତି। ନିର୍ବାଚନ ପରେ ବିଧାୟକ ପ୍ରଦିପଙ୍କ ଏହା ପ୍ରଥମ ଲାଞ୍ଜିଗଡ ଅଞ୍ଚଳ ଗସ୍ତ ଥିଲା । ବିଧାୟକ ଦିଶାରୀ ଆସିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଗସ୍ତରେ ବିଧାୟକ ଅନେକ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ । ଏହି ଗସ୍ତରେ ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନି, ବିଶ୍ୱମିତ୍ର ଘଡେଇ, ନରେନ୍ଦ୍ର ପ୍ରଧାନି ପ୍ରମୁଖ ଉପସ୍ଥିତ ଥିଲେ ।


All Right Reserved By Dharitri.Com

ଶିଶୁ କଲ୍ୟାଣ ଅନୁଷ୍ଠାନକୁ ଆର୍ଥିକ ସହାୟତା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବିଭିନ୍ନ ଜିଲାର ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବୁଧବାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୩୦...

ବାବୁଲିଙ୍କୁ ଗୁଳିମାଡ଼ ଘଟଣା: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୧୭।୭: ଗତ ୧୩ ତାରିଖରେ ସହରର ଦଣ୍ଡାମୁଣ୍ଡ ଛକଠାରେ ଧର୍ମରକ୍ଷା ସେନାର ଜିଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ୨ଜଣ ଦୁର୍ବୃତ୍ତ ଗୁଳିମାଡ଼...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର...

ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.): ୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା...

ସୁମନଙ୍କୁ ‘ଏଆର୍‌ ମିସେସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ଅନ୍ୟତମ ଲୋକପ୍ରିୟ ବ୍ୟୁଟି ପାଜେଣ୍ଟ ‘ଏଆର୍‌ ମିସେସ୍‌ ଇଣ୍ଡିଆ’ର ୨୦୧୯ ସଂସ୍କରଣ ପାଇଁ ନିକଟରେ ଦେଶର ବିଭିନ୍ନ ସହରରେ ଅଡିଶନ୍‌ ଶେଷ...

୧୮ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା

ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ଜର୍ଦ୍ଦା କାରଖାନା...

ଘାତକ ସାଜିଛି ବଜ୍ରପାତ, ନେଲାଣୀ ୧୯ ଜୀବନ

ଜଗତ୍‌ସିଂହପୁର ଅଫିସ,୨୩ା୬: ବଜ୍ରପାତକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି। ୨୦୧୬-୧୭ରୁ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ...

Leave a comment

Your email address will not be published. Required fields are marked *