କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ମହୁଲଡ଼ିହା ଥାନା ପୋଲିସ ଗତ ୨୦ ତାରିଖରେ ଉଦଳା ଅଞ୍ଚଳର ୪ ଯୁବକଙ୍କୁ ଭଦୁବେଡା ନିକଟରୁ ସନ୍ଦେହରେ ଧରିଥିଲା। ଥାନାରେ ଅଟକ ରଖି ପଚରାଉଚରା ପରେ ସେମାନେ ବନ୍ୟଜନ୍ତୁ କାରବାରରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ପୋଲିସ ସେହି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ପରେ ଗତ ୮ତାରିଖରେ ରିମାଣ୍ଡରେ ଆଣିଥିଲା। ଏସ.ଟି.ଏଫ କର୍ମଚାରୀ ସେମାନଙ୍କୁ ପଚରା ଉଚରା କରିବା ପରେ ଅଧିକ ତଥ୍ୟ ସଂଗ୍ରହ ହୋଇଥିଲା। ଏହି ତଥ୍ୟକୁ ଆଧାର କରି ୧୦ ତାରିଖ ରାତିରେ ପୋଲିସ, ବନବିଭାଗ ସମେତ ଏସ.ଟି.ଏଫ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଚାଉ ସମୟରେ ଘଣ୍ଟିଆଦର ଗ୍ରାମର ଗୋଲଖ ବିହାରୀ ବେହେରାଙ୍କ ନିକଟରୁ ଏକ କୋଚିଳାଖାଇ ଚଢେଇ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଜଡିତ ଥିବା ସେହି ଗ୍ରାମର ଧରଣୀଧର ଲୋହାର ଓ ବିଜୟ ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗିରଫ ୩ ଅଭିଯୁକ୍ତଙ୍କୁ ବନବିଭାଗ ବନ୍ୟ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସୋମବାର କୋର୍ଟ ଚାଲାଣ କରିଛି ।


All Right Reserved By Dharitri.Com

ପ୍ରାକ ରାଜ୍ୟ ପୁରସ୍କାର ପରୀକ୍ଷା ପ୍ରସ୍ତୁତି ଶିବିର ଉଦ୍‌ଯାପିତ

ଦିଗପହଣ୍ଡି,୧୫।୯(ଡି.ଏନ.ଏ.)-ଦିଗପହଣ୍ଡି ପଦ୍ମନାଭପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଶ୍ରୀଧାମ ପରିସରରେ ଚାଲିଥିବା ଭାରତ ସ୍କାଉଟସ୍‌ ଏଣ୍ଡ ଗାଇଡସର ପ୍ରାକ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ରବିବାର...

ସ୍ତ୍ରୀଙ୍କ ସହ ବଚସା: ପୋଲ ଉପରୁ କାଠଯୋଡ଼ିକୁ ଡେଇଁଲେ ସ୍ବାମୀ, ଉଦ୍ଧାର କାର୍ଯ୍ୟ ଜାରି

କଟକ ଅଫିସ,୯।୧୦: ସ୍ତ୍ରୀଙ୍କ ସହ ବଚସା ପରେ ନଦୀକୁ ଡେଇଁଲେ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲା କାଠଯୋଡ଼ି ନଦୀ ପୋଲ...

ବଜ୍ରପାତରେ ଦମ୍ପତି ସମେତ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୬ା୭ (ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଏକ ଦମ୍ପତି ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ଓପିଜିସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

  ଲଖନପୁର,୧୪ା୯(ଡି.ଏନ୍‌.ଏ.): ଓପିଜିସିର ଇବ୍‌ଥର୍ମାଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବନହରପାଲି ଗ୍ରାମବାସୀ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ...

ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା ଘଟଣା: କୋମନା କଲେଜରେ ନାଁ ଲେଖାଲେ ଜ୍ୟୋତିଜୟା

କୋମନା, ୧୧ା୯ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଗରିବ ଛାତ୍ରୀ ଜ୍ୟୋତିଜୟା ପାତ୍ର ଟଁକା ଅଭାବୁ ଉଚ...

ମସ୍ତିଷ୍ମ ଜ୍ୱରରେ ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ

ଝରିଗାଁ,୨୩।୮(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କରମରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଶକୁନ୍ତଳା ମାଝି(୧୬) ଗୁରୁବାର ମସ୍ତିଷ୍କ ଜ୍ୱରରେ...

ଶିକ୍ଷକ ନିଯୁକ୍ତି ଦାବି: ବିଦ୍ୟାଳୟରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଭବାନୀପାଟଣା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ାଗୋଡ଼ା ସର୍କଲର ଥୁଟିବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଡିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।...

ଭିତ୍ତିଭୂମି ଅଭାବରୁ ଶ୍ରୀହୀନ ଶିକ୍ଷାନୁଷ୍ଠାନ

ଧାମନଗର ୩୦।୭(ଡି.ଏନ.ଏ.)- ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଥିଲେ ବି ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାନୁଷ୍ଠାନ ଥାଇ ନ ଥିଲା ପରି ଚାଲିଛି। ଗରିବ...

Leave a comment

Your email address will not be published. Required fields are marked *