୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: କ୍ଷମତାକୁ ଫେରିବାର ଦମ୍ଭୋକ୍ତି

ନୂଆଦିଲ୍ଲୀ,୧୮ା୫(ପି.ଟି./ଆଇଏଏନ୍‌ଏସ୍‌): ଚଳିତ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପୂରା ୫ ବର୍ଷ ଶାସନ କରିବା ପରେ ପ୍ରଥମଥର ପାଇଁ ବହୁମତ ସହ ଏକ ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦମ୍ଭୋକ୍ତି ବାଢ଼ିଛନ୍ତି। ହେଲେ ଖବରଦାତାଙ୍କ କୌଣସି ପ୍ରଶ୍ନର ଉତ୍ତର ସେ ଦେଇନାହାନ୍ତି। ପ୍ରଶ୍ନର ଉତ୍ତର ଏଡାଇ ମୋଦି ଅଧା ଯୁଦ୍ଧ ଦେଖାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।
ଜାତୀୟ ରାଜନୀତିର ଦୃଶ୍ୟପଟରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ଖବରଦାତା ସମ୍ମିଳନୀରେ ଏନ୍‌ଡିଏ ସରକାରର ସଫଳତା ବଖାଣିଛନ୍ତି। ୫ ବର୍ଷର ଶାସନ କାଳରେ କେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନ ଥିବାବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ଅବତାର ଦେଖି ବିସ୍ମିତ ହୋଇଯାଇଛନ୍ତି ଦେଶବାସୀ। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରୁ ଏହାର ସିଧାପ୍ରସାରଣ ହୋଇଥିଲା। ମୋଦିଙ୍କ ସହ ଉପସ୍ଥିତ ଥିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୋଦି କହିଥିଲେ, ଭାଜପା ଲୋକ ସଭା ନିର୍ବାଚନ ଜିତିବା ପରେ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବ। ପ୍ରଥମଥର ଏଭଳି ଏକ ବଡ଼କଥା ହେବାକୁ ଯାଉଛି। କାରଣ ଏହା ହେଉଛି ପ୍ରଥମ ନିର୍ବାଚନ, ଯାହାକି ସୁଚିନ୍ତିତ ଭାବେ ଲଢ଼ାଯାଇଛି। ପୂର୍ବ ସରକାରଗୁଡ଼ିକ ପରିସ୍ଥିତିକୁ ନେଇ ଗଠନ ହୋଇଥିଲା। ସେହି ସରକାରଗୁଡ଼ିକ ପାରିବାରିକ ରାଜନୀତି ଓ ବଂଶବାଦ ପରମ୍ପରା କିମ୍ବା ଅନ୍ୟ କାରଣଗୁଡ଼ିକୁ ନେଇ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। କିନ୍ତୁ ୨୦୧୪ରେ ପ୍ରଥମଥର ଲାଗି ଲୋକେ ଅନ୍ୟ ଏକ ଦଳ ସପକ୍ଷରେ ସମ୍ପୂର୍ଣ୍ଣ ଜନାଦେଶ ଦେଇଥିଲେ। ୨୦୧୯ରେ ସେମାନେ ଆଉଥରେ ଦ୍ୱିତୀୟ ସୁଯୋଗ ଦେବାକୁ ଯାଉଛନ୍ତି ବୋଲି ମୋଦି ପ୍ରକାଶ କରିଥିଲେ। ଏହାସହ ସେ ନିର୍ବାଚନରେ ନିଜ ଅନୁଭୂତିକୁ ଅତ୍ୟନ୍ତ ସନ୍ତୋଷଜନକ ବୋଲି ଅଭିହିତ କରି ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି। ସଚ୍ଚୋଟତାର ଯାତ୍ରାକୁ ବଜାୟ ରଖିବା ପାଇଁ ଜନସାଧାରଣଙ୍କ ସମର୍ଥନ ଭିକ୍ଷା କରି ମୋଦି କହିଛନ୍ତି, ୨୦୧୪ ମେ ୧୭ କ୍ଷମତା ଭୋକିଲାଙ୍କ ଲାଗି ବିପର୍ଯ୍ୟୟ ଆଣିଦେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଦେଶବାସୀ ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ଦେବେ। ନୂଆ ସରକାର ଯଥାଶୀଘ୍ର ଯଥାସମ୍ଭବ କାର୍ଯ୍ୟ ଆରମ୍ଭ କରିବ। ପୂର୍ବରୁ ନିର୍ବାଚନ ବେଳେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)କୁ ଦେଶବାହାରେ ଆୟୋଜନ କରାଯାଉଥିଲା। ହେଲେ ଏବେ ରମଜାନ, ଆଇପିଏଲ୍‌, ଇଷ୍ଟର, ହନୁମାନ ଜୟନ୍ତୀ, ରାମନବମୀ, ନବରାତ୍ରି ଓ ପିଲାଙ୍କ ପରୀକ୍ଷା ସହ ନିର୍ବାଚନ କରାଯାଉଛି ବୋଲି ମୋଦି କହିଛନ୍ତି।
ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ଦିନଠୁ ଦିନେ ହେଲେ କୌଣସି ଖବରଦାତା ସମ୍ମିଳନୀକୁ ସାମ୍ନା କରିନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକର ନେତାମାନେ ସମାଲୋଚନା କରିଆସୁଥିବାବେଳେ ଭୋଟଗଣତିର ସପ୍ତାହେ ପୂର୍ବରୁ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିଛି। ହେଲେ ଖବରଦାତାଙ୍କ ଗୋଟିଏ ହେଲେ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ମୋଦି। ସେ ନିଜକୁ ଭାଜପାର ଜଣେ ‘ଶୃଙ୍ଖଳିତ ସୈନ୍ୟ’ ଭାବେ ଅଭିହିତ କରି ପ୍ରଶ୍ନଗୁଡ଼ିକୁ ଏଡାଇ ଦେଇ ଦଳ ମୁଖ୍ୟ ଶାହଙ୍କ ଉପରେ ଉତ୍ତର ଛାଡ଼ିଦେଇଥିଲେ। ଶାହ କହିଥିଲେ, ଭାଜପା ୩୦୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବ, ଯାହାକି ସରକାର ଗଠନ ପାଇଁ ପର୍ଯ୍ୟାପ୍ତ। ଏହା ଦେଶର ପ୍ରଧାନମନ୍ତ୍ରୀ ବାଛିବାର ନିର୍ବାଚନ। ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ଏହା ପୂର୍ବରୁ ମୋଦି ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ମଧ୍ୟ ୩୦୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ବାଢ଼ିଥିଲେ। କଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କାମରୂପ ଯାଏ ସାରା ଦେଶ କହୁଛି ଏଥର ୩୦୦ ପାର, ପୁଣିଥରେ ମୋଦି ସରକାର। ଅନ୍ୟପକ୍ଷରେ ମୋଦିଙ୍କୁ କଂଗ୍ରେସ ମୁଖ୍ୟ ରାହୁଲ ତାଚ୍ଛଲ୍ୟ କରିଛନ୍ତି। ଅଭିନନ୍ଦନ ମୋଦିଜୀ, ଉତ୍କୃଷ୍ଟ ଖବରଦାତା ସମ୍ମିଳନୀ। ଯୁଦ୍ଧର ଅଧା ଦେଖାଇଲେ। ପରବର୍ତ୍ତୀ ସମୟରେ ଆପଣଙ୍କୁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଶାହ ଅନୁମତି ଦେଇପାରନ୍ତି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।


