Posted inଜାତୀୟ

ଏଣିକି ବିଦ୍ୟୁତ୍‌ ଚୋରଙ୍କୁ ଧରିବ ଡ୍ରୋନ୍‌

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିକଟରେ ଦିଲ୍ଲୀବାସୀଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି, ଯେଉଁଥିରେ ଯଦି ଗୋଟିଏ ପରିବାର ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରନ୍ତି ତେବେ ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାପରେ ଏବେ ବିଦ୍ୟୁତ୍‌ ଚୋରିରେ ଲଗାମ ଲଗାଇବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ବିଦ୍ୟୁତ୍‌ ଚୋରି ବିରୋଧରେ ପାଟ୍ରୋଲିଂ କରାଯିବ। କେଉଁଠି ବଦ୍ୟୁତ୍‌ ଚୋରି ହେଉଛି ସେନେଇ କ୍ୟାମେରାରେ ନଜର ରଖାଯିବ। ଏଥିସହ ବିଦ୍ୟୁତ୍‌ କଟିଯାଇଥିଲେ ମଧ୍ୟ ଡ୍ରୋନ ଟେକ୍ନୋଲୋଜି ଦ୍ୱାରା ଏହାକୁ ସଜଡାଯାଇପାରିବ। ତେବେ ଆଧୁନିକ ଟେକ୍ନୋଲୋଜି ଦ୍ୱାରା ନିର୍ମାଣ କରାଯାଇଥିବା ଡ୍ରୋନ ଉପରେ ଗତ ୧ମାସ ଧରି କାର୍ଯ୍ୟ କରାଯାଉଛି। ଏହାର ଓଜନ ପ୍ରାୟ ୨କିଲୋଗ୍ରାମ୍‌। ଏହାକୁ ଉତ୍ତର ପୂର୍ବ ଦିଲ୍ଲୀରେ ଟାଟା ପାଓ୍ବାର କମ୍ପାନୀ ପାଇଲଟ ପ୍ରୋଜେକ୍ଟ ଭାବେ ବ୍ୟବହାର କରିଛି। ଏଥିଯୋଗୁ ୧୦ ପ୍ରତିଶତ ସମୟ ଓ ଟଙ୍କା ବଞ୍ଚିବ ବୋଲି କୁହାଯାଉଛି।


All Right Reserved By Dharitri.Com

୧୭୨ ଦେଶ ଗୋଟିଏ ଦିନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩।୬: ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ କିଛି ମୁସଲିମ୍‌ ଦେଶ...

୭ବର୍ଷରେ ୭ଥର ଗର୍ଭବତୀ: ଲିଙ୍ଗ ପରୀକ୍ଷଣରେ କନ୍ୟା ଭ୍ରୂଣ ଯୋଗୁ ବାରମ୍ବାର କରୁଥିଲେ ଗର୍ଭପାତ, ଏଥର ମିଳିଲା ଆଶ୍ୱସ୍ତି

ହାଇଦ୍ରାବାଦ, ୧୬।୭: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଶରେ ସେମିତି କିଛି ପ୍ରଭାବ ପକାଉଥିବା ପରିଲକ୍ଷିତ ହେଉ ନାହିଁ। ଏହାର ଏକ...

ଜେଓ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ: ସରକାରୀ କ୍ଷତିପୂରଣ ନେଇ ଚାଷୀ ଅମଙ୍ଗ; ୪୧ ଗିରଫ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶ ଜେଓ୍ବରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥାନୀୟ ଚାଷୀ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଜମି ଅଧିଗ୍ରହଣରେ ନିଜର ଜମି ହରାଉଥିବା...

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର...

କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ...

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

କେରଳରେ ପ୍ରଥମ ନିପା ଭାଇରସ୍‌ ରୋଗୀ ଚିହ୍ନଟ

କୋଚି,୪।୬: କେରଳରେ ପୁଣି ଥରେ ପାଦ ଦେଇଛି ନିପା ଭାଇରସ୍‌। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହି ସୂଚନା ଦେଇଛନ୍ତି। ୨୩ ବର୍ଷୀୟ ଜଣେ ଛାତ୍ର...

କର୍ନାଟକ ବନ୍ୟା ପରିସ୍ଥିତିକୁ ଅଣଦେଖା କରୁଛି କେନ୍ଦ୍ର: ସିଦ୍ଧରମେୟା

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା। ସେ ହକିଛନ୍ତି...

Leave a comment

Your email address will not be published. Required fields are marked *