ତାଜା ଭୁଶୁଡ଼ି ୩ ମହିଳା ଆହତ

ନୟାଗଡ଼ ଅଫିସ,୧୪।୮- ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଶରଧାପୁର ଗ୍ରାମରେ ଘରର ତାଜା ଭୁଶୁଡ଼ି ୩ ଜଣ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ଶରଧାପୁର ତଳସାହିର ପ୍ରମିଳା ସାହୁ (୪୭), ସୁଷମା ସାହୁ (୪୩) ଓ ବାସନ୍ତୀ ସାହୁ (୪୩)। ପ୍ରକାଶ ଯେ, ସମସ୍ତ ମହିଳା ଗୋଟିଏ ପରିବାର ସଦସ୍ୟ। ମଙ୍ଗଳବାର ଅପରାହ୍ନ ୧ଟା ୩୦ରେ ଏମାନେ ବାରଣ୍ଡାରେ ବସି କଥା ହେଉଥିଲେ। ୩ ଦିନ ହେଲାଣି ଲଗାଣ ବର୍ଷାରେ ତାଜାଟି ପାଣି ଖାଇ ରହିଥିଲା। ହଠାତ୍‌ ତାହା ୩ ଜଣଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପ୍ରମିଳା ଓ ସୁଷମା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ବାସନ୍ତୀଙ୍କ ଗୋଡ ଭାଙ୍ଗିଯାଇ ଗୁରୁତର ହୋଇଥିବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କ ମୃତ୍ୟୁ

ଲେଫ୍ରିପଡ଼ା,୧୯।୨(ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବର୍ତ୍ତନକେଲା ଛକଠାରେ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌୍‌ ଭ୍ୟାନ ଗାଡ଼ି ଗୋଟିଏ ବାଇକ୍‌କୁ ଧକ୍କା...

ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର...

ଚୋରି ଉଦ୍ୟମ ବେଳେ ଧରାପଡ଼ିଲେ ୩ ଚୋର:ଗୋଡ଼େଇ ଗୋଡ଼େଇ ପିଟିଲେ ଗ୍ରାମବାସୀ

ରଣପୁର,୧୫।୮(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ନରେନ୍ଦ୍ରପୁର ପଞ୍ଚାୟତ ଡିହଗଁାରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ କରି ଖସି ପଳାଉଥିବାବେଳେ ୩ ଚୋର...

ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ବ୍ଲକ ବଡ ବରଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳର ସଙ୍କଟ ଦେଖାଦେଇଛି। ଲୋକେ ପୋଖରୀ ପାଣିପିଇ ରୋଗାକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବ୍ଲକ...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରୁକୋଣ୍ଡା,୧୮।୮(ଡି.ଏନ୍‌.ଏ.): ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅଧିକାଂଶ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି...

ମହିଳା ଖବରଦାତାଙ୍କୁ ଆକ୍ରମଣ ପ୍ରତିବାଦ: ଭବାନୀପାଟଣାସ୍ଥିତ ଗାନ୍ଧୀଛକଠାରେ ବିକ୍ଷୋଭ

ଭବାନୀପାଟଣା, ୩୦।୧୨(ଡି.ଏନ୍‌.ଏ.): ଭୁବନେଶ୍ୱରର ରସୁଲଗଡ଼ଠାରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ରେ ମହିଳା ଖବରଦାତାଙ୍କୁ ଆକ୍ରମଣ ଏବଂ ଅସଦାଚରଣ ଘଟଣାକୁ ନେଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ : କୋମ୍ବିଂ ଅପରେଶନ ଜୋରଦାର, ସରକାରୀ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା ଅଫିସ,୨।୧୨: ମାଓବାଦୀ ସଂଗଠନ ପକ୍ଷରୁ ସୋମବାରଠାରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଥିବା ବେଳେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ବିଶେଷକରି ନିୟମଗିରି ଅଞ୍ଚଳରେ ମାଓବାଦୀ...

ମଧୁବାବୁ ଆଇନ ସହାୟତା ଯୋଜନା ବାଟବଣା

ପୁରୁଷୋତ୍ତମପୁର, ୧୮ା୭(ଡି.ଏନ୍‌.ଏ.)-ରାଜ୍ୟ ସରକାର ଗରିବ ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ମାତ୍ର ଏହି ଯୋଜନା ଏବେ...

Leave a comment

Your email address will not be published. Required fields are marked *