ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ

ମୁମ୍ବାଇ,୧୪-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ୟାକେଜ ଘୋଷଣାରେ ବିଳମ୍ବ ତଥା ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ପ୍ରଭାବିତ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ ପାଇଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ପ୍ରଥମଥର ୧୧ ହଜାର ପଏଣ୍ଟ ତଳକୁ ଖସିଆସିଛି। ଫଳରେ ନିବେଶକ ଗୋଟିଏ ଦିନରେ ୨.୨୧ ଲକ୍ଷ କୋଟି ଟଙ୍କ ହାରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ବାର୍ଷିକ ଏଜିଏମ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବା ଯୋଗୁ ମଙ୍ଗଳବାର ଏହାର ଶେୟାର ରେକର୍ଡ ସ୍ତରରେ ବୃଦ୍ଧି ପାଇଥିଲେ ସୁଦ୍ଧା ସେନ୍‌ସେକ୍ସ ବୃଦ୍ଧିରେ ଏହା ସହାୟକ ହୋଇପାରି ନ ଥିଲା। ମଙ୍ଗଳବାର ସେନ୍‌ସେକ୍ସ ୬୨୩.୭୫ ପଏଣ୍ଟ ହ୍ରାସ ପାଇ ୩୬,୯୫୮.୧୬ରେ ଏବଂ ନିଫ୍ଟି ୧୮୩.୮୦ ପଏଣ୍ଟ କମି ୧୦,୯୨୫.୮୫ରେ ବନ୍ଦ ହୋଇଛି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଦେଶର ଅର୍ଥନୀତିକୁ ଆଗେଇ ନେବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଅଦ୍ୟାବଧି ସେଦିଗରେ କୌଣସି ପଦକ୍ଷେପ ଘୋଷଣା ନ ହେବା ନିବେଶକଙ୍କୁ ନିରାଶ କରିଛି। ସେହିପରି ଅତି ଧନୀ ଏବଂ ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରୁ ସରଚାର୍ଜ ପ୍ରତ୍ୟାହାର ନେଇ ଅର୍ଥମନ୍ତ୍ରୀ ଚୁପ୍‌ ରହିବା ମଧ୍ୟ ନିବେଶକଙ୍କୁ ହତୋତ୍ସାହିତ କରିଛି।
ଅନ୍ୟପକ୍ଷରେ ଆର୍ଜେଣ୍ଟିନା ମୁଦ୍ରା ‘ପେସୋ’ ମୂଲ୍ୟ ହ୍ରାସ ତୀବ୍ର ହେବା ମଧ୍ୟ ଏସିଆର ମୁଦ୍ରା ବଜାରକୁ ବିଚଳିତ କରିଛି। ଏହାର ପ୍ରଭାବ ସମସ୍ତ ଏସୀୟ ରାଷ୍ଟ୍ରର ଷ୍ଟକ୍‌ ଏକ୍ସଚେଞ୍ଜରେ ମଙ୍ଗଳବାର ଦେଖିବାକୁ ମିଳିଛି। ଆର୍ଜେଣ୍ଟିନା ନିର୍ବାଚନରେ ଜନତା ବିରୋଧୀ ଦଳକୁ ଭାରି ବହୁମତରେ ଭୋଟ୍‌ ଦେଇ ଜିତାଇବା ପରେ ଦେଶର ମୁଦ୍ରା ପେସୋ ରାତାରାତି ୩୦ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ଚାଇନା ନିଜର ମୁଦ୍ରା ୟୁଆନ ଉଚିତ୍‌ ସ୍ତରରେ ରହିଥିବା କହିବା ସତ୍ତ୍ୱେ ବଜାର ଏହାକୁ ସକାରାମତ୍କ ଭାବେ ଗ୍ରହଣ କରିପାରି ନ ଥିଲା। ଅପରପକ୍ଷରେ ଦେଶର ମାନୁଫାକ୍‌ଚରିଂ ସେକ୍ଟର ଉତ୍ପାଦନ ଜୁନ୍‌ରେ ୪ ମାସରେ ସର୍ବନିମ୍ନ ସ୍ତର ୨ ପ୍ରତିଶତରେ ପହଞ୍ଚତ୍ବା ଷ୍ଟକ୍‌ ବଜାର ପାଇଁ ନକାରାମତ୍କ ହୋଇଛି।


All Right Reserved By

ଇନ୍‌ଫୋସିସ୍‌ ସିଇଓଙ୍କୁ ମିଳିଛି ୨୪.୬୭ କୋଟିର ପ୍ୟାକେଜ

ବେଙ୍ଗାଲୁରୁ,୨୧-୫: ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସଲିଲ୍‌ ପାରେଖଙ୍କୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୪.୬୭ କୋଟି ଟଙ୍କାର ଦରମା ପ୍ୟାକେଜ ମିଳିଥିଲା। କମ୍ପାନୀ...

ମୌସୁମୀ ବିଗାଡ଼ିଦେବ ଅର୍ଥନୀତି

ନୂଆଦିଲ୍ଲୀ,୨୦।୬: ଚଳିତବର୍ଷ ଦେଶରେ ମୌସୁମୀ ପ୍ରବାହ ବିଳମ୍ବିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସପ୍ତାହକ ବିଳମ୍ବରେ ମୌସୁମୀ ଦେଶରେ ପ୍ରବେଶ କରିଛି। ଜୁନ୍‌ରେ ଅଦ୍ୟାବଧି ସାରା ଦେଶରେ ସାମାନ୍ୟରୁ...

ଏଟିଏମ୍‌ ଲାଗି କାନାରା ବ୍ୟାଙ୍କର ଅଭିନବ ଓଟିପି ସୁରକ୍ଷା

ଭୁବନେଶ୍ୱର, ୨୯-୮: ଏଟିଏମ୍‌ ବ୍ୟବହାରକୁ ସୁରକ୍ଷିତ କରିବା ଲାଗି କାନାରା ବ୍ୟାଙ୍କ ପକ୍ଷରୁ ଅଭିନବ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣିକି...

ଜେଟ୍‌ଲୀଙ୍କୁ ଝୁରିଲା ଶିଳ୍ପ ଜଗତ

ନୂଆଦିଲ୍ଲୀ, ୨୫-୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀଙ୍କ ମୃତ୍ୟୁରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ଦେଶ ଜଣେ...

ମାନ୍ଦାବସ୍ଥା ପ୍ରଭାବ;୧୪ ଦିନ ଉତ୍ପାଦନ ବନ୍ଦ କଲା ମହିନ୍ଦ୍ରା

ନୂଆଦିଲ୍ଲୀ,୧୦-୮: ଘରୋଇ ଗାଡ଼ି ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଚଳିତ ତ୍ରୈମାସରେ ନିଜର ବିଭିନ୍ନ କାରଖାନାରେ ୮ରୁ ୧୪ ଦିନ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ କରିଦେଇଛି।...

ନୂଆ ସରକାରଙ୍କୁ ପାନଗାରିଆଙ୍କ ପରାମର୍ଶ;ବିତ୍ତୀୟ ଶୃଙ୍ଖଳା ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ,୨୨-୫: ଦେଶର ବିତ୍ତୀୟ ଶୃଙ୍ଖଳା ଦୃଢୀକରଣ ଦିଗରେ ପ୍ରତିବଦ୍ଧତା ଦେଖାଇବା ସହ ଏହା ଉପରେ ଧ୍ୟାନଦେବା ଜରୁରୀ । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା...

ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି

ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ...

ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *