ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ: ସେବାରେ ଆସୁନି ଦେୟମୁକ୍ତ ଶୌଚାଳୟ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ପ୍ରତିଦିନ ଭୁବନେଶ୍ୱରର ରେଲଓ୍ବେ ଷ୍ଟେଶନକୁ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯିବା ଆସିବା କରୁଛନ୍ତି। ହେଲେ ଆବଶ୍ୟକ ପରିମାଣର ଶୌଚାଳୟ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏପରିକି ଏଠାରେ କେତେକ ଶୌଚାଳୟ ଦେୟମୁକ୍ତ ଥିଲେ ମଧ୍ୟ କୌଣସି ସୂଚନା ଫଳକ ନ ଥିବାରୁ ଲୋକେ ଜାଣି ନ ପାରି ଖୋଲାରେ ପରିସ୍ରା କରୁଛନ୍ତି। ଫଳରେ ପରିସ୍ରା ଗନ୍ଧରେ ନାକ ଫାଟି ପଡ଼ୁଛି। ଏ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଲଓ୍ବେ ପକ୍ଷରୁ ଖୋଲାରେ ପରିସ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବା ନେଇ ନିୟମ ଥିଲେ ବି ଏହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ୨୦୧୭ରୁ ୩ଟି ବିଭାଗ ଆର୍‌ପିଏଫ, ଷ୍ଟେଶନ ହେଲ୍‌ଥ ଇନସ୍ପେକ୍ଟର ଓ ଟିକେଟ ଚେକିଂକୁ ଦାୟିତ୍ୱ ବଣ୍ଟାଯାଇଛି। ସେହି ବର୍ଷ ଅକ୍ଟୋବରରୁ ଡିସେମ୍ବର ସୁଦ୍ଧା ଆରପିଏଫ ୪୫୯ଟି ମାମଲାରେ ୪୯ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ୨୦୧୮ରେ ବର୍ଷକ ଭିତରେ ୨,୩୪୭ଟି ମାମଲାରେ ୨,୪୦,୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ୪୫୯ ବ୍ୟକ୍ତିଙ୍କଠାରୁ ୪୫,୯୦୦ ଟଙ୍କା ଆଦାୟ କରାଯାଇଛି। ସିଏଚଆଇ(ହେଲ୍ଥ ଇନସ୍ପେକ୍ଟର) ମାତ୍ର ୩ଟି ଜରିମାନାରୁ ୩୦୦ଟଙ୍କା ଆଦାୟ କରିଛନ୍ତି। ଟିକେଟ୍‌ ଚେକିଂ ବିଭାଗ ପକ୍ଷରୁ ୨୦୧୮-୧୯ରେ ୮୭୪ ଟି ମାମଲାରେ ୮୭,୪୦୦ ଟଙ୍କା ଆଦାୟ କରାଯାଇଛି। ୨୦୧୯-୨୦ରେ ୪୦ ଟି ମାମଲାରେ ୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଜରିମାନା ଆଦାୟ କରାଯାଉଥିଲେ ବି ଖୋଲାରେ ପରିସ୍ରା କରିବା ଲୋକଙ୍କ ସଂଖ୍ୟା କମୁନାହଁି। ଷ୍ଟେଶନ ଭିତରେ ପ୍ଲାଟଫର୍ମ ନଂ.୧ରେ ଦୁଇପଟର ଶେଷ ଆଡକୁ ଦୁଇଟି ଦେୟଯୁକ୍ତ ଶୌଚାଳୟ ରହିଛି ଓ ପ୍ଲାଟଫର୍ମ ନଂ.୬ରେ ଗୋଟିଏ ଦେୟଯୁକ୍ତ ଶୌଚାଳୟ ରହିଛି। ଅନ୍ୟ ଶୌଚାଳୟ ସବୁ ପ୍ରତୀକ୍ଷାଳୟରେ ଅଛି। ଷ୍ଟେଶନ ଭିତରେ ଥିବା ଦେୟମୁକ୍ତ ଶୌଚାଳୟ ସମ୍ପର୍କରେ କୌଣସି ସୂଚନା ବା ଫଳକ ଲଗାଯାଇ ନ ଥିବାରୁ ଲୋକେ ଜାଣିପାରୁନାହାନ୍ତି। ଷ୍ଟେଶନକୁ ଟିକେଟ କରି ଆସିଥିବା ସମସ୍ତ ଯାତ୍ରୀ ପ୍ରତୀକ୍ଷାଳୟରେ ଥିବା ଶୌଚାଳୟକୁ ବ୍ୟବହାର କରିପାରିବେ ବୋଲି ରେଲଓ୍ବେ ପକ୍ଷରୁ ଜଣାପଡିଛି। କିନ୍ତୁ ଏ ସମ୍ପର୍କରେ ଯାତ୍ରୀମାନେ ଅବଗତ ନାହାନ୍ତି। ଏ ନେଇ ଷ୍ଟେଶନ କର୍ତ୍ତୃପକ୍ଷ କହିଛନ୍ତି, ଯାତ୍ରୀମାନେ ସ୍ବଚ୍ଛତା ଜ୍ଞାନ ରଖୁ ନ ଥିବାରୁ ପଦାରେ ପରିସ୍ରା କରୁଛନ୍ତି। ଆଗକୁ ସବୁ ପ୍ଲାଟଫର୍ମରେ ଶୌଚାଳୟ ତିଆରି ପାଇଁ ପ୍ରସ୍ତାବ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


