Posted inଖେଳ

ଫେଡରର, ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ

ସିନସିନାଟି,୧୪।୮(ଏଏଫ୍‌ପି)- ଓ୍ବିମ୍ବେଲଡନ ଓପନ ଫାଇନାଲ ପରେ କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଓ ଶୀର୍ଷ ର଼୍ୟାଙ୍କଧାରୀ ନୋଭାକ ଜୋକୋଭିଚ୍‌ କୋର୍ଟକୁ ବିଜୟ ସହ ଫେରିଛନ୍ତି। ଦୁଇ ତାରକା ଖେଳାଳି ସିନସିନାଟି ମାଷ୍ଟର୍ସରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩ୟ ସିଡ୍‌ ତଥା ୭ ଥର ଚାମ୍ପିୟନ ଫେଡରର ୬-୩, ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ଜୁଆନ ଲୋଣ୍ଡେରୋଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଜୋକୋଭିଚ୍‌ ଆମେରିକାର ସାମ କୁରେଙ୍କୁ ୭-୫, ୬-୧ ବ୍ୟବଧାନରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ସେରେନା ଓ୍ବିଲିୟମ୍ସ ପିଠି ଜନିତ ସମସ୍ୟା ଯୋଗୁ ଟୁର୍ନାମେଣ୍ଟରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ସମାନ କାରଣରୁ ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଟରୋଣ୍ଟୋ ଓପନ ଫାଇନାଲ ମ୍ୟାଚ୍‌ ମଝିରୁ ଓହରି ଯାଇଥିଲେ। ଏଥିଯୋଗୁ ୟୁଏସ୍‌ ଓପନରେ ତାଙ୍କ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।


All Right Reserved By Dharitri.Com

Posted inଖେଳ View All

ବୁମରା ଦ୍ରୁତତମ ଭାରତୀୟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ...

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ...

ସେମିରୁ ବିଦାୟ ନେଲେ ଶ୍ରୀକାନ୍ତ

ହଂକଂ,୧୬ା୧୧ (ପି.ଟି.): ଭାରତର କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ୪୦୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରୁ ବିଦାୟ ନେଇଛନ୍ତି।...

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ବିଦେଶ ଲିଗ୍‌ରେ ଖେଳିପାରନ୍ତି ପ୍ରାକ୍ତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍‌ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ...

ଅଭ୍ୟାସ ନୁହେଁ, ବିଶ୍ରାମ ନେଉଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୮।୫- ଆଇସିସି ବିଶ୍ୱକପ୍‌ ଭଳି ବୃହତ୍‌ ଟୁର୍ନାମେଣ୍ଟ ଲାଗି ଭାରତୀୟ ଖେଳାଳିମାନେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛନ୍ତି। ସେମାନେ ଅଭ୍ୟାସ କରିବା ବଦଳରେ ବିଶ୍ରାମ ନେଉଛନ୍ତି।...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌...

ବିଶ୍ୱକପ ଫାଇନାଲ: ଇଂଲଣ୍ଡର ବିଜୟ ଲକ୍ଷ୍ୟ ୨୪୨

ଲର୍ଡସ, ୧୪।୭: ଐତିହାସିକ ଲର୍ଡସରେ ରବିବାର ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଆୟୋଜକ ଇଂଲଣ୍ଡ ସାମ୍ନାରେ ୨୪୨ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍‌ ଜିତି ପ୍ରଥମେ...

Leave a comment

Your email address will not be published. Required fields are marked *