ବିପଜ୍ଜନକ ହୋଇପାରେ ହ୍ୟାଣ୍ଡ୍‌ ସାନିଟାଇଜର୍‌

ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ କୀଟାଣୁ ଭୟରେ ସାବୁନ ପରିବର୍ତ୍ତେ ହ୍ୟାଣ୍ଡ୍‌ସାନିଟାଇଜର୍‌ର ବ୍ୟବହାର କରୁଛନ୍ତି, ତେବେ ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍‌ସାନିଟାଇଜର୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହାର ଉପଯୋଗ ଆପଣଙ୍କୁ ସୁସ୍ଥ ରଖିବା ପରିର୍ବେ ରୋଗଗ୍ରସ୍ତ ଏବଂ ଦୁର୍ବଳ କରିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ୟୁନିଭର୍ସିଟି ଅଫ୍‌ ମେଲ୍‌ବର୍ଣ୍ଣର ତତ୍ତ୍ବାବଧାନରେ ନିକଟରେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଏହି ହତଚକିତ କରିବା ଭଳି ତଥ୍ୟ ପ୍ରକାଶ କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଆଲ୍‌କୋହଲ୍‌ ମିଶ୍ରିତ ହ୍ୟାଣ୍ଡ୍‌ଜେଲ୍‌ ବା ସାନିଟାଇଜର୍ସ ସାମାନ୍ୟ ବ୍ୟାକ୍ଟେରିଆକୁ ସୁପରବଗ୍‌ରେ ପରିବର୍ତ୍ତିତ କରିଥାଏ, ଯାହା ଖୁବ୍‌ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ର ପ୍ରଭାବକୁ ପ୍ରତିରୋଧ କରିଥାନ୍ତି। ଏହାର ଅର୍ଥ, ସାନିଟାଇଜର୍‌ ଏଭଳି କିଛି ବ୍ୟାକ୍ଟେରିଆଙ୍କୁ ଶକ୍ତିଶାଳୀ କରିଦିଏ, ଯାହା ଶରୀର ପାଇଁ ବିଶେଷ ହାନିକାରକ। ଗବେଷଣା ଅନୁସାରେ, ଲୋକଙ୍କର ଧାରଣା ଗୋଟିଏ ବୁନ୍ଦା ସାନିଟାଇଜର୍‌ ହାତରେ ଥିବା କୀଟାଣୁଙ୍କ ସର୍ବନାଶ କରିଥାଏ। କିନ୍ତୁ ଏହି ଧାରଣା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। କାରଣ ଅଧିକାଂଶ ସାନିଟାଇଜର୍‌ରେ ୬୦ ପ୍ରତିଶତ ଆଲ୍‌କୋହଲ୍‌ ଥାଏ, ଯାହା କୀଟାଣୁଙ୍କୁ ସମ୍ପୂର୍ଣ୍ଣ ଭାବେ ମାରିବା ପାଇଁ ପର୍ଯ୍ୟାପ୍ତ ନ ଥାଏ। ବୈଜ୍ଞାନିକମାନେ ଏହି ଭୟକୁ ଦୃଷ୍ଟିରେ ରଖି ସାନିଟାଇଜର୍‌ ପରିବର୍ତ୍ତେ ସାବୁନର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ଫୁସ୍‌ଫୁସ୍‌ କ୍ୟାନସର୍‌ରୁ ରକ୍ଷାକରେ ଗାଜର

ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ...

କିଡ୍‌ନୀ ସମସ୍ୟା ଦୂର କରେ ଏହି ଚା’…

ପ୍ରତିଦିନ ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ମଧୁମେହ ତଥା କିଡ୍‌ନୀ ସମସ୍ୟା ଦୂର କରେ। ଏହା ସହିତ ମେଦବହୁଳତାରେ...

ଜଙ୍କ୍‌ ଫୁଡ୍‌ ଅଧିକ ଖାଇଲେ ଅବସାଦ ଆଶଙ୍କା ବଢେ

ଫାଷ୍ଟ୍‌ ଫୁଡ୍‌, କେକ୍‌ ଏବଂ ଜଙ୍କ୍‌ ଫୁଡ୍‌ର ମାତ୍ରାଧିକ ସେବନ ଅବସାଦ ଆଶଙ୍କା ବୃଦ୍ଧିର ମୁଖ୍ୟ କାରଣ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ମାଞ୍ଚେଷ୍ଟର୍‌...

ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ

ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ...

ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ...

ଶରୀରର ଏହିସବୁ ଅଙ୍ଗ ସଫା କରିବା ସମୟରେ କରୁଛନ୍ତି କି ଭୁଲ… ହୋଇପାରେ ସମସ୍ୟା

ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ପରିଷ୍କାର ତଥା ପରିଚ୍ଛନ ରହିବା ନିହାତି ଜରୁରୀ। ଏଥିପାଇଁ ସ୍ନାନ କରାଯାଇ ଦିନର ଆରମ୍ଭ କରାଯାଇଥାଏ। ତେବେ ଶରୀରରେ...

ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ

ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ  ଏ ସମ୍ପର୍କରେ… – ଗୁଜୁରାତି ଖାଇବା...

କଦଳୀପତ୍ରରେ ଖାଇଲେ ମିଳିଥାଏ ଏହି ଉପକାର

କଦଳୀପତ୍ରରେ ଖାଇବା ଆମର ଏକ ପରମ୍ପରା ରହିଆସିଛି। ସାଧାରଣତଃ କଦଳୀପତ୍ରକୁ ଶୁଭ ବୋଲି ଧରାଯାଏ। ଏହି ପତ୍ର କେବଳ ଶୁଭ ନୁହେଁ, ଏଥିରେ ଖାଇଲେ ବହୁ...

Leave a comment

Your email address will not be published. Required fields are marked *