Posted inUncategorized

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ ବ୍ୟାହତ ହୋଇଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତେଲନଦୀ ଓ ମହାନଦୀରେ ବନ୍ୟା ପାଣି ଆସିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀରେ ଅଧିକ ପାଣି ଆସିିବାରୁ ପୂର୍ବାହ୍ନ ୧୦ଟାରୁ ବାଉରୀଯୋରରେ ଜଳପତ୍ତନ ବୃଦ୍ଧି ପାଇଥିଲା। ମଧ୍ୟାହ୍ନବେଳକୁ ବାଉରୀଯୋର ପୋଲ ଉପରେ ପ୍ରାୟ ୭ ଫୁଟ ପାଣି ଜମି ରହିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ଉକ୍ତ ରାସ୍ତା ଦେଇ ବୌଦ୍ଧ ଓ ରେଢ଼ାଖୋଲକୁ ଯାଇଥିବା ଲୋକେ ଅପରାହ୍ନରେ ଫେରିବା ବେଳେ ହଇରାଣ ହୋଇଛନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ସୋନପୁର, ଉଲୁଣ୍ଡା, ବିନିକା, ବଲାଙ୍ଗୀର ଅଞ୍ଚଳର ଲୋକେ ରେଢ଼ାଖୋଲ, ବୌଦ୍ଧ, ଅନୁଗୋଳ ସମେତ ରାଜଧାନୀ ଭୁବନେଶ୍ୱର ଓ କଟକକୁ ଯିବା ଆସିବା କରନ୍ତି । ଏବେ ପୋଲ ଉପରେ ପାଣି ଥିବା ଯୋଗୁଁ ବୀରମହାରାଜପୁର ଉକ୍ତ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସୂଚନାଯୋଗ୍ୟ ଉକ୍ତ ଯୋର ଉପରେ ନୂତନ ଭାବରେ ଏକ ଉଚ୍ଚ ପୋଲ ନିର୍ମାଣ ହେଉଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହି ସମସ୍ୟା ଦେଖାଯାଉଛି ।


All Right Reserved By Dharitri.Com

Posted inUncategorized View All

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା...

ଆକାଶରୁ ଖସିଲା ୧୩ କିଗ୍ରା ଓଜନର ରହସ୍ୟମୟ ପଥର

ପାଟନା,୨୪।୭: ବିହାର ମଧୁବାନି ଅଞ୍ଚଳରେ ଆକାଶରୁ ୧୩ କିଗ୍ରା ଓଜନର ଏକ ରହସ୍ୟମୟ ପଥର ଖସିଛି। ଏନେଇ ଜିଲାପାଳ ଶିର୍‌ସତ୍‌ କପିଲ୍‌ ଅଶୋକ ବୁଧବାର ସୂଚନା...

ସୀମାନ୍ତ କୋଟିଆରେ ଘୋଷଯାତ୍ରା

ପଟ୍ଟାଙ୍ଗି,୫।୭(ଡି.ଏନ୍‌.ଏ.): ସାରା ରାଜ୍ୟରେ ଯେଉଁଦିନ ରଥଯାତ୍ରା ହୁଏ, ତାହା ପରଦିନ ପଟ୍ଟାଙ୍ଗି ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତରେ ଗଡ଼େ ଶ୍ରୀଜୀଉଙ୍କ ରଥ। ୨୦୦୨ ମେ’ ୧ରେ...

୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି

କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ...

ଧାନକିଣାରେ ମହିଳା ଏସ୍‌ଏଚ୍‌ଜି ସାମିଲ, ମାର୍କଫେଡ୍‌ ବିଦା

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ ସୁଦ୍ଧା ରାଜ୍ୟରେ ୯ ଲକ୍ଷ, ୭୯ ହଜାର ୯୫୮ ଚାଷୀ...

ମହଙ୍ଗା ପଡ଼ିଲା ଭାରତ ସହିତ ପାକିସ୍ତାନର ଶତ୍ରୁତା: ଟମାଟୋ କିଲୋ ୩ଶହ

ଇସ୍‌ଲାମାବାଦ,୧୦।୮: ଜମ୍ମୁ-କଶ୍ମୀରରେ ମୋଦି ସରକାରଙ୍କ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାପରେ ପାକିସ୍ତାନ ଭାରତରୁ ସବୁ ସମ୍ପର୍କ ଭାଙ୍ଗିବାକୁ...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

କାକଟପୁର,୧୨।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ପ୍ରତ୍ୟୁଷରୁ ଅଞ୍ଚଳର ଆବାଳ ବୃଦ୍ଧବନିତା ନଦୀ ଏବଂ ପୁଷ୍କରିଣୀରେ ଡଙ୍ଗା ଭସାଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ...

Leave a comment

Your email address will not be published. Required fields are marked *