ମାନସିକ ବିକାରଗସ୍ତ ସ୍ବାମୀଙ୍କ ଅଭାବନୀୟ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ କଲେ ଆତ୍ମହତ୍ୟା

ଚନ୍ଦ୍ରଗିରି, ୧୪।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦନପୁର ହରିଜନ ବସ୍ତିରେ ଜଣେ ଦମ୍ପତ୍ତିଙ୍କ ମୃତଦେହକୁ ବୁଧବାର ମୋହନା ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଉଠାଣସିଂ। ଘଟଣା ସ୍ଥଳରେ ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଓ ମୋହନା ଥାନା ଅଧିକାରୀ ସୁଜିତ୍‌ କୁମାର ନାୟକ ପହଞ୍ଚି ଦୁଇ ମୃତଦେହକୁ ଜବତକରି ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ମୃତ କୁକୁଡା, ଟାଙ୍ଗିଆ ଜବତ ହୋଇଛି।
ପ୍ରକାଶ ଯେ, କିଛି ବର୍ଷ ତଳେ ଉକ୍ତ ଦମ୍ପତ୍ତି ପ୍ରେମ ବିବାହ କରିଥିଲେ। ଦୈନିକ ମଜୁରୀ ଖଟି ସେମାନେ ଚଳିଆସୁଥିଲେ। ତାଙ୍କର ଗୋଟିଏ ଝିଅ ଅଛନ୍ତି। ବୁଧବାର ସକାଳୁ ବଚ୍ଚନ ଓ ସୁମିତ୍ରା ଘରୁ ବହୁତ ସମୟ ପର୍ଯ୍ୟନ୍ତ ଶୋଇ ନ ଉଠିବାରୁ ମା’ ବାସନ୍ତୀ ଘର କବାଟ ବାଡେଇଥିଲେ। ମାତ୍ର ଭିତରୁ କୌଣସି ଉତ୍ତର ନ ଆସିବାରୁ ସେ କବାଟ ଫାଙ୍କରେ ହାତ ଗଳାଇ ଖୋଲିଥିଲେ। ପୁଅ ଫାଶୀ ଲଗାଇ ଝୁଲୁଥିବା ବେଳେ ବୋହୂଙ୍କ ମୃତଦେହ ଶେଯରେ ପଡ଼ିଥିବା ଦେଖି ସାହି ପଡ଼ୋଶୀଙ୍କୁ ଜଣାଇଥିଲେ । ଦୁହିଁଙ୍କ ମଧ୍ୟରେ କୌଣସି ବିବାଦ ନ ଥିବା ବେଳେ ମାନସିକ ବିକାରରୁ ଏଭଳି ଘଟଣା ଘଟିଥିବା ବାସନ୍ତୀ କହିଛନ୍ତି। ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତରୁ ମାନସିକ ବିକାରଗ୍ରସ୍ତ ବଚ୍ଚନ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।


All Right Reserved By Dharitri.Com

ପଲିଥିନ୍‌ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ

ଲୋଇସିଂହା,୨୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍‌ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ...

ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ...

ଦେବ ଦୀପାବଳି ଉତ୍ସବ: କୌଶଲ୍ୟା, ଦଶରଥଙ୍କୁ ଦୀପଦାନ

ପୁରୀ ଅଫିସ,୨୬ା୧୧: ମାର୍ଗଶିର ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାଧୂପ ନୀତି ବଢିବା ପରେ ଦେବ...

ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବନ୍ତ,୧୫।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନ ଜେତିିବାରେ ଲାଗିଛି। ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ‘ସମ୍ଭବ ଓଡ଼ିଶା’ ଆନୁକୂଲ୍ୟରେ ମଦ...

ନର୍ସିଂହୋମ୍‌ରେ ଅବ୍ୟବସ୍ଥା, ତାଗିଦ କରି ଛାଡ଼ିଲା ପ୍ରଶାସନ

ବ୍ରହ୍ମପୁର ଅଫିସ୍‌,୮ା୬- ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢ଼ୁଛି ଘରୋଇ ନର୍ସିଂହୋମ୍‌। ସହରର ଗଳି କନ୍ଦି, ସବୁଆଡ଼େ ଏବେ ନର୍ସିଂହୋମ୍‌ ଦେଖିବାକୁ ମିଳୁଛି। ଏସବୁରେ...

ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍‌ଓ

ଜୟପୁର,୨୫ା୮(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍‌ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ...

ବାପ, ମା’ଙ୍କୁ ଆକ୍ରମଣ, ପୁଅ ଗିରଫ

ବ୍ରହ୍ମପୁର ଅଫିସ,୨୨ା୯-ବୃଦ୍ଧ ବାପ ଓ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନସନ ଟଙ୍କା ହଡପ ଅଭିଯୋଗରେ ସଦର ଥାନା ପୋଲିସ ପୁଅ ଶାନ୍ତନୁ କୁମାର...

ପ୍ରଫୁଲ୍ଲ ଭୀମଭୋଇ ସାମର୍ଥ୍ୟ ଅଭିଯାନ: ଚିହ୍ନଟ ହେଲେ ୮୪୯ ଦିବ୍ୟାଙ୍ଗ

ପୁରୀ ଅଫିସ,୬।୧୧: ବାତ୍ୟା ପ୍ରପୀଡ଼ିତ ଦିବ୍ୟାଙ୍ଗ ମାନଙ୍କୁ ସହାୟତା କରିବା ପାଇଁ ପୁରୀ ଜିଲାରେ ପ୍ରଫୁଲ୍ଲ ଯୋଜନା ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ନିମାପଡ଼ା...

Leave a comment

Your email address will not be published. Required fields are marked *