Posted inଜାତୀୟ

ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି

ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍‌ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ ଡିସ୍‌କଭରି ଚ୍ୟାନେଲରେ ପ୍ରଦର୍ଶିତ ହୋଇଛି। ଉଭୟେ ଜଙ୍ଗଲ ମଧ୍ୟରେ ବୁଲିବା ଓ ନଦୀରେ ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମୋଦି ଗ୍ରିଲ୍ସଙ୍କ ସହ ଅନ୍ତରଙ୍ଗ ଆଳାପ କଲାବେଳେ ପ୍ରକୃତିର ସଂରକ୍ଷଣ ଓ ସ୍ବଚ୍ଛତା ସମ୍ପର୍କରେ ଆଲୋଚନା କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନରେ ପ୍ରବଳ ଥଣ୍ଡା ଓ ବର୍ଷାକୁ ଖାତିର ନ କରି ସେମାନେ ଭ୍ରମଣ କରୁଥିବାବେଳେ ଜନସାଧାରଣଙ୍କ ସ୍ବପ୍ନ ପୂରଣ କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ମୋଦି କହିଛନ୍ତି।
ଗ୍ରିଲ୍ସ ମୋଦିଙ୍କୁ ତାଙ୍କ ପିଲାଦିନ, ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଜୀବନରେ ସେ କାହାକୁ ଭୟ କରନ୍ତି କି ନାହିଁ, ରାଜନୈତିକ ର଼୍ୟାଲିରେ କେବେ ଛାନିଆ ଅନୁଭବ କରିଛନ୍ତି କି ବୋଲି ମଧ୍ୟ ଗ୍ରିଲ୍ସ ପଚାରିଥିଲେ। ଛାନିଆ ହେବା ତାଙ୍କର ସ୍ବଭାବ ନୁହେଁ ବୋଲି ମୋଦି କହିବା ସହ ସେଭଳି ଭୟ କେବେ ଅନୁଭବ କରି ନ ଥିବା କହିଛନ୍ତି। ସେ ସବୁଥିରେ ସକାରାତ୍ମକତା ଦେଖିଥାନ୍ତି। ତେଣୁ କେବେ ଦୁଃଖୀ ହୋଇନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଯୁବପିଢ଼ିଙ୍କ

