Posted inଜାତୀୟ

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଅବନ୍ତିପୋରା ଅଞ୍ଚଳର ପଞ୍ଚ୍‌ଗାଓ୍ବଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଶୌକତ ଅହମ୍ମଦ ବୋଲି କୁହାଯାଉଛି। ଏଠାରେ ସିଆରପିଏଫ୍‌ ୧୩୦ ବାଟାଲିୟନ୍‌, ଆର୍‌ଆର୍‌ ୫୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଏନକାଉଣ୍ଟର ପରେ ସୁରକ୍ଷା ଦୃଷ୍ଟିରୁ ଏଠାରେ ସାମୟିକ କଫ୍ୟୁ ଲାଗୁ କରାଯାଇଛି। ଅନନ୍ତନାଗରେ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଥିବା କୁହାଯାଉଛି।


All Right Reserved By

ରାଜ୍ୟପାଳ ହେବା ଖବର ମିଛ: ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୧୧।୬: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହେବା ଖବରକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ଟୁଇଟରରେ...

ଲିଭ୍‌ଇନ୍‌ରେ ରହୁଥିବା ଯୋଡ଼ା: ଜୀବିତ ଥିବାବେଳେ ନିର୍ଯାତନା; ମୃତ୍ୟୁପରେ ଅନ୍ତିମ ସଂସ୍କାର ମନା

ରାଞ୍ଚି,୨୩।୬: ଅର୍ଥାଭାବରୁ ବିବାହ ନ କରି ଭୋଜି ନ ଦେଇ ଲିଭ୍‌ଇନ୍‌ରେ ରହୁଥିବା ଝାଡଖଣ୍ଡର ଜନଜାତି ସମ୍ପ୍ରଦାୟଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ଏଭଳି ମହିଳାଙ୍କୁ ଏଠାରେ...

ଜମ୍ମୁ ଛାଡିଲେ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ

ଶ୍ରୀନଗର,୩୦।୬: ଅମରନାଥ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ରବିବାର ଜମ୍ମୁ ଛାଡିଛନ୍ତି। ସେମାନେ କଶ୍ମୀରରେ ପହଞ୍ଚିବା ପରେ ସୋମବାରଠାରୁ ୪୫ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହେବ।...

ରାଜ୍ୟପାଳଙ୍କୁ ଭେଟିବାକୁ ଗଲେ ୟେଦୁରପ୍ପା, ଆଜି ନେଇପାରନ୍ତି ଶପଥ

ବେଙ୍ଗାଲୁରୁ, ୨୬।୭: କର୍ନାଟକରେ ଏଚଡି କୁମାରସ୍ବାମୀ ସରକାର ଭାଙ୍ଗିବା ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାଜପା ନେତା ବିଏସ୍‌...

ମହିଳାଙ୍କ ଗହଣା ଲୁଟନ୍ତି ନାହିଁ ଏହି ଲୁଟେରା ଗ୍ୟାଙ୍ଗ୍‌: ଜାଣନ୍ତୁ କାହିଁକି

ଗ୍ରେଟର ନୋଏଡା, ୨୦।୫: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି। କାର୍‌ ଏବଂ ଗହଣା ଚୋରି କରୁଥିବା ଏହି...

ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨।୭: ନାବାଳିକା ବଳାତ୍କାର ଅଭିଯୋଗରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ପୁଣି ଝଟକା। ତାଙ୍କ ଜାମିନ ଆବେଦନ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ବଳାତ୍କାର...

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ...

ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ହେବ ବୁଲେଟ୍‌ ପ୍ରୁଫ୍‌

ନୂଆଦିଲ୍ଲୀ,୧୫।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟକୁ ବୁଲେଟ୍‌ ପ୍ରୁଫ୍‌ କରାଯିବା ପାଇଁ ଯୋଜନା ହୋଇଛି। ଏହା ସହିତ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିିସିଟିଭି କ୍ୟାମେରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *