Posted inଖେଳ

ଇସ୍‌ଲାମାବାଦ୍‌ ସୁରକ୍ଷାରେ ସନ୍ତୁଷ୍ଟ ଆଇଟିଏଫ୍‌

ମୁମ୍ବାଇ,୧୩।୮- ଆସନ୍ତା ମାସରେ ଇସ୍‌ଲାମାବାଦ୍‌ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଦିନିଆ ଡେଭିସ କପ୍‌ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍‌ ଲାଗି ପାକିସ୍ତାନ ପକ୍ଷରୁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ସ.େନ୍ତାଷ ପ୍ରକାଶ କରିଛି। ଉଲ୍ଲେଖଥାଉ କି, ଗତ ସୋମବାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହ ଯୁଦ୍ଧ ଆଶଙ୍କା ରହିଛି। ପାକିସ୍ତାନ ଭାରତୀୟ ଆମ୍ବାସାଡରଙ୍କୁ ଦେଶରୁ ଫେରାଇ ଦେଇଛି। ଏଥିଯୋଗୁ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ପକ୍ଷରୁ ଆଇଟିଏଫ୍‌କୁ ଭେନ୍ୟୁ ପରିବର୍ତ୍ତନ କରିବା ଲାଗି ଅନୁରୋଧ କରାଯାଇଥିଲେ। ହେଲେ ଆଇଟିଏଫ୍‌ ସୁରକ୍ଷା ବ୍ୟବସ୍ଥାରେ ସନ୍ତୁଷ୍ଟ ହେବା ପରେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିିବା ସ୍ପଷ୍ଟ ହୋଇଛି। ଆମେ ଆୟୋଜକ ଦଳ ସହିତ କାର୍ଯ୍ୟ କରୁଛୁ। ସ୍ବାଧୀନ ଅଭିଜ୍ଞ ସୁରକ୍ଷା ପରାମର୍ଶଦାତା ରହିଛନ୍ତି। ସେମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିବେ ବୋଲି ଆଇଟିଏଫ୍‌ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

Posted inଖେଳ View All

ସାଇନାଙ୍କ ଅଭିଯାନ ଶେଷ

ବାସେଲ(ସୁଇଜରଲାଣ୍ଡ),୨୩।୮(ପି.ଟି.): ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପର ପ୍ରି-କ୍ୱାର୍ଟର ଫାଇନାଲରେ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ୩...

ବିଦାୟୀ ମ୍ୟାଚ୍‌ରେ ମାଲିଙ୍ଗାଙ୍କୁ ବିଜୟ ଭେଟି

କଲମ୍ବୋ,୨୭।୭(ଏଏଫ୍‌ପି)- କ୍ୟାରିୟର ଅନ୍ତିମ ମ୍ୟାଚ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବିଜୟ ସହ ଦିନିକିଆରୁ ବିଦାୟ ନେଇଛନ୍ତି। ସ୍ଥାନୀୟ ଆର. ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାର...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ...

ସଞ୍ଜୁ ସାମସନଙ୍କୁ ଚିୟର କଲେ ଥିରୁଭାନନ୍ତପୁରମ ଦର୍ଶକ

ଥିରୁଭାନନ୍ତପୁରମ,୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଇକେଟକିପର ସଞ୍ଜୁ ସାମସନଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ମାତ୍ର...

୧୫୬୦ ଉଇକେଟ ନେଇଥିବା ଏହା ଭାରତୀୟ କ୍ରିକେଟର୍‌ଙ୍କୁ ସେନ୍‌ ଓ୍ବାର୍ଣ୍ଣ ବି ମାନୁଥିଲେ ଗୁରୁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ମହାନ ସ୍ପିନର ବିଶେନ ସିଂ ବେଦୀଙ୍କ ଆଜି ୭୩ତମ ଜନ୍ମଦିନ। ୧୯୪୬ ମସିହା ସେପ୍ଟେମ୍ବର ୨୫ରେ ଅମୃତସରରେ...

ଏସିସି ଇମର୍ଜିଂ ଟିମ୍ସ କପ୍‌: ଭାରତକୁ ହରାଇଲା ବାଂଲାଦେଶ

ସାଭର,୧୭।୧୧ (ପି.ଟି.)- ଗୋଟିଏ ପଟେ ବାଂଲାଦେଶ ସିନିୟର ଦଳ ପ୍ରଥମ ଟେଷ୍ଟରେ ଭାରତଠାରୁ ଇନିଂସ ପରାଜୟ ବରଣ କରିଥିବା ବେଳେ ଅନ୍ୟପଟେ ବାଂଲାଦେଶ ଜୁନିୟର ଦଳ...

ମାର୍ଶ ବାଦ୍‌, ଅଷ୍ଟ୍ରେଲିଆ ଦଳରେ ହାଣ୍ଡସ୍କମ୍ବ

ଲିଡ୍ସ, ୫।୭- ଟପ୍‌ ଅର୍ଡର ବାମହାତୀ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପିଟର...

କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ

ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ...

Leave a comment

Your email address will not be published. Required fields are marked *