Posted inଖେଳ

ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଓସିଏ

କଟକ ଅଫିସ,୧୩ା୮-
ଦ୍ୱନ୍ଦ୍ୱ ଭିତରେ ରହିଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ । ଓସିଏ ପକ୍ଷରୁ ଘୋଷଣା ହେଉଛି ଯେ, ନିର୍ବାଚନ ଅଧିକାରୀ ନିଯୁକ୍ତ କରି ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇବା ପାଇଁ ସଂଘ ପ୍ରସ୍ତୁତ । ହେଲେ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାରେ ରାଜ୍ୟ ପକ୍ଷରୁ କୌଣସି ସହାୟତା ମିଳିଲା ନାହିଁ । ଯାହା ଫଳରେ ଏବେ ଅନ୍ୟ ରାଜ୍ୟ ଉପରେ ଭରସା କରାଯାଇଛି। ମିଳିଥିବା ଖବର ମୁତାବକ ବିହାର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହ ଓସିଏ ପକ୍ଷରୁ ଯୋଗାଯୋଗ କରାଯାଇ ନିର୍ବାଚନ ଅଧିକାରୀ ପାଇଁ ନିବେଦନ କରାଯାଇଥିଲା। ବିହାରର ପୂର୍ବତନ ନିର୍ବାଚନ କମିଶନର ନିର୍ବାଚନ ଅଧିକାରୀ ଭାବେ ଓସିଏରେ ନିଯୁକ୍ତ ହେବେ ବୋଲି ମଧ୍ୟ ଆଶା ଦୃଢ଼ୀଭୂତ ହୋଇଥିଲା । ହେଲେ ଏବେ ଏହି ଆଶା ମଉଳି ଗଲାଣି । ବିହାରର ଏହି ନିର୍ବାଚନ ଅଧିକାରୀ ବ୍ୟକ୍ତିଗତ କାରଣ ଦର୍ଶାଇ ଓଡ଼ିଶା ଆସିବେ ନାହିଁ ବୋଲି ଜଣାଇଛନ୍ତି । ଏହି ରାଜ୍ୟର ଅନ୍ୟଜଣେ ନିର୍ବାଚନ ଅଧିକାରୀ ଏଯାଏ ଉତ୍ତର ରଖିନାହାନ୍ତି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପକ୍ଷରୁ ମଧ୍ୟ ସ୍ପଷ୍ଟ ଉତ୍ତର ମିଳିନାହିଁ। କମିଟି ଅଫ ଆଡମିନିଷ୍ଟ୍ରେଟର(ସିଓଏ) ପକ୍ଷରୁ ହୋଇଥିବା ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୧୪ରୁ ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ ଲାଗୁ ହେବ । ଏହି ତାରିଖକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଓସିଏ ଏପରି ଦ୍ୱନ୍ଦ୍ୱ ଭିତରେ ଝୁଲି ରହିବା ଆଗାମୀ ନିର୍ବାଚନକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଦେଶର ବିଭିନ୍ନ କ୍ରିକେଟ ସଂଘର ନିର୍ବାଚନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦିନକୁ ଦିନ ତତ୍ପରତା ପ୍ରକାଶ କରୁଛି । ୩୭ଟି ସଂଘ ଭିତରୁ ଏବେ ସୁଦ୍ଧା ୨୬ଟି କ୍ରିକେଟ ସଂଘ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ସହିତ ନିର୍ବାଚନ ଅଧିକାରୀ ନିଯୁକ୍ତ କରି ସାରିଲେଣି । ଏହି ସଂଖ୍ୟା ୩୦ରେ ପହଞ୍ଚିଲେ ନିର୍ବାଚନ ହେବ ବୋଲି ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଘୋଷଣା କରିଛନ୍ତି । ପ୍ରଥମେ ଯେଉଁ ସଂଘଗୁଡ଼ିକୁୁ ନେଇ ନିର୍ବାଚନ ହେବ ସେହି ସଂଘର ପ୍ରତିନିଧି ବୋର୍ଡ ନିର୍ବାଚନରେ ଭାଗ ନେଇ ପାରିବ। ଏହାଛଡ଼ା ବିଭିନ୍ନ ଗ୍ରାଣ୍ଟ ମଧ୍ୟ ପାଇବାକୁ ପ୍ରଥମ ହକଦାର ହେବ । ହେଲେ ଓସିଏ ନିର୍ବାଚନକୁ ଓହ୍ଲାଇବାକୁ ବହୁ ଦୂରରେ ଥିବା ଭଳି ଦୃଶ୍ୟମାନ ହେଉଛି । ଏଯାଏ ନିର୍ବାଚନ ଅଧିକାରୀ ମିଳି ନ ଥିବା ବେଳେ କେବେ ଏହି ପ୍ରକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟ ଛୁଇଁବ ତାହାର ହିସାବ ମଧ୍ୟ ଓସିଏର କୌଣସି ଅଧିକାରୀମାନଙ୍କ ପାଖରେ ନାହିଁ । ଗତ ଜୁଲାଇ ୧ ତାରିଖ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାର ଅନ୍ତିମ ତାରିଖ ଧାର୍ଯ୍ୟ ହୋଇଥିଲା । ରାଜ୍ୟର ଯୁଗ୍ମ କିମ୍ବା ସହକାରୀ ନିର୍ବାଚନ ଅଧିକାରୀ କ୍ରିକେଟ ସଂଘ ଗୁଡ଼ିକର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇ ପାରିବେ ନାହିଁ । ଭାରତର ପୂର୍ବତନ ନିର୍ବାଚନ କମିଶନର କିମ୍ବା ରାଜ୍ୟର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏହି ଦାୟିତ୍ୱ ଗ୍ରହଣ କରିବାକୁ ଯୋଗ୍ୟ ବୋଲି ସିଓଏ ଘୋଷଣା କରିଥିଲା । ଏହି ତାରିଖକୁ ପ୍ରାୟ ଦେଢ଼ ମାସ ଅତିକ୍ରମ କରି ସାରିଲାଣି । ଇତି ମଧ୍ୟରେ ରାଜ୍ୟ ସଂଘ ଗୁଡ଼ିକର ଅସହାୟତା ନଜରରେ ରଖି ନିର୍ବାଚନ ଅଧିକାରୀ ନିଯୁକ୍ତ ନେଇ ନିର୍ଦ୍ଧାରିତ ତାରିଖକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସିଓଏ ଘୁଞ୍ଚାଇ ଦେଇଥିଲା । ହେଲେ ଅନ୍ୟ ରାଜ୍ୟ ଗୁଡ଼ିକ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାରେ ସଫଳ ହେଉଥିବା ବେଳେ ଓଡ଼ିଶା ଏଥିରେ କାହିଁକି ପଛୁଆ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଓସିଏ ନିର୍ବାଚନ ଅଧିକାରୀ ଖୋଜୁଛି ବୋଲି ଘୋଷଣା କରିଥିଲା । ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ଆସୋସିଏଶନ ଗୁଡ଼ିକର ନିର୍ବାଚନ ହେବ ବୋଲି ସିଓଏ ସ୍ଥିର କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ କରିବାରେ ଓସିଏ ଫେଲ ମାରିଲେ ଏବେ ଲାଗି ରହିଥିବା ବିଭିନ୍ନ ସଙ୍କଟ ବଡ଼ରୂପରେ ଛିଡ଼ା ହେବ ବୋଲି ରାଜ୍ୟର ଜଣେ ପୂର୍ବତନ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି ।
”ସମସ୍ତ ଚେଷ୍ଟା କରାଯାଉଛି । ରାଜ୍ୟ କ୍ରିକେଟର ବିକାଶ ପାଇଁ ଆମେ ମଧ୍ୟ ଚିନ୍ତିତ । ସଂଘ କିପରି ସୁଧୁରିବ, ଭଲ ଅବସ୍ଥାକୁ ଫେରିବ ସେ ନେଇ ସବୁବେଳେ ପ୍ରଚେଷ୍ଟା ଚାଲିଛି। ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ନେଇ ଓଡ଼ିଶାରୁ ନିରାଶ ହେବା ପରେ ଅନ୍ୟ ରାଜ୍ୟ ସହ ଆଲୋଚନା କଲୁ । ଏବେ ସେମାନଙ୍କ ହାତରେ ସବୁ କିଛି । ନିର୍ବାଚନ କରିବା ନେଇ ଆମେ କି କି ପଦକ୍ଷେପ ନେଉଛୁ ସେ ସବୁର ଟିକନିକ ହିସାବ ସିଓଏକୁ ମେଲ ଯୋଗେ ପଠାଯାଉଛି। ଖୁବଶୀଘ୍ର ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ ବୋଲି ଆମର ଆଶା“ ।
– ଧୀରେନ ପଲାଇ, ଅଧ୍ୟକ୍ଷ, ଓସିଏ କାର୍ଯ୍ୟକାରୀ କମିଟି


