Posted inଜାତୀୟ

ମୋଦିଙ୍କୁ ଏଥର ବି ରାଖୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ରାଖୀ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ସଜବାଜ ଆରମ୍ଭ କରିଦେଲେଣି। ରାଖୀ ଅବସରରେ ପାକିସ୍ତାନରେ ଜନ୍ମିତ ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାଖୀ ବାନ୍ଧିବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି। ଗତ ୨୪ ବର୍ଷ ଧରି ସେ ମୋଦିଙ୍କ ହାତରେ ରାଖୀ ବାନ୍ଧି ଆସୁଛନ୍ତି। ପାକିସ୍ତାନର କରାଚିରେ ଜନ୍ମିତ କମର ମୋହସିନ୍‌ ନାମକ ଜଣେ ମହିଳା ନିଜ ପରିବାର ସହ ଅହମ୍ମଦାବାଦରେ ରୁହନ୍ତି। ମୋଦି ଭାଜପାର କାର୍ଯ୍ୟକର୍ତ୍ତା ଥିବାବେଳଠାରୁ ସେ ମୋଦିଙ୍କୁ ରାଖୀ ବାନ୍ଧି ଆସୁଛନ୍ତି। ରାଖୀ ଦିନ ସକାଳୁ ମୋଦିଙ୍କୁ ଭେଟି ହିନ୍ଦୁ ପରମ୍ପରା ସହ ପୂଜାର୍ଚ୍ଚନା କରି ତାଙ୍କ ହାତରେ ରାଖୀ ବାନ୍ଧନ୍ତି। ଏଥର ରାଖୀ ପୂର୍ଣ୍ଣମା ଦିନ ସ୍ବାଧୀନତା ଦିବସ ପଡୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ପତକା ଉତ୍ତୋଳନ କରିବେ। ଏହାପରେ ମୋହସିନ୍‌ ତାଙ୍କ ହାତରେ ରାଖୀ ବାନ୍ଧିବେ ବୋଲି କହିଛନ୍ତି।


All Right Reserved By Dharitri.Com

ଶିବସେନା ପାଇଁ ନୂଆ ସୂର୍ଯ୍ୟୋଦୟ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ପ୍ରଥମଥର ଲାଗି ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାକୁ ନେଇ କେବଳ ଶିବସେନା ଶିବିରରେ କାହିଁକି ସାରା ଦେଶରେ ଅଗଷ୍ଟ ୧୫...

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦା ଅଟଳ’ରେ...

ରୋହତାଙ୍ଗ୍‌ରେ ବରଫପାତ: ଅଟକି ରହିଲା ୧୫୦ ଗାଡ଼ି; ୨ଶହ ଲୋକ ଉଦ୍ଧାର

କୁଲ୍ଲୁ/ମନାଲି,୮।୧୦: ରୋହତାଙ୍ଗ୍‌ରେ ପ୍ରବଳ ବରଫପାତ ଜାରି ରହିଛି। ରାସ୍ତାରେ ଅଧଫୁଟ ବରଫ ଜମି ରହିବାରୁ ଯାନାବାହନ ଯାତାୟାତ କରିବା ସମ୍ଭବ ହୋଇ ପାରୁନାହିଁ। ସୋମବାର ରାତିରେ...

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଭାଜପାକୁ ସଂଘର ଚେତାବନୀ: ସବୁବେଳେ ମୋଦି-ଶାହା ଜିତାଇପାରିବେ ନାହିଁ

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ଭାଜପାକୁ ମାତ୍ର ୮ଟି ଆସନ ମିଳିଛି। ନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଦଳ ମନ୍ଥନ...

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ସିଏଏ ଲାଗୁ ନ କରିବା ପାଇଁ ଏକ...

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ...

୧୫୦ ବର୍ଷର ପୁରୁଣା ସ୍କୁଲରେ ଟ୍ରେନ୍‌ ବଗିରେ ପାଠପଢ଼ିବେ ପିଲା

ମଦୁରାଇ,୧୮।୬: ୟୁକେର ଶିକ୍ଷା ବ୍ୟବସ୍ଥାର ଶୈଳୀ ଭଳି ଭାରତରେ ମଧ୍ୟ ପାଠପଢ଼ାକୁ ମଜାଳିଆ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଟ୍ରେନ୍‌ର ଖେଳନା ହେଉ କି...

ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ

ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ...

Leave a comment

Your email address will not be published. Required fields are marked *