୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ କୁମାର ରାଉତ (୨୭)। ସେ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଖଣ୍ଡପଡ଼ା ଜେଲ ହାଜତରେ ଥିଲେ। ତେବେ ସମ୍ପୃକ୍ତ କଏଦୀ ଅତି ଚତୁରତାର ସହ ଜୁନ୍‌ ୧୦ ତାରିଖରେ ପ୍ରଥମେ ଖଣ୍ଡପଡ଼ା ଜେଲରୁ ଚମ୍ପଟ ମାରିଥିଲେ। ପୋଲିସ ତାଙ୍କୁ ଗିରଫ କରି ପୁଣି ଜେଲ ହାଜତକୁ ପଠାଇଦେଇଥିଲା। ମାତ୍ର ପୁନର୍ବାର ଚଳିତ ମାସ ୩ ତାରିଖରେ ଖଣ୍ଡପଡ଼ା ଜେଲରୁ ସେ ଖସି ପଳାଇଥିଲେ। ଏହି ଘଟଣାରେ ୨ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ। କଏଦୀ ତପନଙ୍କୁ ପୋଲିସ ଗିରଫ କରି ପୁଣି ଥରେ ଜେଲରେ ରଖିଥିବା ବେଳେ ଗତ ୯ ତାରିଖରେ ଭାପୁର କୋର୍ଟରେ ହାଜର ପାଇଁ ଆଣିଥିଲା। କୋର୍ଟ କାର୍ଯ୍ୟ ଶେଷ ପରେ ତାଙ୍କୁ ପୋଲିସ ଭ୍ୟାନରେ ବସାଇବା ପାଇଁ ନିଆଯାଉଥିବାବେଳେ ପୋଲିସକୁ ଧକ୍କା ମାରି ସେ ତୃତୀୟ ଥର ପାଇଁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ନୟାଗଡ଼ ଏସ୍‌ପି ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଶେଷରେ ଅଭିଯୁକ୍ତ ତପନଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଫତେଗଡ଼ ଥାନା ଆଇଆଇସି ନିରଞ୍ଜନ ଧିର ସଦଳବଳ ଚଢ଼ାଉ କରି ପଦ୍ମାବତୀ ଗ୍ରାମ ମୁଣ୍ଡରେ ଥିବା ବୁଦାଳିଆ ସ୍ଥାନରୁ ଗିରଫ କରିଛନ୍ତି।


All Right Reserved By Dharitri.Com

୨ ବଛରରେ କିଡ୍‌ନୀ ରୋଗ୍‌ ନେଲାନ ୯ ଜୀବନ୍‌, ୧୫ ଆକ୍‌ରାଁତ: ସ୍ବାସ୍ଥ୍ୟ ବିଭାଗ ପାସେ ସୂଚନା ନାଇଁ

କେସିଙ୍ଗା, ୧୮।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ କନ୍ଧେଇମାଲ ଗଁାରେ ଦୁଇ ବଛର ଭିତରେ କିଡ୍‌ନୀ ରୋଗ୍‌ରେ ୯ ଝନ୍‌ ମରିଥିଲାବେଲେ ୧୫ରୁ...

ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

କଳିଙ୍ଗନଗର, ୫।୯(ଡି.ଏନ୍‌.ଏ.)- ଟମକା ଥାନା ଅନ୍ତର୍ଗତ ଗୋବରଧନପୁର ଗ୍ରାମରେ ବୁଧବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ଅଜୟ ବେହେରାଙ୍କ...

ଓଡିଆର୍‌ପି ଘରେ ନ ରହିଲେ ତାଲିକାରୁ ବାଦ୍‌

ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍‌ପି ଘର ପାଇଥିବା...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ...

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।...

ବିଳମ୍ବରେ ଆସିଲା ଶୀତ: ପନିପରିବା ଚାଷ ପ୍ରଭାବିତ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳକୁ ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଛି। ଗତ ମଙ୍ଗଳବାରଠାରୁ ଏଠାରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦିନବେଳା...

ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ...

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା:ସମ୍ବଲପୁରର ସୌରଭ କୁମାର ସାହୁ ଚାମ୍ପିୟନ

ଜୟପୁର, ୩।୩ (ନି.ପ୍ର) ଜୟପୁର ଲେକ ପ୍ଲେସିଡ ସଭାଗୃହଠାରେ କୋରାପୁଟ ସୁନ୍ଦର ସ୍ବାସ୍ଥ୍ୟ ଓ ସୁନ୍ଦର ଶରୀର ସଂଘ ତରଫରୁ ରାଜ୍ୟସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ...

Leave a comment

Your email address will not be published. Required fields are marked *