ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ପକ୍ଷରୁ ‘ଉଡ଼େ ତ୍ରିରଙ୍ଗା’: ‘ଡଟ୍‌ ଫେଷ୍ଟ୍‌’ ଭଳି ହେବ ଅନ୍ତର୍ଜାତୀୟ ଭୁବନେଶ୍ୱର ସଙ୍ଗୀତ ଉତ୍ସବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ନେଇ ଆୟୋଜିତ ହେବ ଅନ୍ତର୍ଜାତୀୟ ଭୁବନେଶ୍ବର ସଙ୍ଗୀତ ଉତ୍ସବ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ନାମୀଦାମୀ କଳାକାର ଏଥିରେ ସଙ୍ଗୀତ ପରିବେଷଣ କରିବେ। ଆଧୁନିକ ଓ ରକ୍‌ ମ୍ୟୁଜିକ୍‌ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବ। ଭୁବନେଶ୍ୱରବାସୀଙ୍କ ସହ ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ୫ଦିନ ବ୍ୟାପୀ ଏହି ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଓଡ଼ିଶା କଲ୍‌ଚରାଲ୍‌ ସର୍କଲର ଅଧ୍ୟକ୍ଷ ତଥା ଶିଳ୍ପପତି ଜେ.କେ. ମହାନ୍ତି କହିଛନ୍ତି।
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ ପକ୍ଷରୁ ଦେଶାତ୍ମବୋଧକ ଗୀତକୁ ନେଇ ଉତ୍କଳ ରଙ୍ଗମଞ୍ଚଠାରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ ‘ଉଡ଼େ ତ୍ରିରଙ୍ଗା’ରେ ଯୋଗଦେଇ ମହାନ୍ତି ଏହି ଘୋଷଣା କରିଛନ୍ତି। ହକି ବିଶ୍ୱକପ୍‌ ସମୟରେ ଭୁବନେଶ୍ୱରରେ ଆୟୋଜିତ ‘ଡଟ୍‌ ଫେଷ୍ଟ’ ସଦୃଶ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଯୋଗ ଦେଇଥିଲେ। ଓଡ଼ିଶା କଲ୍‌ଚରାଲ୍‌ ସର୍କଲର ଅଧ୍ୟକ୍ଷ ତଥା ଶିଳ୍ପପତି ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ବିଭୁକିଶୋର, ଟି ସୌରୀ, ଶୈଳଭାମାଙ୍କ ସମେତ ମନୋଜ, ଜ୍ୟୋତିର୍ମୟୀ ଓ ତନୁଶ୍ରୀ ଉଭୟ ଓଡ଼ିଆ ଓ ହିନ୍ଦୀରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ‘ପୂଜିବି ଭାରତ’, ‘ଦେଶବାସୀ ବନ୍ଧୁ’, ‘ଆର୍ଯ୍ୟଭୂମି ମାତୃଭୂମି’, ‘ସ୍ବର୍ଗାଦପୀ ଗରିୟସୀ’, ‘ବହି ଯାଏରେ ଗଙ୍ଗା ଉଡ଼େ ତ୍ରିରଙ୍ଗା’, ‘ସତ୍ୟମେବ ଜୟତେ’, ‘ଦିଲ୍‌ ଦିୟା ହେ…’ ଭଳି ଗୀତ ଶୁଣିବାକୁ ମିଳିଥିଲା। ଉପାଧ୍ୟକ୍ଷ ଡ. ଜେନାମଣି ସଞ୍ଜୀବ କୁମାର ସ୍ବାଗତ ଭାଷଣ ଦେଇଥିଲେ ଓ ସମ୍ପାଦକ ଚୌଧୁରୀ ଅମିିତାଭ ଦାସ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ସଦସ୍ୟ ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ଶୀତିକଣ୍ଠ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।


All Right Reserved By Dharitri.Com

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ...

ଲୋକାଭିମୁଖୀ ହେବ ଶ୍ରୀଜଗନ୍ନାଥ ସଂସ୍କୃତି

ପୁରୀ ଅଫିସ, ୭ା୯: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ଶୁକ୍ରବାର ଶ୍ରୀନଅରରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶନ ଓ...

୧୧ବର୍ଷରେ ବିଦ୍ୟୁତ୍‌ ସଂସ୍ପର୍ଶରେ ମରିଛନ୍ତି ୧୧୯ ହାତୀ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜ୍ୟରେ ଗତ ୧୧ବର୍ଷରେ ୧୧୯ ହାତୀଙ୍କ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛିିି। ୨୦୦୯-୧୦ଠାରୁ ୨୦୧୯-୨୦ ମଧ୍ୟରେ ଘଟିଥିବା ଏହି ହାତୀ ମୃତ୍ୟୁରେ କେନ୍ଦୁଝର...

ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ଭାଗନେବ ହକି ଓଡ଼ିଶା: ହାଇକୋର୍ଟ

କଟକ ଅଫିସ,୨୨ା୧:ଜାତୀୟ ହକି ଚାମ୍ପିୟନ୍‌ଶିପ୍‌ରେ ହକି ଓଡ଼ିଶା ଭାଗ ନେବ। ହାଇକୋର୍ଟ ଦେଇଛନ୍ତି ଏହି ଆଦେଶ। ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୨୩ରୁ ଫେବୃୟାରୀ ୨...

ମାନିଲେନି ବ୍ୟବସ୍ଥାବଳୀ

ପୁରୀ ଅଫିସ,୧୮।୬: ସମସ୍ତେ ବ୍ୟବସ୍ଥାବଳୀକୁ ମାନିବେ। ବ୍ୟବସ୍ଥାବଳୀ ଊର୍ଦ୍ଧ୍ୱକୁ ଯାଇ କେହି କିଛି କରିବେ ନାହିଁ। ଦେଶ ବିଦେଶର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନଙ୍କର...

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା...

ଆୟୁଷ୍ମାନ ଭାରତ ଯୋଜନା: ରାଜି କରାଇବାକୁ ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୪।୬(ବ୍ୟୁରୋ): ନିର୍ବାଚନ ସରିଯାଇଛି। ଆଉ ମତଭେଦ ନାହିଁ। ମିଳିମିଶି ରାଜ୍ୟ ତଥା ଦେଶର ବିକାଶ କରିବାକୁ କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ...

୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ: ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଉତ୍କଳ ମଣ୍ଡପରେ ୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି।...

Leave a comment

Your email address will not be published. Required fields are marked *