Posted inଜାତୀୟ

ରାହୁଲ-ରାଜ୍ୟପାଳ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୪ା୮: ଜମ୍ମୁ-କଶ୍ମୀର ଗସ୍ତ କରିବାକୁ ଚାହୁଁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାକ୍‌ଯୁଦ୍ଧ ଜୋରଧରିବାରେ ଲାଗିଛି। ଜମ୍ମୁ-କଶ୍ମୀରରେ ଲୋକେ ମରୁଥିବାବେଳେ ସବୁକିଛି ସ୍ବାଭାବିକ ଅଛି ବୋଲି ରାଜ୍ୟପାଳ ଦାବି କରୁଥିବା ନେଇ ରାହୁଲ ସମାଲୋଚନା କରିଥିଲେ। ଏହାକୁ ନେଇ ସୋମବାର ରାଜ୍ୟପାଳ କହିଥିଲେ, ରାହୁଲ ଜମ୍ମୁ-କଶ୍ମୀର ଆସନ୍ତୁ। ତାଙ୍କ ପାଇଁ ଏକ ବିମାନ ପଠାଯିବ। ଏହାର ଜବାବରେ ରାହୁଲ କହିଛନ୍ତି, ସେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ଗ୍ରହଣ କରୁଛନ୍ତି। କିନ୍ତୁ ଏଥିଲାଗି ସେ ରାଜ୍ୟପାଳଙ୍କ ବିମାନ ବ୍ୟବହାର କରିବେ ନାହିଁ। ତାଙ୍କ ସହ ଅନ୍ୟ ବିରୋଧୀ ଦଳ ନେତାମାନେ ସେଠାକୁ ଯାଇ ଲୋକଙ୍କୁ ଭେଟିବା ପାଇଁ ରାଜ୍ୟପାଳ କେବଳ ଅନୁମତି ଦିଅନ୍ତୁ ବୋଲି ରାହୁଲ ଟୁଇଟ କରିଛନ୍ତି। ଏନେଇ ରାଜ୍ୟପାଳ କହିଛନ୍ତି, ରାହୁଲ ଗସ୍ତ ପାଇଁ ସର୍ତ୍ତ ବାଢ଼ୁଛନ୍ତି। ସେ ବିରୋଧୀ ନେତାମାନଙ୍କ ଏକ ପ୍ରତିନିଧି ଦଳକୁ ନେଇ ସେଠାକୁ ଯିବା ପାଇଁ କହି ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହାସହ ରାହୁଲ ମିଛ ଖବର ବିସ୍ତାର କରୁଥିବା ନେଇ ରାଜ୍ୟପାଳ ଅଭିଯୋଗ ଆଣିଛନ୍ତି।


All Right Reserved By Dharitri.Com

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌...

ମେଜର ଅନୁପ ମିଶ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ବାୟୁ ସେନାର ମେଜର ଅନୁପ ମିଶ୍ରାଙ୍କୁ ଆର୍ମି ଡିଜାଇନ୍‌ ବ୍ୟୁରୋ ଏକ୍ସିଲେନ୍ସ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ସୋମବାର ସେନା ମୁଖ୍ୟ ବିପିନ ରାଓ୍ବତ...

ମହାରାଷ୍ଟ୍ରରେ ହୋଟେଲ ରାଜନୀତି: କଂଗ୍ରେସର ଅଭିଯୋଗ; ଭାଜପା ଚଳାଇଛି ଘୋଡ଼ାବେପାର ଉଦ୍ୟମ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ଘୋଡ଼ାବେପାର ଉଦ୍ୟମ...

୨୦୧୯ ନିର୍ବାଚନ ପରେ ଆଜମଗଡ଼ରୁ ଅଖିଳେଶ ନିଖୋଜ: ଭାଇରାଲ ହେଉଛି ପୋଷ୍ଟର

ଆଜମଗଡ଼,୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଯେଉଁ ବିରୋଧ ପ୍ରଦର୍ଶନ କରାଯାଉଛି ଏବେ ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।...

ସିଆଚେନ୍‌: ଯୁଦ୍ଧରେ ନୁହେଁ ନିମ୍ନ ତାପମାତ୍ରା ଏବଂ ଭୂସ୍ଖଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟେ !

ନୂଆଦିଲ୍ଲୀ,୩।୬: ସିଆଚେନ୍‌ରେ ୧୨ ହଜାରରୁ ୨୦ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଦେଶର ସୀମା ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାକାର ତାପମାତ୍ରା ଅଧିକାଂଶ ସମୟରେ...

ଲିଭୁଥିବା ଲଣ୍ଠନ ପାଇଁ ମାନସ ମନ୍ଥନ କରିବେ ରାବ୍ରୀ

ପାଟନା,୨୬।୫: ଲୋକ ସଭା ନିର୍ବାଚନରେ ବିହାରରେ ଲାଲୁ ଯାଦବଙ୍କ ଆରଜେଡି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ରାଜ୍ୟର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୩୯ଟି ଏନଡିଏ...

ବ୍ୟାପିଗଲା ମୃତ୍ୟୁର ଭୂତାଣୁ

ନୂଆଦିଲ୍ଲୀ,୨ା୪(ପି.ଟି.): ମହାମାରୀ କରୋନା ଭୂତାଣୁ ଭାରତ ସମେତ ସାରା ବିଶ୍ୱରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ ରାଷ୍ଟ୍ର ନିଜ ନିଜ...

ଦିଲ୍ଲୀରେ ଗୁଳି ଫୁଟିବା ପାଇଁ ଅନୁରାଗ ଠାକୁର ଦାୟୀ: ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏଠାରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। କଂଗ୍ରେସ ପକ୍ଷରୁ ପ୍ରଚାର ମୈଦାନକୁ...

Leave a comment

Your email address will not be published. Required fields are marked *