Posted inଖେଳ

ଆଜିର ଦିନରେ କ୍ୟାରିୟରର ପ୍ରଥମ ଶତକ ଲଗାଇଥିଲେ ସଚିନ

ନୂଆଦିଲ୍ଲୀ,୧୪।୮- ୧୯୯୦ ମସିହା ଆଜିର ଦିନରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ। ସେତେବେଳେ ୧୭ ବର୍ଷୀୟ ସଚିନ ଓଲ୍ଡ ଟ୍ରାଫର୍ଡଠାରେ ୧୧୯ ରନ୍‌ର ଇନିଂସ ଖେଳିଥିଲେ। ଏଥିଯୋଗୁ ଭାରତୀୟ ଦଳ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇଥିଲା। ଏହି ଇନିଂସ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବିଶ୍ୱ ୧୯୯୦ରେ ଦେଖିଥିଲା ସଚିନଙ୍କ ପ୍ରଥମ ଶତକ। ୧୭ ବୟସରେ ମାଷ୍ଟର ବ୍ଲାଷ୍ଟର ଅପରାଜିତ ୧୧୯ ରନ୍‌ର ଇନିଂସ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ଡ୍ର’ କରିପାରିଥିଲା। କ୍ରିକେଟର ଲମ୍ବା ଫର୍ମାଟରେ ଶତକ ଲଗାଇଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି ବୋଲି ଆଇସିସି ପକ୍ଷରୁ ଟୁଇଟ୍‌ କରାଯାଇଛି। ଏଥିସହ ଆଇସିସି ଉକ୍ତ ମ୍ୟାଚ୍‌ରେ ସଚିନଙ୍କ ଫଟୋ ମଧ୍ୟ ଶେୟାର ମଧ୍ୟ କରିଛି। ଚଳିତ ବର୍ଷ ତାଙ୍କୁ ୬ଷ୍ଠ ଭାରତୀୟ ଭାବେ ଆଇସିସି ହଲ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା। ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟିଂର ପ୍ରାୟ ରେକର୍ଡ ସଚିନଙ୍କ ନାମରେ ରହିଛି। ସର୍ବାଧିକ ସଂଖ୍ୟକ ଶତକ ସହ ଟେଷ୍ଟ (୧୫,୯୨୧) ଓ ଦିନିକିଆ (୧୮,୪୨୬) ଫର୍ମାଟରେ ସବୁଠୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି। ୧୬ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିନିଧିତ୍ୱ କରିବା ପରେ ସେ ଦେଶର ଲୋକପ୍ରିୟ ଖେଳାଳି ହୋଇଯାଇଥିଲେ। ସେ ୧୫ ବର୍ଷ ବୟସରେ ୧୯୮୮-୮୯ ସିଜନରେ ରଣଜୀ ପଦାର୍ପଣ କରିଥିଲେ। ଗୁଜରାଟ ବିପକ୍ଷ କ୍ୟାରିୟରର ପ୍ରଥମ ରଣଜୀ ମ୍ୟାଚ୍‌ରେ ସେ ଶତକ ଲଗାଇଥିଲେ। ଉକ୍ତ ସିଜନରେ ସେ ମୁମ୍ବାଇ ଦଳର ସର୍ବାଧିକ ରନ୍‌ ସ୍କୋରର ଥିଲେ। ଏହାପରେ ତାଙ୍କୁ ୧୯୮୯-୧୯୯୦ ପାକିସ୍ତାନ ଗସ୍ତ ଲାଗି ପ୍ରଥମ ଥର ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୧ରେ ୩୭ ବର୍ଷ ବୟସରେ ତାଙ୍କ ବିଶ୍ୱକପ୍‌ ସ୍ବପ୍ନ ପୂରଣ ହୋଇଥିଲା। ୨୦୧୨ରେ ଦିନିକିଆ କ୍ରିକେଟରୁ ସଚିନ ସନ୍ନ୍ୟାସ ନେଇଥିଲେ। କ୍ୟାରିୟରର ଅନ୍ତିମ ଦିନିକିଆ ମ୍ୟାଚ୍‌ର ଠିକ୍‌ ପୂର୍ବ ମ୍ୟାଚ୍‌ରେ ୧୦୦ତମ ଶତକ ଅର୍ଜନ କରିଥିଲେ। ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କ୍ୟାରିୟରର ୨୦୦ତମ ଟେଷ୍ଟ ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

ମିଶନ୍‌ ଟି୨୦

ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ସୁପର ଶୋ ଅବ୍ୟାହତ ରହିଛି। ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ର ବିଶାଳ ବ୍ୟବଧାନରେ ଜିତିବାରେ ଉଭୟ...

ହାରିଲା ଭାରତ ଏ’

ଆଣ୍ଟିଗୁଆ,୨୦।୭- ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ ଏ’ ଦ୍ୱାରା ଧାର୍ଯ୍ୟ ୨୯୯ ରନ୍‌ର ବିଜୟଲକ୍ଷ୍ୟ...

ଫ୍ରେଞ୍ଚ୍‌ ଓପନ୍‌ ସେପ୍ଟେମ୍ବରକୁ ଘୁଞ୍ଚିଲା

ପ୍ୟାରିସ, ୧୮ା୩ (ଏଏଫ୍‌ପି)-କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ...

ନଂ ୪ ଉପରେ ଫୋକସ ଭାରତ- ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଓ୍ବାର୍ମଅପ୍‌

ଲଣ୍ଡନ,୨୪।୫(ପି.ଟି.)- ଆଉ ମାତ୍ର ୭ ଦିନ ପରେ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍‌...

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଆଜି

ମେଲବୋର୍ନ, ୧୨।୨ (ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜର ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ବୁଧବାର ଭାରତକୁ ଭେଟିବ। ଏହି ପ୍ରତିଯୋଗିତାରେ ହର୍‌ମନପ୍ରୀତ୍‌ କୌରଙ୍କ...

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ

ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ...

ଭିତ୍ତିଭୂମିକୁ ଗାମ୍ବାଉଙ୍କ ପ୍ରଶଂସା

ଭୁବନେଶ୍ୱର, ୧୮।୯(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ନୂଆ କ୍ଲବ ତଥା ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି କୋଚ୍‌ ଜୋସେଫ୍‌ ଗାମ୍ବାଉ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ...

Leave a comment

Your email address will not be published. Required fields are marked *