ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବାରୁ ୨୦୦୫ରେ ହୋଇଥିବା ପ୍ରାକ୍‌ ବ୍ୟୟ ଅଟ୍ଟକଳ ୯୭ କୋଟିରୁ ଏବେ ୭୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯୋଜନା ପାଇଁ ଚିହ୍ନଟ ହୋଇଥିବା ୫ ଗ୍ରାମ ବୁଡ଼ିବାକୁ ଥିବା ଏବଂ ସମ୍ପୃକ୍ତ ଗ୍ରାମଗୁଡ଼ିକରୁ ବିସ୍ଥାପିତ ହେବାକୁ ଥିବା କେତେକ ପରିବାର ବିରୋଧ କରୁଥିବାରୁ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି। ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାମ ଚାଲିଥିଲେ ମଧ୍ୟ ପ୍ରକଳ୍ପର ହେଡୱାର୍କ ବା ମୁଖ୍ୟ ଡ୍ୟାମ ନିର୍ମାଣ ଅଦ୍ୟାବଧି ଆରମ୍ଭ ହୋଇ ନ ଥିବାରୁ ସମସ୍ୟା ଦେଖାଦେଇଛି। ଅଧିକ ବିଳମ୍ବ ହେଲେ ସଂଶୋଧିତ ବ୍ୟୟ ଅଟ୍ଟକଳ ଆହୁରି ବଢ଼ିବାର ଆଶଙ୍କା ଘନୀଭୂତ ହୋଇଛି।
ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ଛେଳିଗଡ଼ ଯୋଜନାର ଚତୁର୍ଥ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ଆରଡିସି ଟି.ଆଓ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ସମୀକ୍ଷା କରିଥିଲେ। ଗଜପତି ଜିଲାପାଳ ଅନୁପମ ଶାହ, ଏସ୍‌ପି ସାରା ଶର୍ମା, ଜଳ ସମ୍ପଦ ବିଭାଗ ବ୍ରହ୍ମପୁରସ୍ଥ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ଅଧୀକ୍ଷଣ ଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି, ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ନାଥ ମହାରଣା, ସହକାରୀ ଯନ୍ତ୍ରୀ ଏସ୍‌କେ ପଟ୍ଟନାୟକ, ଗଜପତି ଜିଲା ଭୂ-ଅର୍ଜନ ଅଧିକାରୀ ଚିତ୍ତରଞ୍ଜନ ସାହୁ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ଥିଲେ। ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲା ପରିଷଦ ଅଧ୍ୟକ୍ଷା ଅନିତା ବେହେରା, ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ, ଛେଳିଗଡ଼ ସରପଞ୍ଚ ଦିବାକର ରଣସିଂ ନାୟକଙ୍କ ସମେତ ଅଞ୍ଚଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିସ୍ଥାପିତ ହେବାକୁ ଥିବା ସମସ୍ତ ପରିବାରକୁ ଉପଯୁକ୍ତ ଥଇଥାନ କରାଯିବା ପରେ ପ୍ରକଳ୍ପ ନିର୍ମାଣ କରିବାକୁ ରଣସିଂ ନାୟକ ଦୃଢ଼ ଦାବି କରିଥିଲେ।
ବୈଠକର ବିବରଣୀରୁ ଜଣାପଡ଼ିଛି, ପ୍ରକଳ୍ପର ଡ୍ୟାମ ନିର୍ମାଣ ପାଇଁ ଆଦିବାସୀ ଗ୍ରାମ ବିଦ୍ୟାଧରପୁର, କାକିଲି, ତିଳିଙ୍ଗା, ସୁବିଗା ଓ ଛେଳିଗଡ଼ ବୁଡ଼ିବ। ସମୁଦାୟ ୫୨୦ ପରିବାରଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ। ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିର ମାତ୍ର ଗୋଟିଏ ପରିବାର ଥିବା ବେଳେ ଅନ୍ୟମାନେ ଆଦିବାସୀ। ଜଳ ସମ୍ପଦ ବିଭାଗ ପକ୍ଷରୁ ଏହା କୁହାଯାଇଥିଲା। ଯୋଜନା ନିର୍ମାଣ ସପକ୍ଷରେ ପ୍ରାୟ ୯୦ ପ୍ରତିଶତ ଅଛନ୍ତି। ଅଳ୍ପ କେତେକ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଚିହ୍ନଟ ବିସ୍ଥାପିତଙ୍କ ମଧ୍ୟରୁ ଅନେକଙ୍କୁ ୨୯ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। ବିକଳ୍ପ ଥଇଥାନ ଯୋଜନାରେ ଦିଗପହଣ୍ଡି ବ୍ଲକର ସାମନ୍ତରାପୁରରେ ୧୦୮ ଜଣଙ୍କ ପାଇଁ ନୂଆ କଲୋନୀ ନିର୍ମିତ ହୋଇଛି। ଅପରପକ୍ଷରେ ବାଲିପାଟରେ ୭୫ ଏବଂ ବାବୁଲି ବନ୍ଧରେ ୬୮ ଘର ସମସ୍ତ ସୁବିଧା ଉପଲବ୍ଧ ସହ ନିର୍ମାଣ କରାଯାଉଛି।
ସୂଚନାନୁସାରେ, ରାମଗିରି ପର୍ବତରୁ ନିର୍ଗତ ବୃହତ୍ତ ଝରଣାକୁ ନେଇ ଛେଳିଗଡ଼ ପ୍ରକଳ୍ପ ମୁଖ୍ୟବନ୍ଧ ନିର୍ମାଣର ନକ୍ସା ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଆର.ଉଦୟଗିରି, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି ବ୍ଲକର ୩୬ ଶହ ହେକ୍ଟର ଚାଷଜମି ଜଳସେଚିତ ହେବ। ଏଥିରୁ ଦୈନିକ ୩୦ ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦିତ ହେବ। ତେଣୁ ଜନକଲ୍ୟାଣ ପାଇଁ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପକୁ ବିରୋଧ ନ କରିବା ଉପରେ ଏମ୍‌ପି ଚନ୍ଦ୍ରଶେଖର ଉପସ୍ଥିତ ଅଞ୍ଚଳବାସୀଙ୍କ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ଅନ୍ୟ ଦାବି ମଧ୍ୟ ପୂରଣ କରାଯିବାର ସେ ଆଶ୍ୱାସନା ଦେଇଥିଲେ। ସମସ୍ତେ ସହଯୋଗ କରିବାକୁ ଗୁରୁତ୍ୱ ଦେଇଥିଲେ। ଆରଡିସି ମଧ୍ୟ ପ୍ରକଳ୍ପ ନିର୍ମାଣରେ ଲୋକ ପ୍ରତିନିଧି ଓ ଅଞ୍ଚଳବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ପୁଣି ସ୍ଥିତି ଅନୁଧ୍ୟାନ ଏବଂ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରାଯିବାର ଗଣମାଧ୍ୟମକୁ ଏମ୍‌ପି ସାହୁ ସୂଚାଇଥିଲେ।


