ବାଗେଡିଆ-ପୁରୁଣାଗଡ ରାସ୍ତାରେ ଗର୍ତ୍ତ

ଛେଣ୍ଡିପଦା,୧୩।୮(ଡି.ଏନ.ଏ.)
ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମଠାରୁ ପୁରୁଣାଗଡ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ପୁରୁଣାସାହି ନିକଟରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଉପରୋକ୍ତ ସ୍ଥାନ ବିପଦସଙ୍କୁଳ ହୋଇଥିବା ଯୋଗୁ ରାତି ସମୟରେ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ସେହି ରାସ୍ତା ନିକଟରେ ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶାଖା କେନାଲ ଅତିକ୍ରମ କରିଛି। ଏଠାରେ ସଂଯୋଗ କରାଯାଇଥିବା ହ୍ୟୁମ ପାଇପଟି ଭାଙ୍ଗି ଯାଇଥିବାରୁ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ଉକ୍ତ ସ୍ଥାନରେ ହ୍ୟୁମ ପାଇପ କଲଭର୍ଟ ନିର୍ମାଣ କରିବାସହ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ପୁରୁଣାଗଡ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି।


All Right Reserved By Dharitri.Com

ଦିନରେ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ: ୬ ଲକ୍ଷ ଟଙ୍କାର ଗହଣା ଚୋରି

ଅନୁଗୋଳ ଅଫିସ, ୫।୧ – ସ୍ପଷ୍ଟ ଦିବାଲୋକରେ ଶନିବାର ଅନୁଗୋଳ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଅନୁଗୋଳ ଇଣ୍ଡଷ୍ଟ୍ରିଆଲଷ୍ଟ୍ରିଟରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ...

ବିଷାକ୍ତ ଖାଦ୍ୟ ନେଲା ମାଖନ ହାତୀ ଜୀବନ

ବନ୍ତଳା, ୫।୧(ଡି.ଏନ.ଏ.)-ଅନୁଗୋଳ ବନଖଣ୍ଡ ପୁପୁଣ୍ଡା ସେକ୍ସନ ବିଟ୍‌ ଅଧୀନ ବୃନ୍ଦାବନପୁର ଗ୍ରାମରୁ ରବିବାର ସକାଳେ ଏକ ମାଖନ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତହାତୀର ଆନୁମାନିକ...

ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ନାବାଳକଙ୍କୁ ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୪।୮-ଅନୁଗୋଳ ଥାନା ପଞ୍ଚମହଲା ନିକଟରେ ୨୦୧୭ ମାର୍ଚ୍ଚ ୩୧ରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଥିବା ମାମଲାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

ନିଆଁରେ ପୋଡ଼ି ହୋଇ ଯୁବକ ଗୁରୁତର

ଛେଣ୍ଡିପଦା,୩।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଉକ୍ତ...

ପୁନରାବୃତ୍ତି ହେବନି କହିଲେ ସିଡିଏମ୍‌ଓ

ଅନୁଗୋଳ ଅଫିସ, ୧୫।୧୨ ଅନେକ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଆହତ କିମ୍ବା ଗୁରୁତର ହୋଇ ବ୍ୟକ୍ତି ମେଡିକାଲକୁ ଆସୁଥିଲେ ହେଁ ଏ ସମ୍ପର୍କରେ ଜିଲା ମୁଖ୍ୟ...

ଚାରା ଲାଗାଇ ପାଳିଲେ ଜାତୀୟ ଦିବସ

ରାସୋଳ, ୧୫।୮(ଡି.ଏନ୍‌.ଏ.)-ଦେଶ ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଛନ୍ତି ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ...

ବଢ଼ୁଛି ତାଳଚେରବାସୀଙ୍କ ଅସନ୍ତୋଷ: ରାଜପଥରେ ଆଣ୍ଠୁଏ ଖାଲ

ତାଳଚେର୨୯ା୯(ନି.ପ୍ର) – ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର ବାଇପାସ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ...

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

Leave a comment

Your email address will not be published. Required fields are marked *