ଦୃଷ୍ଟି ବାଧିତ ଶିଶୁଙ୍କର ଶିଖିବାର ଅଧିକାର ରହିଛି: ଦୃଷ୍ଟିବାଧିତଙ୍କୁ ଡେଜିପ୍ଲେୟର ବଣ୍ଟନ

ନୂଆପଡା ଅଫିସ,୧୪ା୮-ଭିନ୍ନକ୍ଷମମାନେ ଅକ୍ଷମ ନୁହନ୍ତି। ସେମାନଙ୍କଠାରେ ଅନନ୍ୟ ପ୍ରତିଭା ଭରି ରହିଛି । ସେମାନଙ୍କ ମଧ୍ୟ ଶିକ୍ଷାଧିକାର ରହିଛି। ବିଶେଷ କରି ଦୃଷ୍ଟିବାଧିତ ଶିଶୁଙ୍କ ଶିଖିବାର ଅଧିକାରକୁ ଅଗ୍ରାଧିକାର ଦେବାର ପରମକର୍ତ୍ତବ୍ୟ ରହିଛି ବୋଲି ମତପ୍ରକାଶ ପାଇଛି । ମଙ୍ଗଳବାର ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଦୃଷ୍ଟିବାଧିତମାନଙ୍କୁ ଡେଜି ପ୍ଲେୟର ବଣ୍ଟନ କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ଯୋଗଦେଇ ଏହି ମତ ରଖିଥିଲେ। ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଆଦିକନ୍ଦ ଦାସ ସଭାପତିତ୍ୱ କରିଥିବାବେଳେ ମୃତ୍ୟୁଞ୍ଜୟ ପଲେଇ, ସଂଯୋଜକ ହେମନ୍ତ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ହେମନ୍ତ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜିଲାର ବିଭିନ୍ନ କୋଣରୁ ଆସିଥିବା ୨୩ଜଣ ଦୃଷ୍ଟିବାଧିତଙ୍କୁ ଡେଜି ପ୍ଲେୟର ବଣ୍ଟନ କରାଯାଇଥିଲା । ଏହା ବ୍ୟବହାର କଲେ ଦୃଷ୍ଟିବାଧିତମାନଙ୍କ ପାଠପଢା ଠିକ ଭାବେ ହୋଇପାରିବ। ଶ୍ରେଣୀ କୋଠରୀରେ ଶିକ୍ଷକ ପଢାଉଥିବା ପାଠକୁ ଛାତ୍ରୀଛାତ୍ରମାନେ ରେକର୍ଡିଂ ଜରିଆରେ ଶୁଣି ମନେ ରଖିବେ । ସମଗ୍ର ରାଜ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମ ଥର ପାଇଁ ଏହି ଯୋଜନା ହାତକୁ ନିଆଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ମୃତ୍ୟୁଞ୍ଜୟ ପଲେଇ ଯନ୍ତ୍ରର ବ୍ୟବହାର ଏବଂ ସଦୁପଯୋଗ ଉପରେ ଦିବ୍ୟାଙ୍ଗମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦାସ କହିଥିଲେ ଯେ, ଦିବ୍ୟାଙ୍ଗମାନେ ଦେବତୂଲ୍ୟ। ଏମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବା ସହ ତାଙ୍କର ଶିକ୍ଷାଧିକାରକୁ ଗୁରୁତ୍ୱ ଦେବା ସମୟ ଆସିଛି । ଏଥିରେ ସମସ୍ତ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷ ତପତ୍ର ହୋଇ କାମ କରିବା ଜରୁରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ର, ଅଭିଭାବକ, ବିଆରଟି, ସ୍ବେଚ୍ଛାସେବୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ମିଶ୍ର, ଶଙ୍କର୍ଷଣ ପୁରୋହିତ, କାର୍ତ୍ତିକ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।


All Right Reserved By

ବେଆଇନ ଇଟାଭାଟି ସିଲ୍‌ କଲା ପ୍ରଶାସନ

ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍‌.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର...

ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ...

ପରିଚଏ, ଜୀବ୍‌କା ଦେଇଛେ ଜହ୍ନି ଚାଷ୍‌

ସୋହେଲା,୨୯ା୮(ଡି.ଏନ୍‌.ଏ.):  ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍‌। ଇ ରାଏଜ୍‌ର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା...

ଆରଡ଼ିରେ ଶିବବିବାହ ମହୋତ୍ସବ ପ୍ରସ୍ତୁତି: ଜୁନ୍‌ ୬ରେ ମଙ୍ଗଳକୃତ୍ୟ, ୭ରେ ବିବାହ

ଭଦ୍ରକ ଅଫିସ, ୧୬।୫ – ଭଦ୍ରକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମର ବାବା ଆଖଣ୍ଡଳମଣିଙ୍କ ବିବାହ ମହୋତ୍ସବ...

ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ ଦାବି: ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ମୁରାବାଲି ମୌଜା ମଝିସାହିର ଭୂମିହୀନ ବସ୍ତିବାସନ୍ଦାଙ୍କୁ ପଟ୍ଟା ଯୋଜନାରେ ସାମିଲ କରିବା ଦାବିରେ ସୋମବାର...

ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା: ଯୁବତୀ ୮ ମାସର ଗର୍ଭବତୀ, ଅଭିଯୁକ୍ତ ପ୍ରେମିକ ଗିରଫ

ପାଟଣା,୨୦।୯(ସ୍ବ.ପ୍ର.): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିବା ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ପୋଲିସ ଜନୈକ ବିବାହିତ ଅଭିଯୁକ୍ତ ପ୍ରେମିକଙ୍କୁ ଶୁକ୍ରବାର ଗିରଫ କରିଛି।...

ଅସ୍ଥାୟୀ ମଣ୍ଡିରେ ପଡ଼ିଛି ରବିଧାନ, କାଳବୈଶାଖୀକୁ ଡର

କୁନ୍ଦୁରା,୩୧ା୫(ଡି.ଏନ୍‌.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ...

ବଲାଙ୍ଗୀର ଜିଲା ଚିଠି: ମରୁଡ଼ି ପରେ ବନ୍ୟା ଚିନ୍ତା

ବଲାଙ୍ଗୀର ଏକ ମରୁଡ଼ିପ୍ରବଣ ଜିଲା ଭାବେ ପରିଚିତ। ସ୍ବଳ୍ପ ବୃଷ୍ଟିପାତ କାରଣରୁ ଜିଲାରେ କ୍ରମାଗତ ମରୁଡ଼ି ଓ ଜଳସଙ୍କଟ ଏକ ସାଧାରଣ କଥା। ଖରାଦିନରେ ଗାଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *