Posted inଜାତୀୟ

‘ଏମିତି ହୁଏନି ଭାଇ’ କହି ସୁଷମାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜ ଓ ତାଙ୍କ କାର୍ଯ୍ୟଶୈଳୀକୁ ମନେପକାଇଛନ୍ତି। ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ସ୍ବର୍ଗତା ସୁଷମାଙ୍କ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୋଦି ସୁଷମାଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ, ସେ ତାଙ୍କଠାରୁ ବହୁତ କିଛି ଶିକ୍ଷାଲାଭ କରିଛନ୍ତି। ସୁଷମାଙ୍କ କାର୍ଯ୍ୟଶୈଳୀ ଯୋଗୁ ବହିିର୍ବ୍ୟାପାର ମନ୍ତ୍ରଣାଳୟର ଚିତ୍ର କିଛି ଅନନ୍ୟ ରହିଛି। ଏହା କହି ସେ ୫ବର୍ଷ ପୂର୍ବକୁ ଫେରିଯାଇଥିଲେ। ବହିର୍ବ୍ୟାପାର ମନ୍ତ୍ରଣାଳୟରେ କିଛି ପରମ୍ପରା ରହିଛି, ଯେଉଁଗୁଡ଼ିକ ଭାରି ଉତ୍ତମ ବୋଲି ମୋଦି କହିଥିଲେ। ୨୦୧୪ରେ ଯେବେ ମୋଦି ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ଜାତିସଂଘରେ ତାଙ୍କର ଭାଷଣ ଦେବାର ଥିଲା, ପ୍ରଥମ ଥର ପାଇଁ ସେ ସେଠାକୁ ଯାଇଥିଲେ। ତେବେ ପୂର୍ବରୁ ସୁଷମାଜୀ ସେଠାରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ। ପରଦିନ ଜାତିସଂଘରେ ମୋଦିଙ୍କ ଭାଷଣ ରହିଥିବା ବେଳେ ସେ ସୁଷମାଙ୍କୁ ଏନେଇ ଆଲୋଚନା କରିବାକୁ କହିଥିଲେ। ଏହାପରେ ସୁଷମା ତାଙ୍କୁ ଆପଣଙ୍କ ଭାଷଣ କାହିଁ ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ସେମିତି କହି ଦେବେ। ସେହି ସମୟରେ ସୁଷମା କହିଥିଲେ, ଭାଇ ଏମିତି ହୁଏନି। ବିଶ୍ୱ ଆଗରେ ଭାରତର କଥା ରଖିବାକୁ ହେଲେ ସେମିତି ମନଇଚ୍ଛା କୁହାଯାଏନି। ତାଙ୍କର ଏହି କଥା ମୋତେ ବହୁତ କିଛି ଶିଖାଇଛି ବୋଲି ମୋଦି କହିଛନ୍ତି।


All Right Reserved By Dharitri.Com

ପିତାଙ୍କୁ ମୁଖାଗ୍ନି ଦେଇ ୧୨ ବର୍ଷର ଝିଅ କାନ୍ଦି କାନ୍ଦି କହିଲେ ‘ହାପି ଫାଦର୍ସ ଡେ’

ଇନ୍ଦୋର,୧୭।୬: ମଧ୍ୟପ୍ରଦେଶ ଇନ୍ଦୋରର ରିଜିଓନାଲ ପାର୍କ ମୁକ୍ତିଧାମ ଶ୍ମଶାନରେ ଦେଖିବାକୁ ମିଳିଛି ଏକ କରୁଣ ଦୃଶ୍ୟ। ଏଠାରେ ୩୮ ବର୍ଷ ବୟସ୍କ ବ୍ୟବସାୟୀ ଜୟ ଓ୍ବାଟଓ୍ବାନୀଙ୍କ...

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ...

ଆକାଶରୁ ରୁପା ବର୍ଷା!

ପାଟନା,୬।୧୧: ବିହାର ରାଜ୍ୟ ସୀତାମାଢ଼ିର ସୁରସଣ୍ଡରେ ଆକାଶରୁ ରୁପା ବର୍ଷା ହେଉଥିବା ଖବର ସାମ୍ନାକୁ ଆସିଛି। ବୁଧବାର ସକାଳେ ଟାଓ୍ବାର ଛକରୁ ବରାହି ଗାଁକୁ ଯାଉଥିବା...

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

ପିଆଜର ଦରବୃଦ୍ଧି ମୋ ଉପରେ କୌଣସି ପ୍ରଭାବ ପକାଉନି: ସୀତାରାମଣ

ନୂଆଦିଲ୍ଲୀ,୫।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଏବେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଏହାକୁ ନେଇ ସଂସଦର ଶୀତକାଳୀନ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ...

ଭାରତର ଖ୍ୟାଦ୍ୟ ମୃତ୍ୟୁ ସହ ସମାନ, ପ୍ରତିବର୍ଷ ଯାଉଛି ୧୫ଲକ୍ଷ ଲୋକଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୭।୬: ପ୍ରତିବର୍ଷ ଭାରତରେ ପ୍ରାୟ ୧୫.୭୩ ଲକ୍ଷ ଲୋକ ଫୁଡ ଫଏଜନିଂରେ ମୃତ୍ୟୁବରଣ କରିଥାନ୍ତି। ଖରାପ ଖାଦ୍ୟ ଖାଇ ମୃତ୍ୟୁବରଣ କରୁଥିବା ମାମଲାରେ ବିଶ୍ୱରେ ଭାରତ...

‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍‌

କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି।...

Leave a comment

Your email address will not be published. Required fields are marked *