All Right Reserved By Dharitri.Com

ସମ୍ବଲପୁର ଜିଲାପାଳଙ୍କଠାରେ ଫେରାଦ ହେଲେ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ଛାତ୍ରୀଛାତ୍ର

ସମ୍ବଲପୁର,୫।୩(ବ୍ୟୁରୋ):ସମ୍ବଲପୁର ଜିଲା ଧନୁପାଲି ଥାନା ଏକ ଅଣସ୍ବୀକୃତି ପ୍ରାପ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଯୁକ୍ତ ୨ କଳା ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଛାତ୍ରୀଛାତ୍ରମାନେ...

ମୌଳିକ ସୁବିଧାରୁ ବଞ୍ଚିତ ୭ ପରିବାର : ରାସ୍ତା କି ବିଦ୍ୟୁତ୍‌ ସେବା ନାହିଁ

ବାଲିଆ,୩।୮: ବିରିଡ଼ି ବ୍ଲକ ବାରେଡିଆ ପଞ୍ଚାୟତ ୪ ନଂ. ଓ୍ବାର୍ଡ ଗୋପାଳ ସାହି ବାସିନ୍ଦା ଏବେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ  ହୋଇ ରହିଛନ୍ତି। ସାହିର...

ଜବରଦଖଲ ଉଚ୍ଛେଦ ଦାବିରେ ଅନଶନ

ବନ୍ତ,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଷେଣ୍ଢତୀରା ପଞ୍ଚାୟତ ଅଧୀନ ବରପଦା ରାଜସ୍ବ ଗ୍ରାମର ସରକାରୀ ବସ୍ତି ଯୋଗ୍ୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବୁଧବାର ଗ୍ରାମର...

ରକ୍ତଦାନ ସମ୍ବନ୍ଧୀୟ ଯୁବ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୨୦ା୯-ସ୍ଥାନୀୟ ସଦର ବ୍ଲକ ସଭାଗୃହରେ ନୂଆପଡା ବ୍ଲକସ୍ତରୀୟ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁବେଦାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ...

ଶହେରୁ ଊର୍ଦ୍ଧ୍ୱ ଦେଶରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର ଅଫିସ,୧୮।୧୧: ବିଶ୍ୱର ୧୦୨ଟି ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ କିମ୍ବା ତଦୂର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା...

ଗୁଟ୍‌ଖା କାରଖାନାରେ ଚଢ଼ାଉ: ୩ ଗିରଫ, ମାଲିକ ଫେରାର

ବ୍ରହ୍ମପୁର ଅଫିସ,୭୮-ସଦର ଥାନା ପୋଲିସ ସୋମବାର ରାତିରେ ଭୈରବନଗରରେ ବେଆଇନ ଭାବେ ଚାଲିଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ସେଠାରୁ ବହୁ ପରିମାଣର ଗୁଟ୍‌ଖା...

ଜୁନାଗଡରେ ରୋଗୀ କଲ୍ୟାଣ ସମିତି ବୈଠକ: ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବା ଉପରେ ଆଲୋଚନା

ଜୁନାଗଡ,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚିଲଗୁଡା...

ନବକିଶୋରଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବନ୍ତ, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ଗ୍ରାମର ନରେନ୍ଦ୍ର ସାମଲଙ୍କ ପୁଅ ନବକିଶୋର(୧୬)ଙ୍କୁ ବ୍ଲକ ପ୍ରଶାସନ ସହାୟତାର ହାତ ବଢ଼ାଇଛି।...

Leave a comment

Your email address will not be published. Required fields are marked *