ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ

ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ ଶେରଗଡ଼ ଚାରିଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଛିଡ଼ାହୋଇ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ନିଜ ସହର, ଗ୍ରାମକୁ ସଫା ରଖିବାସହ ମହାମାରୀ ଦାଉରୁ ରକ୍ଷା ପାଇବାକୁ ସେ ଆହ୍ବାନ ଦେଇଛନ୍ତି। ଶେରଗଡ଼ ତିନି ଛକ ହୋଇ ବଜାର ଛକରେ ବ୍ୟବସାୟୀ, ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି ବାର୍ତ୍ତା ଯେପରି ଶେରଗଡ଼ ବ୍ଲକର ସମସ୍ତ ଗ୍ରାମକୁ ପ୍ରଚାରିତ କରିବା ସହ ବ୍ୟାପକ ସଚେତନତା କରିବାକୁ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ଜନନେତା, ଯୁବପିଢ଼ି, ଛାତ୍ରୀଛାତ୍ରଙ୍କୁ ସାମିଲ କରି ଏକ ଜନ ଆନ୍ଦୋଳନ ଜାରି ରଖିବାକୁ କହିଥିଲେ। ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନା ଓ ତହସିଲଦାର ଡ. ଦୟାସିନ୍ଧୁ ପରିଡାଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ସାରସ ସ୍ବାଇଁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ତୁଙ୍ଗନେତା ଉପସ୍ଥିତ ଥିଲେ।


All Right Reserved By Dharitri.Com

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮-ରାୟଗଡ଼ାସ୍ଥିତ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ରକ୍ଷାବନ୍ଧନ ପାଳନ କରାଯାଇଛି। ପ୍ରଥମେ ଏହାର ସଞ୍ଚାଳିକା ପ୍ରାୟ ୨୫୦ ପ୍ରଜାପିତା ଭଉଣୀଭାଇଙ୍କୁ ରାଖୀ...

ସ୍ବାୟତ୍ତ ଶାସନ ଦିବସ ପାଳିତ: ‘ମିଳିତ ଉଦ୍ୟମରେ ଢେଙ୍କାନାଳ ହେବ ୧ ନମ୍ବର’

ଢେଙ୍କାନାଳ ଅଫିସ, ୧।୯ – ଢେଙ୍କାନାଳ ହେଉଛି ବୁଦ୍ଧିଜୀବୀଙ୍କ ସହର। ମିଳିତ ପ୍ରଚେଷ୍ଟା, ସମ୍ମିଳିତ ଉଦ୍ୟମରେ ଢେଙ୍କାନାଳ ରାଜ୍ୟରେ ଏକ ନମ୍ବର ପୌରସଂସ୍ଥା ହୋଇପାରିବ ବୋଲି...

ଦେଶୀ ଆମ୍ବ ଏବେ ଅଲୋଡ଼ା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ଏକଦା କେନ୍ଦୁଝର ଜିଲାର ଦେଶୀ ଆମ୍ବର ଅଧିକ ଚାହିଦା ରହିଥିଲା। ଆଦିବାସୀମାନେ ବଣ ପାହାଡ଼ ବୁଲି ଏହାକୁ ସଂଗ୍ରହ କରୁଥିଲେ। ଏଣୁ ଜିଲାରୁ ଦେଶୀ ଆମ୍ବ...

ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, ୨୨।୪ (ଡି.ଏନ.ଏ.)-କରୋନାକୁ ପ୍ରତିହିତ କରିବା ପାଇଁ ଦିନ ରାତି ଏକ କରି ଖଟୁଥିବା ଯୋଦ୍ଧାମାନଙ୍କୁ ଭାଜପା ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ମଙ୍ଗଳବାର ଭଣ୍ଡାରିପୋଖରୀ ଓ...

୬ ବାଲ୍ୟବିବାହ ରୋକିଲା ପ୍ରଶାସନ

ଆସିକା,୭ା୧(ଡି.ଏନ୍‌.ଏ.): ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତରେ ୬ଟି ବାଲ୍ୟ ବିବାହ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ସୋମବାର ପ୍ରଶାସନ ପକ୍ଷରୁ ତାହାଂକୁ ବନ୍ଦ କରାଯାଇଛି।...

୪୦ ହଜାର ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୨୬।୪ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ଥାନା ଛକରେ ଗାଡ଼ି ଯାଞ୍ଚ କରାଯାଇ ୫୦ ଜଣଙ୍କଠାରୁ ୪୦ ହଜାର ଟଙ୍କାର ଜରିମାନା...

କଙ୍କଡ଼ାହାଡ଼ ଥାନା ଆଇଆଇସି ସସ୍‌ପେଣ୍ଡ

ଢେଙ୍କାନାଳ ଅଫିସ,୩୦ା୧: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। ଜଣେ ଅସହାୟା ମହିଳାଙ୍କ ଅଭିଯୋଗ ନ ରଖିବାରୁ...

Leave a comment

Your email address will not be published. Required fields are marked *