ନଡ଼ିଆ ବର୍ଫି

ଆବଶ୍ୟକ ସାମଗ୍ରୀ: ନଡିଆ -୨ଟି, ମିଲ୍କମେଡ – ୧ କପ୍‌, ପେସ୍ତା ବାଦାମ -୧୦ରୁ ୧୨, ଅଳେଇଚ ପାଉଡର – ୪/୫ ସ୍ପୁନ୍‌, ଘିଅ – ୨-୩ ଚାମଚ
ପ୍ରସ୍ତୁତି ପ୍ରଣାଳୀ: ନଡିଆକୁ ଭଲଭାବେ କୋରି ଦିଅନ୍ତୁ। କୋରାଯାଇଥିବା ନଡିଆକୁ ୫ରୁ ୧୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ ଯେପରିକି ଏହା ସମ୍ପୂର୍ଣ୍ଣ ପେଷ୍ଟ୍‌ ହେବ ନାହିଁ। ଗ୍ୟାସ୍‌ରେ ପ୍ୟାନ୍‌କୁ ଗରମ କରି ୨ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହେଲେ ନଡିଆ ଗୁଣ୍ଡ ପକାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଲଗାତାର ଭାଜନ୍ତୁ। ଏବେ ଏଥିରେ ମିଲ୍କମେଡ୍‌ ମିଶାଇ ଗୋଳାନ୍ତୁ ଯେପରି ଏହା ତଳେ ଲାଗି ନ ଯିବ। ଏହି ମିଶ୍ରଣ ଭଲଭାବେ ଗାଢ ହେବା ପରେ ଏଥିରେ ଅଳେଇଚ ପାଉଡର ପକାନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରନ୍ତୁ। ଏକ ଷ୍ଟିଲ ପ୍ଲେଟ୍‌ରେ ଘିଅ ଲଗାଇ ଏହି ମିଶ୍ରଣକୁ କାଢି ଖେଳାଇ ଦିଅନ୍ତୁ। ଏବେ ଏଥିରେ ପିସ୍ତା ଖଣ୍ଡ ଖଣ୍ଡ କରି ପକାନ୍ତୁ ଚାମଚରେ ଭଲଭାବେ ଗୋଳାଇ ତାକୁ ପ୍ଲେଟରେ ସେଟ୍‌ ହେବାକୁ ଛାଡି ଦିଅନ୍ତୁ। ଏହା କିଛି ସମୟ ପ୍ଲେଟରେ ରହି ଗଲାପରେ ୫-୧୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ପ୍ଲେଟକୁ ହାଲ୍‌କା ଗରମ କରି ଦିଅନ୍ତୁ। ଯାହାଦ୍ୱାରା ବର୍ଫି ସହଜରେ ପ୍ଲେଟ୍‌ରୁ ବାହାରିପାରିବ। ଏବେ ପ୍ରସ୍ତୁତ ହୋଇଗଲା ନଡିଆ ବର୍ଫି। ଏହାକୁ ୭-୮ ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଖାଇପାରିବେ।


All Right Reserved By

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଖାଲି ପେଟରେ ଖାଆନ୍ତୁ ଦୁଇ କୋଲା ରସୁଣ

ରସୁଣ ଖାଇବାର ଫାଇଦା ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ୍‌ ପ୍ଲାନ୍‌ରେ ସାମିଲ...

ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ...

ଭାରତ: ବିଶ୍ୱର ସାପ କାମୁଡ଼ା ରାଜଧାନୀ

ପ୍ରାଥମିକ ଚିକିତ୍ସା: ବିଷଧର ସାପ କାମୁଡିଥାଉ କି ବିଷହୀନ ସାପ କାମୁଡିଥାଉ ପ୍ରତ୍ୟେକ ସାପକାମୁଡ଼ା ରୋଗୀକୁ ବିଷଧର ସାପ କାମୁଡିଛି ବୋଲି ବିଚାରି ପ୍ରାଥମିକ ଚିକିତ୍ସା...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ...

ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ...

ସ୍ବାସ୍ଥ୍ୟୋପକାରୀ ଗାଜର ପତ୍ର

ଗାଜରକୁ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଭୋଜିଭାତରେ ଏହାର ବହୁଳ ବ୍ୟବହାର ହୋଇଥାଏ। କିନ୍ତୁ ଏହାର ପତ୍ରର ବ୍ୟବହାର ବିଷୟରେ ଆମର ଧାରଣା କମ୍‌, ସାଧାରଣତଃ...

ଶୀଘ୍ର ବିଛଣା ଛାଡ଼ିଲେ ଦୂର ହୁଏ ଏସବୁ ସମସ୍ୟା

ଆଜିକାଲି ଦୈନନ୍ଦିନ ଜୀବନଶୈଳୀ ବଦଳିଗଲାଣି। ଏଇ ଯେମିତି କିଛି ଲୋକଙ୍କର ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ବିଳମ୍ବରେ ଉଠିଲେ...

ନିଜ ପର୍ସନାଲିଟି ଅନୁଯାୟୀ କିପରି ଚୟନ କରିବେ ଡ୍ରେସ୍‌

ଫ୍ୟାସନେବୁଲ ଏବଂ ଷ୍ଟାଇଲିଶ ହେବାକୁ କାହାର ବା ଇଚ୍ଛା ନ ଥାଏ ? ଆଜିକାଲିର ଆଧୁନିକ ଯୁଗରେ ଯୁବତୀ ହୁଅନ୍ତୁ ଅବା  ଗୃହିଣୀ ନିଜର ପର୍ସନାଲିଟି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *