Posted inଜାତୀୟ

ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଶ୍ରୀନଗର,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିପାରନ୍ତି। ଏଥିପାଇଁ ଅଗଷ୍ଟ ୧୪ ସନ୍ଧ୍ୟାରେ ଶାହ ଶ୍ରୀନଗର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ ହଟିବା ପରେ ଚଳିତ ଅଗଷ୍ଟ ୧୫ ଅବସରରେ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଅମିତ ଶାହ ଉପସ୍ଥିତ ରହିବେ। ଆଉ ଏହାକୁ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ସମର୍ଥନ କରିଛନ୍ତି। କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଅକ୍ଷମ କରିବା ସହ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ଯଦି ଅମିତ ଶାହ ସ୍ବାଧୀନତା ଦିବସ ଅବସରରେ ଲାଲଚୌକରେ ତ୍ରିରଙ୍ଗା ଉଡ଼ାନ୍ତି ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ଦିତୀୟ ଐତିହାସିକ ପଦକ୍ଷେପ ହେବ। ତେବେ ଶ୍ରୀନଗର ପରେ ଶାହ ଅଗଷ୍ଟ ୧୬ ଓ ୧୭ରେ ଲଦାଖ ଗସ୍ତ କରିବେ ବୋଲି ଜଣାପଡ଼ିଛି।


All Right Reserved By

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ...

ସ୍ବଚ୍ଛତା ଅଭିଯାନ: ଇନ୍ଦୋରରେ ଆରମ୍ଭ ହେଲା ବାସନକୁସନ ବ୍ୟାଙ୍କ

ଇନ୍ଦୋର,୨୩।୭: ସ୍ବଚ୍ଛ ସହର ଭାବେ ଲଗାତାର ୪ର୍ଥ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଥିବା ଇନ୍ଦୋର ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନୂତନ...

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ...

ଖିଲାପକାରୀଙ୍କ ଠାରୁ ଟିକସ ଆଦାୟ ପାଇଁ ବ୍ୟାଣ୍ଡ୍‌ ବାଜା ସହିତ ବୁଲୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ

ଲକ୍ଷ୍ନୌ,୩।୭: ଘର ଟିକସ ପୈଠ କରୁ ନ ଥିବା ଖିଲାପକାରୀଙ୍କଠାରୁ ବକେୟା ଆଦାୟ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ ମ୍ୟୁନିସିପାଲିଟି ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ...

ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର...

୨୧ ବର୍ଷ ପରେ କଂଗ୍ରେସକୁ ମିିଳିବ ଅଣଗାନ୍ଧୀ ଅଧ୍ୟକ୍ଷ: ସିନ୍ଧେ, ଖାର୍ଗେଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ,୪ା୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ କିମ୍ବା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କଂଗ୍ରେସ ଏହାର ନୂଆ ଅଧ୍ୟକ୍ଷ ଚୟନ କରିପାରେ...

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌...

ଏଥର ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେବ ଟେଲିଫୋନ୍‌ ସେବା

ଶ୍ରୀନଗର,୧୬।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ କେତେଗୁଡିଏ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ଶୁକ୍ରବାର ଜମ୍ମୁ-କଶ୍ମୀରର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *