ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ

ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍‌ଜିଟ୍‌’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି ସହ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ କଥାବାର୍ତ୍ତା ବିନା ଡିଲ୍‌ରେ ଶେଷ ହୋଇଛି। ଫଳରେ ଥେରେସାଙ୍କୁ ଶକ୍ତ ଝଟ୍‌କା ଲାଗିଛି।
ଲେବର ପାର୍ଟି ନେତା ଜେରେମି କୋର୍ବିନ ଥେରେସାଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଶାସକ କନ୍‌ଜର୍ଭେଟିଭ୍‌ ପାର୍ଟିରେ ନେତୃତ୍ୱକୁ ନେଇ ଲଢ଼େଇ ଚାଲିଛି। ତେଣୁ ଆଲୋଚନା ପ୍ରକ୍ରିୟା ଶେଷ ହେଲା ବୋଲି ଘୋଷଣା କରିବାକୁ କୋର୍ବିନ ଏଥିରେ ଉଲ୍ଲେଖ କରିଛନ୍ତି। ଆଲୋଚନା ଯେତିକି ବାଟ ଆଗେଇବାର ଥିଲା ଆଗେଇଲା। ସରକାରର ଦୁର୍ବଳତା ଓ ଅସ୍ଥିରତା ଯୋଗୁ ଏହା ବିଫଳ ହୋଇଛି ବୋଲି ଜେରେମି କହିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ଗଣଭୋଟ ଭଳି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳରେ ସହମତି ପ୍ରକାଶ ପାଇନାହିଁ ବୋଲି ଥେରେସା ଏହି ବିଫଳତା ପାଇଁ ଲେବର ପାର୍ଟିକୁ ଦୋଷ ଦେଇଛନ୍ତି। ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭରଡ୍‌କାର ଏହି ଘଟଣାକ୍ରମକୁ ଅତ୍ୟନ୍ତ ନକାରାମତ୍କ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଥେରେସା ଆସନ୍ତା ମାସରେ ଡାଉନିଂ ଷ୍ଟ୍ରିଟ୍‌ରୁ ବିଦାୟ ନେବା ପାଇଁ ଘୋଷଣା କରିବା ଲାଗି ଗୁରୁବାର ବାଧ୍ୟ ହୋଇଥିଲେ। ଏହାର ଦିନକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଆସିଛି। ପ୍ରକାଶ ଯେ, ୨୮ ରାଷ୍ଟ୍ରକୁ ନେଇ ଗଠିତ ଇୟୁ ସହ ବ୍ରିଟେନର ବିଚ୍ଛେଦ ମାର୍ଚ୍ଚ ୨୯ରେ ହେବାର ଥିଲା। କିନ୍ତୁ ଏମ୍‌ପିମାନେ ଥେରେସାଙ୍କ ଡିଲ୍‌କୁ ୩ ଥର ପ୍ରତ୍ୟାଖ୍ୟାନ କରିବା ପରେ ଇୟୁ ବ୍ରିଟେନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟ ଦେଇଥିଲା।


All Right Reserved By Dharitri.Com

କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ

ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ...

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି...

ଚାଇନାରେ କରୋନା ଭାଇରସ୍‌ ଆତଙ୍କ:ଗଲାଣି ୨୧୨ ଜଣଙ୍କ ଜୀବନ, ୭୭୦୦ରୁ ଅଧିକ ସଂକ୍ରମିତ

ବେଜିଂ,୩୧।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବା...

ବଜ୍ରପାତରେ ୨୦ ମୃତ ୩୦ ଆହତ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ସିନ୍ଧ ଅଞ୍ଚଳରେ କିଛିଦିନ ହେବ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଶୁକ୍ରବାର ସୁଦ୍ଧା ସେଠାରେ ଅତିକମ୍‌ରେ ୨୦...

ଇମ୍ରାନ ଉଠାଇଲେ କଶ୍ମୀର ପ୍ରସଙ୍ଗ

ଜାତିସଂଘ,୨୮।୯(ପି.ଟି.): ଜମ୍ମୁ-କଶ୍ମୀରରୁ ଭାରତ ‘ଅମାନବୀୟ କର୍ଫ୍ୟୁ’ ହଟାଉ। ଏହାସହ ସମସ୍ତ ‘ରାଜନୈତିକ ବନ୍ଦୀ’ଙ୍କୁ ତୁରନ୍ତ ମୁକ୍ତ କରୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର...

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ନୂଆଦିଲ୍ଲୀ,୧୫।୧୧: ଇଣ୍ଡୋନେସିଆରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ନର୍ଥ ମାଲୁକ ତଟ ପାଖରେ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧...

ଗାଜା ସୀମାରେ ୪ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କୁ ହତ୍ୟା କଲେ ଇସ୍ରାଏଲ୍‌ ସୈନ୍ୟ

ଜେରୁଜେଲମ୍‌,୧୦।୮:ଗାଜା ସୀମାରେ ୪ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କୁ ଇସ୍ରାଏଲ୍‌ ସୈନ୍ୟ ହତ୍ୟା କରିଛନ୍ତି। ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଇସ୍ରାଏଲ୍‌ ସୈନ୍ୟ ବାହିନୀ ଶିବିର ଉପରକୁ ଗ୍ରେନେଡ୍‌ ମାଡ଼...

ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ...

Leave a comment

Your email address will not be published. Required fields are marked *