Posted inUncategorized

ବାହୁଡ଼ିଲା ନରହନ୍ତା ଦନ୍ତା

ପରଜଙ୍ଗ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା ସତ୍ତ୍ୱେ ଏହାର ହିଂସ୍ର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଜନବସତିରେ ପଶି ଘରଦ୍ୱାର ଭାଙ୍ଗି ପକାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ କ୍ଷତିଗ୍ରସ୍ତମାନେ ମଙ୍ଗଳବାର ଜନଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିଛନ୍ତି।
ଡିହଡୋଳ ଫରେଷ୍ଟ ସେକ୍ସନରେ ୧୭ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଫସଲ ନଷ୍ଟ କରି ଚାଲିଛନ୍ତି। ସବୁଠାରୁ ବେଶି ଉତ୍ପାତ କରୁଛି ନରହନ୍ତା ଦନ୍ତା। କିଛିଦିନ ତଳେ ଉକ୍ତ ଦନ୍ତାର ହିଂସ୍ର ଆଚରଣରେ ଅତିଷ୍ଠ ହୋଇ ବନ ବିଭାଗ ଦାନ୍ତ କାଟିଥିଲା। ଏହା ଫଳରେ ଉପଦ୍ରବ କିଛିଟା କମିବ ବୋଲି ଆଶା କରାଯାଉଥିଲା। ହେଲେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ସୋମବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଲୋଧଣି, ପାଟରପଦା, ନୂଅଁାରୋଡ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ଲୋଧଣି ଗ୍ରାମର ବିକ୍ରମ ବିଶ୍ୱାଳ, ବାସନ୍ତୀ ବିଶ୍ୱାଳ, ଛଞ୍ଚା ସାହୁ, ନୂଅଁାରୋଡ ଗ୍ରାମର ଚିନା ନାୟକ, ରଞ୍ଜୁ ନାୟକ, ଭାରତୀ ନାୟକ, ପାଟରପଦା ଗ୍ରାମର କାର୍ତ୍ତିକ ନାୟକ, କ୍ଷେତ୍ରବାସୀ ନାୟକ, ରମେଶ ନାୟକ, ଡାକ୍ତର ନାୟକ, ଦୁଷ୍ମନ୍ତ ନାୟକ, ଅନାମ ବିଶ୍ୱାଳଙ୍କ ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ହାତୀ କେବଳ ଘର ଭାଙ୍ଗୁନାହିଁ, ଘରେ ଥିବା ରନ୍ଧାଖାଦ୍ୟ, ଶସ୍ୟ ଖାଇଯାଉଛି। ହାତୀ ଭୟରେ ଲୋକମାନେ ସନ୍ଧ୍ୟା ହେଲେ ପଦାକୁ ବାହାରୁନାହାନ୍ତି। ବନ ବିଭାଗ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ହାତୀ ପଲ ଅଞ୍ଚଳ ଛାଡ଼ି ଯିବାର ନଁା ଧରୁନାହାନ୍ତି। ଏହାକୁ ନେଇ ଚାଷୀ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଉପଦ୍ରୁତ ଗ୍ରାମରେ କ୍ଷୟକ୍ଷତି ଆକଳନ କରାଯାଉଛି। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ହେଲେ ହାତୀ ଦ୍ୱାରା ଫସଲ ନଷ୍ଟ ଏବଂ ଘର ଭଙ୍ଗା ସହାୟତା ଠିକ୍‌ ଭାବେ ମିଳୁ ନ ଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଫେରାଦ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

Posted inUncategorized View All

ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା

ବନ୍ତଳା,୫।୧୧(ଡି.ଏନ.ଏ.) ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ପରିଚୟ ଅସ୍ପଷ୍ଟ

କେନ୍ଦୁଝର, ୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ...

ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ

ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା।...

କୋଲମର ପରିଚିତ ମଣିଷ ରାଜୁ: ପତ୍ର, କାଦୁଅ, କୋଇଲାରେ ଆଙ୍କନ୍ତି ଚିତ୍ର

ରାଜୁ, ଜଣେ ବାସହୀନ ବ୍ୟକ୍ତି। ତାଙ୍କର ପ୍ରକୃତ ପରିଚୟ, ଘରର ଠିକଣା କାହାକୁ ବି ଜଣା ନାହିଁ। ପୁରୁଣା ମଇଳା ପୋଷାକ ସାଙ୍ଗକୁ ଅମାନିଆ ଭାବେ...

୫ ବିଦେଶ ଫେରନ୍ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଶୁକ୍ରବାର ଜିଲାର ୫ଜଣ ବିଦେଶ ଫେରନ୍ତା...

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ। ଏହା କହିଛନ୍ତି ବିଏମ୍‌ସି କମିଶନର। ଉଚ୍ଛେଦ ନେଇ ଗଠିତ ୧୦ଜଣିଆ କମିଟି ସହ ବୈଠକ ପରେ...

୧୫ ଦିନ ଧରି ପାଳନ କରାଯିବ ବିଜୁ ଜୟନ୍ତୀ: ବିଜେଡି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ପ୍ରବାଦ ପୁରୁଷ ବିଜ ପଟ୍ଟନାୟକଙ୍କ ଜୟନ୍ତୀ ୧୫ ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଜେଡି କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା...

Leave a comment

Your email address will not be published. Required fields are marked *