Posted inଜାତୀୟ

ସୋନଭଦ୍ର ମୃତକଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା

ସୋନଭଦ୍ର(ୟୁପି),୧୪ା୮(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ସୋନଭଦ୍ର ଜିଲାର ଉମ୍ଭା ଗଁା ଗସ୍ତକରି ଗଣହତ୍ୟାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ମାସେ ତଳେ ଏକ ଜମି ବିବାଦକୁ କେନ୍ଦ୍ରକରି ସେଠାରେ ୧୦ ଆଦିବାସୀ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପ୍ରିୟଙ୍କା ପୂର୍ବରୁ ହତ୍ୟାକାଣ୍ଡ ସ୍ଥଳକୁ ଯିବାବେଳେ ତାଙ୍କୁ ସେଠାକୁ ଯିବାକୁ ବାରଣ କରି ରାଜ୍ୟ ପ୍ରଶାସନ ମିର୍ଜାପୁରଠାରେ ଅଟକ ରଖିଥିଲା।
ପ୍ରିୟଙ୍କା ବାରାଣସୀଠାରୁ ୧୦୦ କି.ମି. ସଡକ ପଥରେ ଯାତ୍ରା କରି ସୋନଭଦ୍ର ଜିଲାର ଏହି ଗଁାକୁ ଯାଇଥିଲେ। ପ୍ରିୟଙ୍କାଙ୍କ ପ୍ରିୟଙ୍କା ଉକ୍ତ ଗଁାରେ ପହଞ୍ଚତ୍ଥିବାର ଫଟୋକୁ ୟୁପି କଂଗ୍ରେସ ଟୁଇଟ୍‌ କରିଛି। ଏହି ଗସ୍ତ ଦ୍ୱାରା ସେ ରାଜନୈତିକ କଟକଣାକୁ ଅବଜ୍ଞା କରିଛନ୍ତି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଅଭିଯୋଗ କରିଛନ୍ତି। ଉକ୍ତ ଗଁାରେ ଜଣେ ପୂର୍ବତନ ପ୍ରଧାନଙ୍କ ନେତୃତ୍ୱରେ କେତେକ ସଶସ୍ତ୍ର ଲୋକ ୧୦ ଗୋଣ୍ଡ ଆଦିବାସୀ ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଆଦିବାସୀ ଲୋକମାନେ ଜୁଲାଇ ୧୭ରେ ଏକ ବିବାଦୀୟ ଜମିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରୁଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା।


All Right Reserved By Dharitri.Com

ପୋରବନ୍ଦର, ଦ୍ୱାରକାରେ ‘ବାୟୁ’ ତାଣ୍ଡବ ରଚିବା ଆଶଙ୍କା !

ଅହମ୍ମଦାବାଦ୍‌ ୧୩।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ଉପକୂଳରେ ଲାଣ୍ଡଫଲ କରିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ...

ରଞ୍ଜନ ଗୋଗୋଇ ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ, ୧୭।୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ...

‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ...

ଆଜି ପ୍ରଧାନମନ୍ତ୍ରୀଙ୍କ ଟୁଇଟର ବାର୍ତ୍ତା: ରାଜ୍ୟପାଳଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୪: କରୋନା ସଂକ୍ରମଣ ରୋକିବା ଲାଗି ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପୂର୍ବାହ୍ନ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ଭିଡିଓ ମେସେଜ...

ଏସବୁ ଉପାୟ ଦ୍ୱାରା ଘରୁ ଦୂରେଇ ରୁହନ୍ତିି ଝିଟିପିଟି…

କେତେକଙ୍କ ଘରେ ଝିଟିପିଟି ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଝିଟିପିଟିଙ୍କୁ ଘରୁ ଦୂରେଇ ରଖିବା ପାଇଁ ଗନ୍ଧ କପୂର ଗୋଲିର ବ୍ୟବହାର କଲେ...

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା...

ସମଝୌତା ଏକ୍ସପ୍ରେସ୍‌କୁ ସୀମାରେ ଅଟକାଇଲା ପାକ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ସେବାକୁ ଇସ୍‌ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଗୁରୁବାର ଘୋଷଣା...

ସୋନଭଦ୍ରା ଗସ୍ତରେ ଯୋଗୀ ଆଦିତ୍ୟନାଥ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ନରସଂହାର ପରେ ରାଜନେତାମାନେ ଏଠାକୁ ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

Leave a comment

Your email address will not be published. Required fields are marked *