ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର ଚୋରି ହୋଇଥିବା ସୋମବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଠାକୁରଗଡ଼ ଗ୍ରାମରେ ଧଣ୍ଡାତୋପା ଗ୍ରାମର ବିନୋଦ ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଘରେ ପଶି ୩ଟି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ରୂପା ଓ ନଗଦ ୧୨ ହଜାର ଟଙ୍କା ଚୋରି ହୋଇଥିବା ତାଙ୍କ ଭାଇ କୁମୁଦ ମିଶ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି।
ବିନୋଦଙ୍କ ଦେହ ଅସୁସ୍ଥ ଥିବାବେଳେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରି ନେଇଯାଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ସେହିପରି ନିର୍ମଳ ନାୟକ ଓ ତାଙ୍କ ଘରେ ଭଡ଼ା ଥିବା କୋରାବ ଗ୍ରାମର ନିରଞ୍ଜନ ଦେହୁରିଙ୍କ ଘରୁ ଦୁର୍ବୃତ୍ତମାନେ ୧୨ ହଜାର ଟଙ୍କା ସହ ୫ ଭରି ସୁନା ଓ ରୂପା ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ। ପୋଲିସ ରାତ୍ରି ପାଟ୍ରୋଲିଂ ହେଉ ନ ଥିବା ଯୋଗୁ ଚୋରି ବଢୁଥିବା ଠାକୁରଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

  ବିନିକା,୩୧।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ...

କେନ୍ଦୁପତ୍ର ବୋଝେଇ ମିନି ଟ୍ରକ ଜବତ

ବଇଣ୍ଡା,୩୦।୮(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ଆଶ୍ରୁବାହାଳ ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକକୁ ବଇଣ୍ଡା ଫାଣ୍ଡି ପୋଲିସ ଜବତ କରିଛି।...

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୧।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଦେଉଳପଡ଼ା ପଞ୍ଚାୟତର ସ୍ଥାନୀୟ ଓରତ ଗ୍ରାମର ଜଣେ ବ୍ୟକ୍ତି ବାର୍‌ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଭ୍ରମରବର...

ଭାଜପାର ବିଜୟ ସଂକଳ୍ପ ସଭା

ଢେଙ୍କିକୋଟ, ୨୦ା୪(ଡି.ଏନ.ଏ.): ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମ ପଡ଼ିଆରେ ଶୁକ୍ରବାର ୪ଟା ବେଳେ ଭାଜପାର ଏକ ବିଜୟ ସଂକଳ୍ପ ସଭା ହୋଇଥିଲା। ଏହି ସଭାରେ ଘସିପୁରା...

୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ ।  ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର...

ବ୍ରାହ୍ମଣ ସାହିରେ ମା’ଙ୍କୁ ଆବାହନ

ରାୟଗଡା ଅଫିସ, ୮।୧୦: ରାୟଗଡା ସହରରେ ବିଜୟା ଦଶମୀ ପୂଜା ପାରମ୍ପରିକ ରୀତିନୀତିରେ ଚାଲିଛି। ରାୟଗଡା ବ୍ରାହ୍ମଣ ସାହିରେ ଅତି ଆଡ଼ମ୍ବରରେ ଦଶହରା ପୂଜା ଚାଲିଛି।...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ...

ଚୋରା କାଠ ଜବତ, ୫ ଗିରଫ

ଠାକୁରମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.)- ଠାକୁରମୁଣ୍ଡା ବନ ବିଭାଗ ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଅଞ୍ଚଳକୁ ଯାଉଥିବା ଏକ ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହିତ ଏକ ବାଇକ୍‌କୁ...

Leave a comment

Your email address will not be published. Required fields are marked *