Posted inଜାତୀୟ

ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ ଏଥିରୁ ବାଦ୍‌ ଦିଆଯାଇଛି। ସେଥିମଧ୍ୟରୁ ୪୧ଟି ଆସନକୁ ରେଡ୍‌ ଆଲର୍ଟ ଘୋଷଣା କରାଯାଇଛି। ଏସବୁ ଆସନରେ ୩ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ସେହିପରି ୮ଶହ ୮୮ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ମୋଟ୍‌ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୪ ଶହ ୭୦ ଥିବାବେଳେ ମହିଳାଙ୍କ ସଂଖ୍ୟା ଶହେ ୨୦ ରହିଛି। ଯାଞ୍ଚ୍‌ ହୋଇଥିବା ୧୫ଶହ ୯୦ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଥିବା କୁହାଯାଉଛି। ଏହି ପର୍ଯ୍ୟାୟରେ ଆସାମର ୫, ବିହାର ୫, ଛତିଶଗଡ଼ ୩, ଜମ୍ମୁ ଓ କଶ୍ମୀର ୨, କର୍ନାଟକ ୧୪ , ମହାରାଷ୍ଟ୍ର ୧୦, ମଣିପୁର ୧, ଓଡ଼ିଶା ୫, ତାମିଲନାଡ଼ୁ ୩୮, ତ୍ରିପୁରା ୧, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗ ୩ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ମତଦାନ କରାଯିବ।


All Right Reserved By Dharitri.Com

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ପୁଲଓ୍ବମା ଜିଲାରେ ବୁଧବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ତ୍ରାଲ୍‌ ଅଞ୍ଚଳର ନାଗବଳ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ରାଞ୍ଚି,୬।୧୨(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ...

ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ ତାମିଲିସାଇ

ହାଇଦ୍ରାବାଦ,୮।୯: ତାମିଲିସାଇ ସୁନ୍ଦରରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପେଶାରେ ତାମିଲିସାଇ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ...

ଅନୁଚ୍ଛେଦ ୩୭୦: ଜନ୍ତର ମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବାକୁ ନେଇ ଗୁରୁବାର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ,...

ଡାକ୍ତରଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ସେଠାରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି। ଅଧିକ...

ପ୍ରଥମ ଦିନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ଶୁକ୍ରବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଉ ଏହା ପରେପରେ ସେ ତୁରନ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ...

ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା...

ଅଡ୍‌ ନମ୍ବର ଗାଡ଼ି ଥିବାରୁ ସାଇକେଲରେ କାର୍ଯ୍ୟାଳୟ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦେଖି ସୋମବାରଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ସେଠାରେ ଅଡ୍‌-ଇଭିନ୍‌ ନମ୍ବର ଗାଡି ଚଳାଇବା ନିୟମକୁ ଲାଗୁ କରିଛନ୍ତି। ଏହି...

Leave a comment

Your email address will not be published. Required fields are marked *