All Right Reserved By Dharitri.Com

Posted inଖେଳ View All

କୋ ଆଇଏଏଏଫ୍‌ ମୁଖ୍ୟ ଭାବେ ପୁନଃ ନିର୍ବାଚତ

ଦୋହା,୨୬।୯(ଏଏଫ୍‌ପି)- ବ୍ରିଟେନର ବରିଷ୍ଠ କ୍ରୀଡ଼ା ପ୍ରଶାସକ ସେବାଷ୍ଟିଆନ କୋ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବୁଧବାର ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ଅଧ୍ୟକ୍ଷ ଭାବେ ପୁନଃ...

ବ୍ରୋଞ୍ଜ ସହ ଶୁଟର୍‌ ଦୀପକଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୫।୧୧ (ପି.ଟି.)- ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ ଶୁଟିଂ ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଦୀପକ କୁମାର...

ସ୍ବତନ୍ତ୍ର ଅଧିନାୟକଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୪।୧୦- ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। କେବଳ ୨୫୪ ରନ୍‌ର ଅପରାଜିତ ଇନିଂସ, ତାହା ନୁହେଁ ସେ ଅଷ୍ଟ୍ରେଲିଆ...

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ।...

କୋପା ଆମେରିକା: ପଏଣ୍ଟ ଖାତା ଖୋଲିଲା ଆର୍ଜେଣ୍ଟିନା

ବେଲୋ ହରାଇଜଣ୍ଟ,୨୦।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ରେ କଲମ୍ବିଆଠାରୁ ପରାଜୟ ବରଣ କରିଥିବା...

ଜେକେଏସ ରାଜ୍ୟ କରାଟେ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଓକିନଓ୍ବା କରାଟେ ସ୍କୁଲ ଆନୁକୂଲ୍ୟରେ ଜାପାନ କରାଟେ ସୋତୋକାଇ(ଜେକେଏସ) କରାଟେ ଚାମ୍ପିୟନଶିପ୍‌ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ସଫଳତାର ସହିତ ସମ୍ପନ୍ନ ହୋଇଛି।...

ଦୁଇ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ୨ଟି ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେ...

ଓ୍ବିମ୍ବେଲଡନ ଟେନିସ୍‌: ଜୋକୋଭିଚ୍‌- ଫେଡରର ଫାଇନାଲ

ଲଣ୍ଡନ, ୧୩।୭(ପି.ଟି.)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଦୁଇ ପାରମ୍ପରିକ...

Leave a comment

Your email address will not be published. Required fields are marked *