All Right Reserved By

କର୍ନାଟକ କଂଗ୍ରେସକୁ ଲାଗିଲା ଝଟ୍‌କା: ଇସ୍ତଫା ଦେଲେ ବିଧାୟକ ଆନନ୍ଦ ସିଂ

ବେଲ୍ଲାରୀ,୧।୭: କଂଗ୍ରେସରେ ଇସ୍ତଫା ପର୍ବ ଚାଲିଥିବା ବେଳେ କର୍ନାଟକ ବେଲ୍ଲାରୀ ଜିଲା ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧ୍ୟକ୍ଷ କେଆର୍‌...

କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ...

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି।...

ମନ୍ତ୍ରୀଙ୍କ ଜୋତା ଫିତା ବାନ୍ଧିଲେ ପିଏସ୍‌ଓ

ଶିମ୍‌ଲା,୩୦।୯: ହିମାଚଳ ପ୍ରଦେଶର ଶିମ୍‌ଲାଠାରେ ଆୟୋଜିତ ଗୁରୁ ପର୍ବ ଅବସରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଜୋତାର ଫିତା ବାନ୍ଧିଛନ୍ତି ତାଙ୍କ ବ୍ୟକ୍ତିଗତ...

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ଆସାମରେ ବନ୍ୟା ତାଣ୍ଡବ: ୧୭ ମୃତ, ୨୫୦ କୋଟି ଟଙ୍କା ସହାୟତା ଯୋଗାଇଦେଲେ କେନ୍ଦ୍ର ସରକାର

ଗୁଆହାଟି, ୧୭।୭: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲାରୁ ୨୧ଟି ଜିଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି।...

ୟେଦୁରପ୍ପାଙ୍କୁ ମୋଦି-ଶାହଙ୍କ ନିର୍ଦ୍ଦେଶ: ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ନ କରନ୍ତୁ

ବେଙ୍ଗାଲୁର,୧।୬: ମଳିନ ପଡିଯାଇଛି କର୍ନାଟକ ଭାଜପା ଅଧ୍ୟକ୍ଷ ବିଏସ୍‌ ୟେଦୁରପ୍ପାଙ୍କ ଆଶା। ତାଙ୍କୁ ଲାଗିଛି ଏକ ଶକ୍ତ ଧକ୍କା। କାରଣ ଶୁକ୍ରବାର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *