ଭଡ଼ାରେ ଲାଗିଛି କୃଷକ ବଜାରରେ ଥିବା ଦୋକାନ

ଝୁମ୍ପୁରା, ୧୩।୮ (ଡି.ଏନ.ଏ.)- ହାଟବାଟରେ ବସୁଥିବା କ୍ଷୁଦ୍ରଚାଷୀ ତଥା ବ୍ୟବସାୟୀଙ୍କୁ ଜୀବିକା ନିର୍ବାହ ଲାଗି କାର୍ଯ୍ୟକାରୀ ହେଉଥିବା କୃଷକ ବଜାର ନିର୍ମାଣ ଯୋଜନା ଦିଗହରା ହୋଇପଡିଛି। କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ନିର୍ମିତ ଦୋକାନ ଘରକୁ କେତେକେ ବ୍ୟବସାୟୀ ହାତେଇ ଭଡାରେ ଲଗାଇଥିବା ଅଭିଯୋଗ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଥଚ ଝୁମ୍ପୁରା ଡେଲି ମାର୍କେଟ ଏବଂ ସାପ୍ତାହିକ ହାଟକୁ କୃଷିଜାତ ଦ୍ରବ୍ୟ ଓ ପନିପରିବା ବିକିବାକୁ ଆସୁଥିବା ଚାଷୀଙ୍କଠାରୁ ନିୟନ୍ତ୍ରିତ ବଜାର ପରିଷଦ (ଆରଏମସି) ମାହାସୁଲ ଆଦାୟ କରୁଥିଲେ ବି ସେମାନଙ୍କୁ ଏଯାଏ ଦୋକାନ ଘର ଯୋଗାଇ ପାରୁ ନାହିଁ ା
କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ସ୍ଥାନୀୟ ଆରଏମସି ଏବଂ ଝୁମ୍ପୁରା ପଞ୍ଚାୟତ ଅଧୀନରେ ବଜାର ଅଞ୍ଚଳରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ନିର୍ମାଣ କରାଯାଇଛି। ଏସବୁ ଦୋକାନ ଗୃହ ଆବଣ୍ଟନ ବେଳେ ଅନିୟମିତତା ହୋଇଥିବା ନେଇ କେତେକ କ୍ଷୁଦ୍ର ବ୍ୟବସାୟୀ ଚମ୍ପୁଆସ୍ଥିତ ଆରଏମସି କାଯର୍‌ୟାଳୟର ଅଭିଯୋଗକରିବା ସହ କୃଷକ ବଜାରର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଗୋଟିଏ ଗୋଟିଏ ପରିବାର ୪ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଦୋକାନ ଘର ଦିଆଯାଇଥିବାରୁ ସେମାନେ ନିଜେ ବ୍ୟବସାୟ ନ କରି ଭଡା ଲଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ସେହିପରି କେତେକ ବ୍ୟବସାୟୀ ପାଇଥିବା ନିଜ ପ୍ଲଟର ସମ୍ମୁଖ ପାର୍ଶ୍ୱ ରାସ୍ତାକୁ ଜବରଦଖଲ କରି ବେନିୟମ ଭାବେ ନିର୍ମାଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ଏସବୁର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସନ୍ତା ବୋଲି କ୍ଷୁଦ୍ର ବ୍ୟବସାୟୀମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ସ୍ଥାନୀୟ ବ୍ଲକ ରୋଡରେ ଥିବା ଝୁମ୍ପୁରା କୃଷକ ବଜାର ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ଭଡାରେ ଲଗାଯିବା ସମ୍ପର୍କରେ ଚମ୍ପୁଆସ୍ଥିତ ଆରଏମସିର ସମ୍ପାଦକ ତଥା ସରକାରଙ୍କ ବରିଷ୍ଠ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ମିଳିଛି। ଏହାର ତଦନ୍ତ କରାଯିବ। କେହି ଦୋକାନ ଘର ନେଇ ଭଡାରେ ଲଗାଇଥିବା ଜଣାପଡିଲେ, ସମ୍ପୃକ୍ତ ହିତାଧିକାରୀଙ୍କ ଚୁକ୍ତିନାମା ପ୍ରତ୍ୟାହାର କରାଯିବ।


All Right Reserved By Dharitri.Com

ଭିମ୍‌ସାର, ଏସ୍‌ସିବି ନର୍ସିଂ କଲେଜ୭୦ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବୁର୍ଲାସ୍ଥିତ ଭିମ୍‌ସାର ନର୍ସିଂ କଲେଜ ଓ କଟକ ଏସ୍‌ସିବି ନର୍ସିଂ କଲେଜ ପାଇଁ ୭୦ ନୂତନ ପଦବୀ ସୃଷ୍ଟି କରିବା ନିମନ୍ତେ ସୋମବାର ମୁଖ୍ୟମନ୍ତ୍ରୀ...

୨୦ରୁ ‘କୃଷି ଓଡ଼ିଶା-୨୦୨୦’

ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ରାଜ୍ୟର କୃଷକମାନଙ୍କୁ କୃଷିକ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ...

ଲୋକାୟୁକ୍ତ ସଦସ୍ୟଭାବେ ଦାୟିତ୍ୱ ନେଲେ ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ନୂଆ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ଭାବେ ସେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

କାଲେରୁ ସେତୁ ଉଦ୍‌ଘାଟନ ଦାବିରେ ଧାରଣା: ଜନ ପ୍ରତିନିଧି, ସେତୁ ସୀମାନ୍ତବର୍ତ୍ତୀ ଗ୍ରାମବାସୀ ସାମିଲ

କାଲିମେଳା,୧୮।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁସ୍ଥିତ ସିଲେରୁ ନଦୀ ଉପରେ ନିର୍ମିତ କାଲେରୁ ସେତୁ ଉଦ୍‌ଘାଟନ ଦାବି କରି ମଙ୍ଗଳବାର ଜିଲାର ବିଭିନ୍ନ...

ଏୟାରଫିଲ୍ଡ ଥାନା ଏଏସ୍‌ଆଇଙ୍କ ନାଁରେ ମାମଲା

ଭୁବନେଶ୍ୱର,୭।୧୨(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡିଏନ୍‌ଏ): ଜଣେ ଠିକାଦାରଙ୍କୁ ଠକିବା ଅଭିଯୋଗରେ ଏୟାରଫିଲ୍ଡ ଥାନାର ଏଏସ୍‌ଆଇ ନବଘନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଖରୀପୁଟରେ ରହୁଥିବା ଠିକାଦାର ଅନୁପ...

ରିକ୍ସା ଟାଣି ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର

କେନ୍ଦୁଝର, ୧୩ା୨(ଡି.ଏନ.ଏ.): ବର୍ତ୍ତମାନ ସହରମାନଙ୍କରେ ଟ୍ୟାକ୍ସି ଅନ୍‌ କଲ୍‌ ଗ୍ରାହକଙ୍କ ନିକଟରେ ସହଜସାଧ୍ୟ ଭାବରେ ପହଞ୍ଚି ପାରୁଥିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା...

ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି।...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା

ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା ଟାଟା ଷ୍ଟିଲ୍‌ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ...

Leave a comment

Your email address will not be published. Required fields are marked *