Posted inଜାତୀୟ

ସ୍ବାଧୀନତା ଦିବସରେ ଓ୍ବାଘା ବର୍ଡରରେ ମିଠା ଦିଆନିଆ ହେଲାନି

ନୂଆଦିଲ୍ଲୀ, ୧୪।୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟେଇ ଦିଆଯିବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ବର୍ଡରରେ କୌଣସି ମିଠା ଦିଆନିଆ ହୋଇନାହିଁ। ଗତ ଇଦ-ଉଲ-ଜୁହା ଅବସରରେ ଅଟ୍ଟାରି ୱାଘା ସୀମାରେ ଭାରତ ପାକିସ୍ତାନ ସେନାକୁ ମିଠା ପ୍ୟାକେଟ ଦେଇଥିଲା। କିନ୍ତୁ ପାକିସ୍ତାନ ମିଠା ନେବାକୁ ମନା କରିଦେଇଥିଲା। ପୂର୍ବରୁ ଦୁଇ ଦେଶ ମଧ୍ୟରେ ବଡ଼ ପର୍ବ ଗୁଡ଼ିକରେ ମିଠା ଦିଆ ନିଆ ହେଉଥିଲା। ଦିପାବଳୀ, ଇଦ ଓ ହୋଲି ଅବସରରେ ଭାରତ ଓ ପାକିସ୍ତାନ ସେନା ପରସ୍ପରଙ୍କ ମଧ୍ୟରେ ମିଠା ଦିଆନିଆ କରୁଥିଲେ। ସୂନଚାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ୩୭୦ ହଟାଯିବା ପରେ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ।


All Right Reserved By Dharitri.Com

ଫଡ୍‌ନବିସଙ୍କ ଶକ୍ତି ପରୀକ୍ଷା: ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। କାହା ହାତରେ ଶାସନ ଡୋରି ଆସିିବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି...

ଏଥର କଶ୍ମୀର ଗସ୍ତ କରିପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ମଧ୍ୟ...

ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୬୦୦ ବନ୍ଦୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅକ୍ଟୋବର ୨ରେ ବିଭିନ୍ନ ଜେଲରେ ଥିବା ପାଖାପାଖି ୬୦୦ ବନ୍ଦୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର: ତୋପ ସଲାମୀରେ ଫୁଟିଲାନି ବନ୍ଧୁକରୁ ଗୁଳି

ପାଟନା,୨୨।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର ବୁଧବାର ସାପୁଲ୍‌ ଜିଲାର ଥିବା ତାଙ୍କ ପୈତୃକ ଗାଁରେ ହୋଇଛି। ତୋପ ସଲାମୀ ସମୟରେ...

ମହାରାଷ୍ଟ୍ର ରାଜନୀତିକୁ ନେଇ ମୋଦି-ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ରାଜନୀତି ଡ୍ରାମାକୁ ନେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚହଳ ସୃଷ୍ଟି ହୋଇଛି। ମଙ୍ଗଳବାର ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର...

ପାକିସ୍ତାନ ନାଁରେ ଅଭିଯୋଗ ଆଣିଲା ଭାରତ

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୌଦି ଅରବ ଗସ୍ତ ପାଇଁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଭାରତ ଅନୁମତି ମାଗିଥିଲା। ହେଲେ ଏହାକୁ ନ...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼...

Leave a comment

Your email address will not be published. Required fields are marked *