All Right Reserved By

ଆରଡି ରାସ୍ତା ନିର୍ମାଣକୁ ବିରୋଧକରି ଦାବିପତ୍ର ଦେଲେ ଚାଷୀ

ଜୟପୁର,୨୬ା୬(ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ଟାଙ୍କୁଆ ପଞ୍ଚାୟତ କେନାଲ ରାସ୍ତା ଉପରେ ଆରଡି ରାସ୍ତା ନିର୍ମାଣକୁ ଚାଷୀମାନେ ବିରୋଧ କରିଛନ୍ତି । ଉକ୍ତ ରାସ୍ତା ଜଗନ୍ନାଥପୁଟ-କୁସୁମପୁଟ...

ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ

ପୁରୀ ଅଫିସ,୬।୭: ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଶୁକ୍ରବାର ରାତିରେ ଜନ୍ମବେଦିକୁ ଧାଡ଼ି ପହଣ୍ଡିରେ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶନିବାର ସକାଳ ୭ଟାରୁ...

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କ ବାର୍ଷିକ ସ୍ବାସ୍ଥ୍ୟ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,୨୫।୬(ବ୍ୟୁରୋ)- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ମିଳିବ। ପୂର୍ବରୁ ଏହି ସୁବିଧା ୭ ଲକ୍ଷ...

ବିଜୁ ପକାଘର ଯୋଜନା ବାଟ୍‌ବନା:୧୦ ବଛର ହେଲା ଗୁହାଲ ପାଲଟିଛେ ଘର

ଦେଓଗାଁ,୨୪ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କୁଲୁତାପଡ଼ା ପଁଚେତ୍‌ରେ ରାଏଜ୍‌ ସରକାରକଁର ବିଜୁ ପକାଘର ଯୋଜନା ବାଟବନା ହେଇଥିବାର ଦେଖ୍‌ବାକେ ମିଲିଛେ। ଇ ପଁଚେତ୍‌ର...

ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ...

‘ଜଗା ପାଇଁ ଗଛଟିଏ’ ସ୍ଳୋଗାନ: ଛାତ୍ରଙ୍କ ଦ୍ୱାରା ଚାରାରୋପଣ

ଭାପୁର,୬ା୭(ଡି.ଏନ୍‌.ଏ.): ପୁରୀର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରତିବର୍ଷ ନୟାଗଡ଼ ଜିଲାରୁ ହିଁ ରଥକାଠ ପଠାଯାଇଥାଏ। କିନ୍ତୁ ପୂର୍ବଭଳି ନୟାଗଡ଼ ଜିଲା ଜଙ୍ଗଲଗୁଡ଼ିକରେ ରଥ ଉପଯୋଗୀ...

ବାଇକ୍‌ ଲୁଟ୍‌ ମାମଲାରେ ୪ ଗିରଫ

ଆସିକା,୧୪ା୮(ଡି.ଏନ୍‌.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍‌ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *