Posted inଫୁରସତ

ସବୁଠାରୁ ବଡ଼ ଶୁଆର ଜୀବାଶ୍ମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟାଗୋର ସେଣ୍ଟବାଂଥସ୍‌ ପାଖରୁ ଏବେ ବିଶାଳକାୟ ଶୁଆର ଜୀବାଶ୍ମ ମିିଳିଛି। ନ୍ୟୁଜିଲାଣ୍ଡର କଣ୍ଟେବରୀ ସଂଗ୍ରହାଳୟ ,ଫ୍ଲିଡର୍ସ ଓ ନ୍ୟୁ ସାଉଥ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ମତାନୁସାରେ ଏହାର ଲମ୍ବ ୧ ମିଟର ଓ ଓଜନମ୍‌ ୭ କିଲୋଗ୍ରାମ୍‌ ଥିଲା। ବାୟୋଲୋଜି ଲେଟର୍ସ ଜର୍ନାଲରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ଏହି ଶୁଆର ଥଣ୍ଟ ଏତେ ଶକ୍ତଶାଳୀ ଯେ ତାହାଦ୍ୱାରା ପଥରରେ ଦାଗ କରାଯାଇପାରିବ । ଏହାର ଆକାର ଓ ଓଜନକୁ ଲକ୍ଷ୍ୟ କରି ବୈଜ୍ଞାନିକମାନେ ଏହାର ନାମ ଦେଇଛନ୍ତି ହେରାକ୍ଲିସ ଇନ୍‌ସ୍କାପେକ୍ଟାଟସ୍‌। ଅଷ୍ଟ୍ରେଲିଆର ଫ୍ଲିଡର୍ସ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଟ୍ରିବର ବର୍ଥ କହନ୍ତି ଯେ, ସମୟ ଥିତ୍ଲା ନ୍ୟୁଜିଲାଣ୍ଡର ଜଙ୍ଗଲରେ ସବୁଠାରୁ ବଡ଼ପକ୍ଷୀ ହିଁ ଦେଖିବାକୁ ମିଳୁଥିଲେ , କିନ୍ତୁ ତାହା ଧୀରେ ଧୀରେ ଲୋପ ପାଇଗଲେ। । ହେରାକ୍ଳିସର ଜୀବାଶ୍ମ ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ ତଥା ଅନ୍ୟ ମହାଦ୍ୱୀପରେ ଦେଖିବାକୁ ମିଳୁଥିବା ସବୁଠୁ ବଡ ପୋରା ଡାଡୋ ର ଆକାର ଭଳି ଓ କାକାପୋ ନାମକ ଶୁଆର ଆକାରଠାରୁ ଦୁଇଗୁଣ ବଡ଼। ଏବେ କାକାପୋଙ୍କ ସଂଖ୍ୟା ସୀମିତ। ଓ ଏହାର ସଂରକ୍ଷଣ କରାଯାଉଛି। ଏହି କପୋତ ୧.୯ କୋଟି ବର୍ଷ ପୂର୍ବେ ଦେଖାଯାଉଥିଲେ। ସେଣ୍ଟବାଂଥସ୍‌ରେ ଦୀର୍ଘ ୨୦ ବର୍ଷ ଧରି ଖନନ ଚାଲିଛି ଓ ପ୍ରତିବର୍ଷ ନୂଆ ପକ୍ଷୀ କିମ୍ବା ପଶୁଙ୍କ ଜୀବାଶ୍ମ ମିଳୁଛି ବୋଲି କହନ୍ତି ଟ୍ରେବର ବର୍ଥ।


All Right Reserved By Dharitri.Com

ସୁନ୍ଦରୀ ହେବାକୁ ବାହାନା

ସୁନ୍ଦରୀ ଦିଶିବା ସବୁ ନାରୀର ଇଚ୍ଛା। ସେମିତି ବି ଇଚ୍ଛା ରଖିଥିଲେ ଜାମୀ ଲାଇନ୍‌ ଟୋଲେର ନାମ୍ନୀ ଜନୈକା ମହିଳା। ସେ ଦେଖିବାକୁ ସେମିତି ସୁନ୍ଦରୀ...

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର...

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ...

ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବା ପାଇଁ ମନେ ରଖନ୍ତୁ ଏହି ଟିପ୍ସ

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍‌ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର...

ଯେଉଁଠି ପ୍ରେତାତ୍ମା କରନ୍ତି ରୋଗୀଙ୍କ ଚିକିତ୍ସା…

ବିଜ୍ଞାନଯୁଗରେ ମଣିଷ ଅନ୍ୟଗ୍ରହରେ ଜୀବଜଗତର ସନ୍ଧାନ ଖୋଜୁଥିବାବେଳେ ଏବେ ମଧ୍ୟ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ମଣିଷ ମନରେ ରହିଛି। ଏହାର ଏକ ଉଦାହରଣ ପାଲଟିଛି...

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି।...

ଲମ୍ବା ଓଠଥିବା ମହିଳା ଅଧିକ ରୋମାଣ୍ଟିକ

ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ମଧ୍ୟରେ ଓଠ ଅନ୍ୟତମ। ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ...

ନାଗପଞ୍ଚମୀ: ନାଗଦେବତାଙ୍କ ପୂଜାରେ ଅବଲମ୍ବନ କରନ୍ତୁ ଏହିସବୁ ସାବଧାନତା

ଶ୍ରାବଣ ମାସରେ ଅନେକ ପର୍ବପର୍ବାଣି ପଡ଼ିଥାଏ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ହୋଇଥିବାରୁ ବିଶେଷକରି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ମାସର ପଞ୍ଚମୀ ତିଥିରେ...

Leave a comment

Your email address will not be published. Required fields are marked *