ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା, ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୩-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି। ତେବେ ମଙ୍ଗଳବାର ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୩୮,୩୭୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ନିଖିଳ ଭାରତ ସର୍ରାଫା ସଂଘ ଅନୁସାରେ ଔଦ୍ୟୋଗିକ ସଂସ୍ଥାଗୁଡ଼ିକ ଏବଂ ମୁଦ୍ରା ନିର୍ମାତାଙ୍କ ପକ୍ଷରୁ ଅଧିକ କିଣାକିଣି କରାଯିବା ଏବଂ ବିଶ୍ୱ ବଜାରରେ ଦରବୃଦ୍ଧି ଯୋଗୁ ଦେଶରେ ରୁପା ଦର ବଢ଼ିଛି। ବିଶ୍ୱ ସ୍ତରରେ ନ୍ୟୁୟର୍କରେ ସୁନା ମୂଲ୍ୟ ୧୫୨୦.୩୭ ଡଲାର ପ୍ରତି ଆଉନ୍ସ ଏବଂ ରୁପା ମୂଲ୍ୟ ୧୭.୩୨ ଡଲାର ପ୍ରତି ଆଉନ୍ସ ରହିଛି।


All Right Reserved By Dharitri.Com

ପିଏଫ୍‌ ଆକାଉଣ୍ଟରେ ମିଳିବ ୮.୬୫% ସୁଧ

ନୂଆଦିଲ୍ଲୀ,୩୧-୮: ଚାକିରିରତ କର୍ମଚାରୀଙ୍କ ପାଇଁ ଖୁସୀଖବର। ଭବିଷ୍ୟନିଧି ଆକାଉଣ୍ଟ(ପିଏଫ ଆକାଉଣ୍ଟ)ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫% ସୁଧ ହାର ମିଳିବ। କେନ୍ଦ୍ର ଶ୍ରମ ମନ୍ତ୍ରୀ...

ରାଜ୍ୟଗୁଡିକର ଦାବି; ୩ ବର୍ଷ ବଢୁ ଜିଏସ୍‌ଟି ସେସ୍‌

ନୂଆଦିଲ୍ଲୀ,୧୫-୯: ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ରାଜସ୍ବ କ୍ଷତି ସହୁଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି...

ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି...

ବୁଡ଼ିଗଲା ବ୍ରିଟେନର ୧୭୮ ବର୍ଷର ଥମାସ କୁକ୍‌

ଲଣ୍ଡନ,୨୪-୯: ପର୍ଯ୍ୟଟକଙ୍କୁ ୧୭୮ ବର୍ଷ ଧରି ବିଭିନ୍ନ ସେବା ଯୋଗାଇ ଆସୁଥିବା ବ୍ରିଟେନର ପ୍ରସିଦ୍ଧ କମ୍ପାନୀ ଥମାସ କୁକ୍‌ ଶେଷରେ ବୁଡ଼ିଗଲା। ଜରୁରିକାଳୀନ ପାଣ୍ଠି ଯୋଗାଡ...

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ...

ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବାକୁ ଗଡକରୀଙ୍କ ଏମ୍‌ଏସ୍‌ଏମ୍‌ଇଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧-୧୦: ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ନିଜକୁ ପୁଞ୍ଜି ବଜାରରେ ସୂଚୀଭୁକ୍ତ କରାଇବା ଲାଗି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇମନ୍ତ୍ରୀ ନୀତିନ ଗଡକରୀ ସୋମବାର ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ...

ଇଲେକ୍ଟ୍ରିକ ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌ ହେବ ଛାଡ଼

ନୂଆଦିଲ୍ଲୀ,୨୧-୬: ଦେଶରେ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ବାହନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବ୍ୟାଟେରି ଚାଳିତ ସମସ୍ତ ପ୍ରକାର ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌କୁ ଛାଡ଼...

ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *