Posted inଜାତୀୟ

ଶ୍ରୀନଗରରେ ମୁତୟନ ୨ ମହିଳା ଅଫିସର ଏବେ ଚର୍ଚ୍ଚାରେ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିର ବହୁ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି। ହେଲେ ଏହା ଭିତରେ ଦୁଇ ମହିଳା ଅଧିକାରୀ ଲୋକଙ୍କ ସାହାଭରସା ପାଲଟି ଚର୍ଚ୍ଚାରେ ରହିଛନ୍ତି। ୨୦୧୩ ବ୍ୟାଚର ଆଇଏଏସ ଅଫିସର ଡ. ସଇଦ ସହରିଶ ଅସଗର ଓ ୨୦୧୬ ବ୍ୟାଚର ଆଇପିଏସ୍‌ ଅଫିସର ପିକେ ନିତ୍ୟଙ୍କୁ ଜମ୍ମୁ-କଶ୍ମୀରରେ ମୁତୟନ କରାଯାଇଛି। ଅଫିସର ସଇଦ ସେଠାକାର ଲୋକଙ୍କୁ ହଜାର କିଲୋମିଟର ଦୂରରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ସହ ଫୋନରେ କଥାବାର୍ତ୍ତା ହେବା ପାଇଁ ସାହାଯ୍ୟ କରିଛନ୍ତି। ଏଥିସହ ସେ ସେମାନଙ୍କୁ ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦେଉଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଶାସନ ତାଙ୍କୁ ସୂଚନା ନିର୍ଦ୍ଦେଶକ ଭାବେ ନିୟୋଜିତ କରିଥିଲେ। ସରକାରଙ୍କ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ତାଙ୍କର ମୁଖ୍ୟ କାମ ରହିଥିବା ବେଳେ ଗତ ୮ ଦିନ ହେଲା ସେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ସେହିପରି ଆଇପିଏସ୍‌ ଅଫିସର ନିତ୍ୟଙ୍କୁ ଶ୍ରୀନଗରର ରାମ ମୁନ୍ସୀ ବାଗ ଓ ଦାଗଜୀ ମଧ୍ୟରେ ନିୟୋଜିତ କରାଯାଇଛି, ଯେଉଁଠି ସେ ଭିଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ରହିଛନ୍ତି। ଅସଗର ଓ ନିତ୍ୟ ଏଭଳି ଦୁଇ ମହିଳା ଅଧିକାରୀ, ଯାହାଙ୍କୁ ଘାଟିର ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ଆଉ ଅନ୍ୟ ମହିଳା ଅଧିକାରୀଙ୍କୁ ଲଦାଖକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।


All Right Reserved By

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ...

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ...

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ସାଧୁ

ଦୌସା,୧୩।୬: ରାଜସ୍ଥାନର ଦୌସାର ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜି ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ...

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ...

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ...

କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ: ଶିବରାଜ

ମୁମ୍ବାଇ,୨୮।୬: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ...

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ...

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *