Posted inଜାତୀୟ

୧୪ ବର୍ଷ ପରେ ଫେସବୁକ୍‌ରେ ଭାଇକୁ ପାଇଲେ ଭଉଣୀ

ଗାଜିଆବାଦ୍‌, ୧୩।୮: ଫେସବୁକ୍‌ ସହାୟତାରେ ୧୪ବର୍ଷ ପରେ ଭାଇକୁ ଖୋଜି ପାଇଛନ୍ତି ଭଉଣୀ। ଉତ୍ତର ପ୍ରଦେଶର ଗାଜିଆବାଦ୍‌ରେ ଘଟିଛି ଏଭଳି ଘଟଣା। ୨୦୦୫ରେ ଏଠାରେ ଜଣେ ମହିଳା ୧୧ ବର୍ଷ ପୁଅ ଅଭିଷେକ ଏବଂ ନିଜ ସ୍ବାମୀଙ୍କୁ ଛାଡି ୩ ବର୍ଷର ଝିଅ କାଜଲକୁ ଧରି ଆଉ ଜଣେ ବ୍ୟକ୍ତି ସହ ଦ୍ୱିତୀୟ ବିବାହ କରିଥିଲେ। ସେବେଠାରୁ ଭାଇ ଏବଂ ପିତାଙ୍କୁ ଦେଖି ନ ଥିଲେ କାଜଲ। ଦିନକର ଘଟଣା ହଠାତ୍‌ ମା’ଙ୍କ ପାଟି ଭାଇଙ୍କ ନାଁ ଶୁଣି ତାଙ୍କୁ ଫେସବୁକ୍‌ରେ ଖୋଜିବାକୁ ଲାଗିଥିଲେ କାଜଲ। ତେବେ ଭାଇଙ୍କ ସନ୍ଧାନ ମିଳିବା ପରେ ସେ ତାଙ୍କୁ ଦେଖାକରିବା ପାଇଁ କହିଥିଲେ। ଭାଇ ନିcଜଭଉଣୀଙ୍କୁ ଦେଖା କରିବାକୁ ଆସି ସେଠାରୁ ତାଙ୍କୁ ନେଇଯାଇଥିଲେ। ପୋଲିସ ପାଖରେ ମାମଲା ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଝିଅକୁ ହରାଇବା ପରେ ମା’ ପୋଲିସ ଆଗରେ କାନ୍ଦିଥିଲେ। କିନ୍ତୁ ଝିଅ ଏବେ ମା’ ପାଖକୁ ଆସିବାକୁ ରାଜି ନାହାନ୍ତି। ୧୪ ବର୍ଷ ପରେ ଭାଇକୁ ପାଇଁ ବେଶ୍‌ ଖୁସି ଅଛନ୍ତି କାଜଲ। ସେ ଏବେ ରାକ୍ଷୀ ପୂର୍ଣ୍ଣିମାକୁ ଅପେକ୍ଷା କରିଛନ୍ତି।


All Right Reserved By

ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଓ୍ବାରେଣ୍ଟ ଜାରି

ହାଇଦ୍ରାବାଦ,୩୦।୮: କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରାଯାଇଛି। ୪ ବର୍ଷ ତଳର ଏକ ଠକେଇ ମାମଲାକୁ ନେଇ ରେଣୁକାଙ୍କ...

ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଚିରି ଦିଆଗଲା ବାର୍‌ ଡ୍ୟାନ୍ସରଙ୍କ ପୋଷାକ

ହାଇଦ୍ରାବାଦ,୧୭।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ଜଣେ ବାର୍‌ ଡ୍ୟାନ୍ସର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ତାଙ୍କ ଡ୍ରେସ ଚିରି ଦିଆଯିବା...

୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଲାଗିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨।୬: ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଖୁବ୍‌ ଶୀଘ୍ର ବଡ଼ିସ୍କାନର ଲଗାଯିବାର ଯୋଜନା କରାଯାଇଛି। ୨୦୨୦ ସୁଦ୍ଧା ଦେଶର ୮୪ ବିମାନ...

‘ବାୟୁ’ ଯୋଗୁ ବିଳମ୍ବ ହେବ ମୌସୁମୀ

ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ...

ମାନବାଧିକାର ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ, ୨୦ା୭: ଲୋକ ସଭାରେ ଶୁକ୍ରବାର ମାନବାଧିକାର ସୁରକ୍ଷା ସଂଶୋଧନ ବିଲ୍‌ ଗୃହୀତ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ଅଧ୍ୟକ୍ଷ...

ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ

କର୍ନାଲ, ୨୨।୮: ହରିୟାଣାର କର୍ନାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ। କେବଳ ଏତିକିରେ...

ସେଲଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ, ୬।୬: ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କୁ ଠେଲିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କରନଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଜଣେ...

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *