ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ

ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ ଜଳାଶୟଗୁଡିକ ଶୁଷ୍କ ହେବାକୁ ବସିଲାଣି। ଏଥିଯୋଗୁ ଗ୍ରାମାଞ୍ଚଳ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଏପରି କି ସ୍ନାନ ପାଇଁ ଗୋଟିଏ ପୋଖରୀ ଉପରେ ଗୋରୁ ଓ ମଣିଷଙ୍କୁ ନିର୍ଭା କରିବାକୁ ପଡୁଛି। ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତର ୧୯ନଂ. ୱାର୍ଡ ଚୈତନ୍ୟପୁର ମୌଜା ଗହୀରରେ ୩ଶହ ଏକରରୁ ଊର୍ଦ୍ଧ୍ୱ ଚାଷଜମି ରହିଛି ା ଏହି ଜମିଗୁଡିକୁ ଆବଶ୍ୟକ ପାଣି ଯୋଗାଇବା ପାଇଁ କୌଣସି ସୁବିଧା ନ ଥିବାରୁ ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଫସଲ କରିଥାନ୍ତି ା ବର୍ଷର ଅନ୍ୟ ସମୟରେ ଜମି ପଡିଆ ପଡିଥାଏ ା ରବି ଋତୁରେ ରବି ଫସଲ, ପନିପରିବା ଓ ଅଧିକ ଅମଳକ୍ଷମ ଧାନଚାଷ କରାଯାଇଥାଏ ା କୃଷକମାନଙ୍କ ଅର୍ଥନୈତିକ ଅବସ୍ଥା ସୁଧାରିବା ପାଇଁ ୧୯୩୦ ମସିହା ପୂର୍ବରୁ ତତ୍କାଳୀନ ଖଣ୍ଡପଡ଼ା ରାଜୁଡା ଶାସନ ଅମଳରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଅଞ୍ଚଳର ପ୍ରଜାମାନଙ୍କୁ ବେଠିରେ ଖଟାଯାଇ ଚୈତନ୍ୟପୁର ମୌଜା ଗହୀରରେ ୨ ଏକର ୪ ଡେସିମିଲ ପରିମିତ କନିଅର ବନ୍ଧ, ୨ ଏକର ପରିମିତ ମାଟିଆବନ୍ଧ ଓ ୪ ଏକର ୩୦ ଡେସିମିଲ ପରିମିତ ବଡ଼ବନ୍ଧ ଖନନ କରାଯାଇଥିଲା। ଏହି ବନ୍ଧଗୁଡିକରେ ଅଞ୍ଚଳର ଜନସାଧାରଣଙ୍କ ସହ ଗୋରୁ ମଧ୍ୟ ଗାଧୋଉଥିଲେ ା ଏହାଛଡା ଆବଶ୍ୟକ ସମୟରେ ଏହି ବନ୍ଧର ହୁଡାକାଟି ଜମିକୁ ପାଣି ମଡାଯାଉଥିଲା। ଫଳରେ ବର୍ଷା ଅଭାବରେ ଏହି ବନ୍ଧ ପାଣିକୁ ବ୍ୟବହାର କରାଯାଇ ଜମିରୁ ଫସଲ ଉପତ୍ାଦନ ହୋଇପାରୁଥିଲା ା କାଳକ୍ରମେ ୨ଟି ବନ୍ଧକୁ ବାଣପୁର ପଞ୍ଚାୟତ ନିଜ ଅଧୀନକୁ ଆଣି ମାଛ ଚାଷ ଉଦ୍ଦେଶ୍ୟରେ ପ୍ରତିବର୍ଷ ନିଲାମ ଦିଆଯାଉଥିଲା। ହେଲେ ଗତ ବର୍ଷଠାରୁ ଏହି ବନ୍ଧଗୁଡିକରେ ପାଣି ନ ଥିବାରୁ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଇନାହିଁ ବୋଲି ସରପଞ୍ଚ ପ୍ରଦୀପ କୁମାର କର ସୂଚନା ଦେଇଥିଲେ ା ଅନ୍ୟ ଏକ ବନ୍ଧକୁ କେତେକ ବ୍ୟକ୍ତି ଦଖଲ କରି ଚାଷଜମିରେ ପରିଣତ କଲେଣି। ଜଳ ଅଭାବ ଯୋଗୁ ଲୋକେ ବାଧ୍ୟହୋଇ ଅଳ୍ପ ପାଣି ଥିବା ମାଟିଆବନ୍ଧ ଉପରେ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଛନ୍ତି। ଆଖପାଖରେ ଅନ୍ୟ ଜଳାଶୟ ନ ଥିବାରୁ ଗାଈ, ବଳଦ, ମଇଁଷି ଆଦି ଗୃହପାଳିତ ପ୍ରାଣୀ ମଧ୍ୟ ଉକ୍ତ ପୋଖରୀରେ ଗାଧୋଉଥିବା ପରିଲକ୍ଷିତ ହେଉଛି ା ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଦୁଇ ପୋଖରୀର ରକ୍ଷଣାବେକ୍ଷଣ ସହ ପାଣି ପାଇଁ ପ୍ରଶାସନ ପକ୍ଷରୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଆମେ ଓ ଆମର ଗୃହପାଳିତ ପ୍ରାଣୀ ଉକ୍ତ ପ୍ରଦୂଷିତ ପୋଖରୀରେ ସ୍ନାନ ଶୌଚାଦି ସାରୁଛୁ ବୋଲି ଗ୍ରାମର କେଶବ ନାୟକ, ଚନ୍ଦ୍ରମଣି ନାୟକ, କୀର୍ତ୍ତନ ସ୍ବାଇଁ, ବସନ୍ତ ନାୟକ, ମଧୁସୂଦନ ସ୍ବାଇଁ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ବାଧ୍ୟ ହୋଇ ଅନ୍ଦୋଳନାମତ୍କ ପନ୍ଥା ଆପଣେଇବୁ ବୋଲି ସେମାନେ ସୂଚନା ଦେଇଛନ୍ତି ା ଅପରପକ୍ଷେ ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ୨୦୧୮ ଜୁନ ୩୦ ତାରିଖରେ ୩୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ା ତେବେ ଦୀର୍ଘ ଏକବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସମ୍ପ୍ରତି ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବାଣପୁର ସରପଞ୍ଚ କର କହନ୍ତି, ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକଳ୍ପ ହସ୍ତାନ୍ତର ହେବା ପରେ ଆମେ ଅଞ୍ଚଳବାସୀଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା କରିବୁ।


All Right Reserved By Dharitri.Com

୬ ଘଣ୍ଟା ରାଇକିଆ-ଜି.ଉଦୟଗିରି ରାସ୍ତା ଅବରୋଧ

ରାଇକିଆ,୧୭ା୧୨(ଡ଼ି.ଏନ.ଏ.)-ରାଇକିଆ ସାପ୍ତାହିକ ହାଟକୁ ନେଇ ୨ ପଞ୍ଚାୟତ ମଧ୍ୟରେ ଳାଗି ରହିଥିବା ବିବାଦ ଥମୁନି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସୋମବାର ହାଟରେ ବାଧା ସୃଷ୍ଟି...

CORONAVIRUS BREAKING: ରାଜ୍ୟରେ ଆଉ ୨୫ଜଣ ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସଂନ୍ଧ୍ୟାରେ ପୁଣି ୨୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୪ଜଣ...

ସ୍ଲୁଇସ ଗେଟ୍‌ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ

ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍‌ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ...

ରାଜଧାନୀର ୧୭ ଘରୋଇ ହସ୍‌ପିଟାଲରେ ହୋଇପାରିବ ଫ୍ଲୁ ପରୀକ୍ଷଣ: ବାଗ୍‌ଚୀ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କୋଭିଡ୍‌ ଯୁଦ୍ଧରେ ରାତିଦିନ ଏକ କରି କାମ କରୁଥିବା ପ୍ରତ୍ୟେକ ଲାବରେଟୋରୀ କର୍ମଚାରୀ, ଟେକ୍‌ନିସିଆନ୍‌ ଏବଂ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର କୃତଜ୍ଞତା...

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)କୁ ୧୪ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।...

ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ, ବଜାର ଫାଙ୍କା

ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।...

ମହିଳାଙ୍କୁ ଅସଦାଚରଣ, ପର୍ସ ଛଡ଼ାଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସମ୍ପର୍କରେ ଫାଟ ଆସିବା ପରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ପର୍ସ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନା...

ତ୍ରିସ୍ତରୀୟ ସୁରକ୍ଷାରେ ବିଧାନସଭା

ଭୁବନେଶ୍ୱର,୧୪।୨(ବ୍ୟୁରେ): ଶୁକ୍ରବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା...

Leave a comment

Your email address will not be published. Required fields are marked *