Posted inଖେଳ

ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କଲା ଭାରତ, ମ୍ୟାଚ୍‌ର ହିରୋ ଜମ୍ମୁ-କଶ୍ମୀର ଖେଳାଳି

ଲଣ୍ଡନ, ୧୪।୮: ଇଂଲଣ୍ଡରେ ଚାଲିଥିବା ଦିବ୍ୟାଙ୍ଗ ଟି-୨୦ ବିଶ୍ୱ କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଏକ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚର ହିରୋ ଥିଲେ ଜମ୍ମୁ-କଶ୍ମୀରର ଓ୍ବାସିମ୍‌ ଇକଓ୍ବାଲ। ସେ ୪୩ଟି ବଲରୁ ୬୯ରନ୍‌ କରି ଭାରତ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ପ୍ରଥମେ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୫୦ ରନ୍‌ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ୍‌ ହରାଇ ୧୭.୧ ଓଭରରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଭାରତ ଏବଂ ପାକିସ୍ତାନ ସମ୍ପର୍କରେ ଆହୁରି ଫାଟ ସୃଷ୍ଟି ହୋଇଛି। ପାକିସ୍ତାନ ଭାରତଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏହି ସମୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ରହୁଥିବା ଓ୍ବାସିମ ଭାରତ ବିଜୟରେ ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋ ଜୀବନର  ଖାସ୍‌ ଦିନଗୁଡିକ ମଧ୍ୟରେ ଏହା ଅନ୍ୟତମ। ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ସେବା ବନ୍ଦ ଯୋଗୁ ପରିବାର ଲୋକଙ୍କ ସହ ୧୦ଦିନ ହେଲା କଥା ହୋଇପାରି ନ ଥିବା ସେ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ହିରୋ ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସି ୧୫ ବର୍ଷରୁ କମ୍‌ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର,୨୨।୧(ସ୍ପୋର୍ଟ୍ସ ବ୍ୟୁରୋ)- ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ହିରୋ ଜୁନିୟର ଲିଗ୍‌ ୨୦୧୯-୨୦ରେ ଓଡ଼ିଶା ଏଫ୍‌ସିର ୧୫ ବର୍ଷରୁ କମ୍‌ ବାଳକ ଦଳ ବିଜୟରୁ...

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ...

ସାଇ ପ୍ରଣିଥ ଦେଲେ ୪ଲକ୍ଷ

ନୂଆଦିଲ୍ଲୀ,୮ା୪ (ପି.ଟି.): କୋଭିଢ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣିଥ୍‌ ବୁଧବାର ୪ ଲକ୍ଷ...

ମୁମ୍ବାଇ ରଣ୍‌ଜୀ ଦଳରେ ରାହାନେ, ଶ

ମୁମ୍ବାଇ,୪।୧୨(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାନେ ଓ ଯୁବ ଓପନର ପୃଥ୍ବୀ ଶ’ଙ୍କୁ ମଙ୍ଗଳବାର ଘୋଷିତ ୧୫ ଜଣିଆ ମୁମ୍ବାଇ ରଣ୍‌ଜୀ ଦଳରେ ସ୍ଥାନ ପାଇଛନ୍ତି।...

୨ୟ ଅନ୍‌ଅଫିସିଆଲ ଦିନିକିଆ: ଭାରତ ଏ’ ୨-୦ରେ ସିରିଜ ଅଗ୍ରଣୀ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫।୭ (ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ...

ବିମାନବନ୍ଦରରେ ଧୋନୀଙ୍କ ବ୍ୟାଗ ଅଦଳ ବଦଳ

କୋଲକାତା,୧୧।୧୨- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟକ୍ତିଗତ କାରଣ ଯୋଗୁ କୋଲକାତାରେ ପହଞ୍ଚିଛନ୍ତି। ସ୍ଥାନୀୟ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...

ଜୀବନର ଅନ୍ତିମ ମୁହୂର୍ତ୍ତରେ ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ଦେଖିବାକୁ ଚାହାନ୍ତି ପ୍ରସିଦ୍ଧ ଭାରତୀୟ ଖେଳାଳି

ଆଇସିସି ୨୦୧୧ ଦିନିକିଆ ବିଶ୍ୱକପ୍‌ ଭାରତୀୟ ପ୍ରଶଂସକଙ୍କ ମନରେ ସର୍ବଦା ଲିପି ବଦ୍ଧ ହୋଇ ରହିବ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମହେନ୍ଦ୍ର ସିଂ...

ହକି ଫିଲ୍ଡରୁ ହସ୍ପିଟାଲ ଓ୍ବାର୍ଡ…

ପର୍ଥ, ୩ା୪ (ଏପି)-ଚଳିତ ବର୍ଷ ଯଦି ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତେବେ ସ୍ବର୍ଣ୍ଣ ପଦକ ଅଭିଯାନରେ ସାମିଲ ହୋଇଥାନ୍ତେ ଅଷ୍ଟ୍ରେଲିଆର ମହିଳା ଫିଲ୍ଡ ହକି ଗୋଲ୍‌କିପର...

Leave a comment

Your email address will not be published. Required fields are marked *