ପାଇଁ ଏକ ବଳିଷ୍ଠ ବାର୍ତ୍ତା ବୋଲି ଗ୍ରିଲ୍ସ କହିଛନ୍ତି। ପ୍ରକୃତିକୁ ଭଲ ପାଇବା ସହ ବଞ୍ଚତ୍ବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି। ପ୍ରକୃତିକୁ ନିଜର ଆବଶ୍ୟକତା ପାଇଁ ଲୁଣ୍ଠନ ନ କରି ଏହାକୁ ଭବିଷ୍ୟତ ବଂଶଧରଙ୍କ ପାଇଁ ଛାଡିଦେବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱ ଏକ ପରିବାର। ‘ବସୁଧୈବ କୁଟୁମ୍ବକମ୍‌’ ହେଉଛି ବିଶ୍ୱକୁ ଭାରତର ବାର୍ତ୍ତା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ହେବାକୁ କେବେ ସ୍ବପ୍ନ ଦେଖିଥିଲେ କି ବୋଲି ଗ୍ରିଲ୍ସ ପ୍ରଶ୍ନ କରିବାରୁ ମୋଦି କହିଥିଲେ, ଦେଶର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ। ପରେ ଦେଶ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ସେ ୫ ବର୍ଷ ହେଲା ଉକ୍ତ କାର୍ଯ୍ୟ କରିଆସୁଛନ୍ତି। ତେବେ ବିକାଶ ଉପରେ ତାଙ୍କର ଫୋକସ୍‌ ସବୁବେଳେ ରହିଥିବା ମୋଦି କହିଛନ୍ତି। ସେ କେବଳ ନିଜ କାମ ଓ ଦାୟିତ୍ୱ କଥା ଚିନ୍ତା କରିଥାନ୍ତି, ପଦବୀକୁ କଦାପି ମୁଣ୍ଡକୁ ନେଇ ନ ଥାନ୍ତି।
ପିଲାଦିନ କଥା ମନେ ପକାଇ ମୋଦି କହିଥିଲେ, ଗରିବ ପରିବାରରେ ବଢ଼ିଥିବାରୁ ସବୁବେଳେ ପ୍ରକୃତି ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ। ପିଲାଦିନେ ଗାଁରେ ବର୍ଷା ହେଲେ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ପୋଷ୍ଟକାର୍ଡ କିଣିବାକୁ ବାପାଙ୍କ ପାଖରେ ପଇସା ନ ଥିଲା ବୋଲି ମୋଦି କହିଛନ୍ତି। ସେମାନେ ଯେଉଁ ସ୍ଥାନରେ ବୁଲୁଛନ୍ତି ସେଠାରେ ବାଘ ଅଛନ୍ତି ବୋଲି ଗ୍ରିଲ୍ସ କହିବାରୁ ଭଗବାନ ସବୁକିଛିର ଯତ୍ନ ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନିଜକୁ ଭଲ ଛାତ୍ର କହିପାରିବେ ନାହିଁ। ତେବେ ଦାରିଦ୍ର୍ୟ ସତ୍ତ୍ୱେ ସେ ସବୁବେଳେ ସଫାସୁତୁରା ପୋଷାକ ପିନ୍ଧିବାକୁ ଚାହୁଁଥିଲେ। ତମ୍ବା ବେଲାରେ ତତଲା କୋଇଲା ରଖି ପୋଷାକକୁ ଇସ୍ତ୍ରି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିଶୋର ଅବସ୍ଥାରେ ସେ ଘର ଛାଡ଼ି ହିମାଳୟ ଚାଲିଯାଇଥିଲେ। ସେ ଆଧ୍ୟାତ୍ମିକ ଜଗତକୁ ଦେଖିବା ପାଇଁ ଚାହିଁଥିଲେ। ସେ ହିମାଳୟରେ କେତେଜଣ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହ ଦୀର୍ଘ ବର୍ଷ ବିତାଇଥିଲେ ବୋଲି ମୋଦି କହିଛନ୍ତି।


All Right Reserved By Dharitri.Com

ତେଲଙ୍ଗାନା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା, ତାହାର ବିଚାର...

କର୍ନାଟକରେ ଏକାକି ନିର୍ବାଚନ ଲଢିବ କଂଗ୍ରେସ

ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ...

ରାସ୍ତା ସଫା କଲେ ସିଦ୍ଧୁ

ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ...

ପ୍ରଦୂଷଣ ରୋକୁଛନ୍ତି ଏହି ଗଣେଶ

ଅକୋଲା: ଗଣେଶ ବିସର୍ଜନ ଏବେ ଦେଶରେ ଧୁମଧାମରେ ଚାଲିଛି। ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରିବା ପରେ ଜଳ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏଥିପାଇଁ ସବୁ ସ୍ତରରେ...

ସୌଦିକୁ ଡ୍ରାଇଭର୍‌ ହେବାକୁ ଯାଇଥିବା ଯୁବକ ପାଲଟିଲେ କୋଟିପତି

ଥିରୁଭାନନ୍ତପୁରମ୍‌, ୧୧।୮: କଥାରେ ଅଛି ଭାଗ୍ୟଦେବୀ ପ୍ରସନ୍ନ ହେଲେ ଯୋଗୀ ବି ରାଜା ପାଲଟେ। ଏହା ଜଣେ ଯୁବକଙ୍କ ପାଇଁ ସତ୍ୟରେ ପରିଣତ ହୋଇଛି। ସୌଦିକୁ...

ସାମ୍ବିଧାନିକ ପୀଠରେ ହେବ ସିଏଏ ଶୁଣାଣି

ନୂଆଦିଲ୍ଲୀ,୨୩ା୧(ପି.ଟି.): କେନ୍ଦ୍ର ସରକାରଙ୍କ ଯୁକ୍ତି ନ ଶୁଣି ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏର ସାମ୍ବିଧାନିକ...

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା...

Leave a comment

Your email address will not be published. Required fields are marked *