Posted inଖେଳ

ପୋଲାର୍ଡଙ୍କ ସହ ହ୍ୟାଙ୍ଗ ଆଉଟ୍‌ କଲେ ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୮- ଓ୍ବେଷ୍ଟଇଣ୍ଡିଜ ଦଳର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ କିରୋନ ପୋଲାର୍ଡ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ, ନବଦୀପ ସାଇନି, ଶ୍ରେୟାସ ଆୟାର, ଖଲିଲ ଅହମ୍ମଦ, ରିଦ୍ଦିମାନ ଶାହ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ସହ ପୋର୍ଟ ଅଫ୍‌ ସ୍ପେନଠାରେ ସମୟ ବିତାଇଛନ୍ତି। ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନରେ ଆଗୁଆ ଅଛି। ବୁଧବାର ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଦ୍ୱୀପର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ମଜା ଉଠାଇଛନ୍ତି। ଭାରତୀୟ ଦଳର ଖେଳାଳିଙ୍କ ଭଲ ବନ୍ଧୁ ଥିବା ପୋଲାର୍ଡ, ଧାଓ୍ବନ, ଆୟାରଙ୍କ ସହ ଅନ୍ୟମାନେ ବୋଟ୍‌ ମଜା ନେଇଥିଲେ। ଓପନିଂ ବ୍ୟାଟ୍ସମ୍ୟାନ କିଛି ଭିଡିଓ ଓ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭାରତୀୟ ପେସର ଖଲିଲ ଅହମ୍ମଦ ଇଦ୍‌ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।


All Right Reserved By

Posted inଖେଳ

ଶ୍ରୀଲଙ୍କା ବିଶ୍ୱକପ୍‌ ପ୍ରସ୍ତାବକୁ ଜୟବର୍ଦ୍ଧନେଙ୍କ ଅଗ୍ରାହ୍ୟ

କଲମ୍ବୋ,୨୬।୫- ଶ୍ରୀଲଙ୍କା ବିଶ୍ୱକପ୍‌ ଦଳରେ ଭୂମିକା ଗ୍ରହଣ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଦୁଇ ଥର ଆଇପିଏଲ ଚାମ୍ପିୟନ...

ରାଜ୍ୟଗୋଷ୍ଠୀ ଟିଟି: ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ

କଟକ ଅଫିସ,୧୨ା୭-ଆସନ୍ତା ୧୭ରୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଟେବୁଲ ଟେନିସ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ପାଇଁ ଅନଲାଇନ ଟିକେଟ ବିକ୍ରି...

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି।...

କୋପା ଆମେରିକା ଫାଇନାଲରୁ ବାଦ୍‌ ପଡ଼ିଲେ କାସମିରୋ

ରିଓ ଡି ଜେନିରୋ, ୬।୭(ଏଏଫ୍‌ପି)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ବ୍ରାଜିଲ ଓ ପେରୁ ମଧ୍ୟରେ ଖେଳାଯିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବ୍ରାଜିଲ ଦଳକୁ...

ଦିଲ୍ଲୀ ଡାଇନାମସ ହୋଇପାରେ ‘ଓଡ଼ିଶା ଏଫ୍‌ସି’

ଭୁବନେଶ୍ୱର, ୧୧।୮(କ୍ରୀଡ଼ା ପ୍ରତିନିଧି) ଓଡ଼ିଶାରେ ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବାଟ ଫିଟୁଛି। କଳିଙ୍ଗ ଷ୍ଟାଡିୟମରେ ଗତ କିଛିବର୍ଷ ମଧ୍ୟରେ ଇଣ୍ଡିଆନ ସୁପର...

ମ୍ୟାକ୍‌କୁଲମ କେକେଆର ମୁଖ୍ୟ କୋଚ୍‌

ମୁମ୍ବାଇ,୧୫।୮(ପିଟି)- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ମୁଖ୍ୟ କୋଚ୍‌ ଭାବେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ନିଯୁକ୍ତ କରିଛି। ତାଙ୍କୁ କେବଳ ଇଣ୍ଡିଆନ...

ବୋଲ୍ଟଙ୍କ ହେଲ୍‌ମେଟ୍‌ରେ ଅଟକିଲା ବଲ , କ୍ୟାଚ୍‌ ପାଇଁ ଗୋଡ଼ାଇଲେ ଫିଲ୍ଡର

ଗାଲେ,୧୭।୮- ଏଠାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ କୌତୂହଳପୂର୍ଣ୍ଣ ଘଟଣା ଘଟିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ

ଷ୍ଟକ୍‌ହାମ, ୫।୬(ଏପି): ୟୁରୋପିଆନ ଫୁଟ୍‌ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *