ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଅନିଲ ଅଗ୍ରଓ୍ବାଲଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୧୩-୮: ଖଣି ଖନନରେ କ୍ଷେତ୍ରରେ ଶୀର୍ଷ କମ୍ପାନୀ ବେଦାନ୍ତ ରିସୋର୍ସେଜ ମୁଖ୍ୟ ଅନିଲ ଅଗ୍ରଓ୍ବାଲ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବେ ନାହିଁ ବୋଲି କହି ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇଛନ୍ତି। ସେ କହିଛନ୍ତି ଯେ, ଜେଟ୍‌କୁ କିଣିବା ଲାଗି ତାଙ୍କର କୌଣସି ଆଗ୍ରହ ନାହିଁ। ଋଣରେ ବୁଡ଼ି ରହିଥିବା ଜେଟ୍‌ ମାମଲା ଏବେ ଆଇବିସି ଅଧୀନରେ ରହିଛି। ଅଗ୍ରଓ୍ବାଲ୍‌ଙ୍କ ନିବେଶ କମ୍ପାନୀ ଭୋଲକାନ ଇନ୍‌ଭେଷ୍ଟମେଣ୍ଟ ଜେଟ୍‌କୁ କିଣିବା ଲାଗି ରବିବାର ଇଚ୍ଛାପତ୍ର(ଇଓଆଇ) ଜମା କରିଥିଲା। ଗତକାଲି ଉକ୍ତ ଏୟାରଲାଇନ କମ୍ପାନୀକୁ କିଣିବା ଲାଗି ବିଡ୍‌ ଦାଖଲ କରିବାର ଶେଷ ଦିନ ଥିଲା। ସୋମବାର ଅନିଲ କହିଛନ୍ତି ଯେ, ପ୍ରାରମ୍ଭିକ ସମୀକ୍ଷା ପରେ ଭୋଲକାନ ପକ୍ଷରୁ ଇଚ୍ଛାପତ୍ର ଦାଏର କରାଯାଇଥିଲା। ତେବେ ପରବର୍ତ୍ତୀ ଯାଞ୍ଚ ଏବଂ ଅନ୍ୟ ପ୍ରାଥମିକତାକୁ ବିଚାର କରାଯିବା ପରେ ଜେଟ୍‌କୁ କିଣିବା ଲାଗି ଆଗେଇବା ଉଚିତ ହେବ ନାହିଁ ବୋଲି ହୃଦବୋଧ ହୋଇଛି।


All Right Reserved By

ଜେଟ୍‌ ବନ୍ଦ ହେବା ଲାଗି ସରକାର ଦାୟୀ : ସ୍ପାଇସ୍‌ଜେଟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅଚାନକ ବନ୍ଦ ହୋଇଯିବାକୁ ନେଇ ସ୍ପାଇସ୍‌ଜେଟ୍‌ ଅଧ୍ୟକ୍ଷ ଅଜୟ ସିଂ ମୁହଁ ଖୋଲିଛନ୍ତି। ଜେଟ୍‌ ବନ୍ଦ ହୋଇଯିବା...

ଯୁବ ଟିମ୍‌ ତିଆରି କରୁଛି ଆଇବିଏମ୍‌;୧ ଲକ୍ଷ ବୁଢ଼ା କର୍ମଚାରୀ ବିଦା

ସାନଫ୍ରାନ୍ସିସ୍‌କୋ,୩-୮: ଆମେରିକାର ଆଇଟି କମ୍ପାନୀ ଆଇବିଏମ୍‌ ଯୁବ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ତିଆରି କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ଭିତରେ ପ୍ରାୟ ୧...

ପିଏଫ୍‌ ଆକାଉଣ୍ଟରେ ମିଳିବ ୮.୬୫% ସୁଧ

ନୂଆଦିଲ୍ଲୀ,୩୧-୮: ଚାକିରିରତ କର୍ମଚାରୀଙ୍କ ପାଇଁ ଖୁସୀଖବର। ଭବିଷ୍ୟନିଧି ଆକାଉଣ୍ଟ(ପିଏଫ ଆକାଉଣ୍ଟ)ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫% ସୁଧ ହାର ମିଳିବ। କେନ୍ଦ୍ର ଶ୍ରମ ମନ୍ତ୍ରୀ...

ସାଲୁ ଜିନ୍ଦଲଙ୍କୁ ମହାତ୍ମା ପୁରସ୍କାର

ନୂଆଦିଲ୍ଲୀ,୨-୧୦: ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ମହାତ୍ମା ଆଓ୍ବାର୍ଡ ଫର ଲିଡରଶିପ ଇନ୍‌ କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ସମ୍ମାନରେ ସମ୍ମାନୀତ କରାଯାଇଛି। ଗୁରୁଗ୍ରାମଠାରେ ଅନୁଷ୍ଠିତ...

ସେପ୍ଟେମ୍ବରରୁ ମିଳିବ ସବୁ ଭାରତୀୟଙ୍କ ସ୍ବିସବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧୧-୭: କଳାଟଙ୍କା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଭାରତ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଧାରାରେ ସ୍ବିସ ବ୍ୟାଙ୍କରେ ଜମା କରିଥିବା ସବୁ ଭାରତୀୟଙ୍କ...

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ବେବି ଶାମ୍ପୁରେ ନାହିଁ ହାନିକାରକ ପଦାର୍ଥ: ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ,୨୯-୪: ଆମେରିକା କମ୍ପାନୀ ଜନସନ ଆଣ୍ଡ ଜନସନ ନିଜର ଲୋକପ୍ରିୟ ବେବି ଶାମ୍ପୁରେ ହାନିକାରକ ପଦାର୍ଥ ଥିବା ଅଭିଯୋଗକୁ ଖଣ୍ଡନ କରିଛି। ରାଜସ୍ଥାନ ସରକାରଙ୍କ ଜୟପୁରସ୍ଥିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *