Posted inଖେଳ

ସଚିନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ କୋହଲି

ତ୍ରିନିଦାଦ,୧୨।୮- ସ୍ଥାନୀୟ ପୋର୍ଟ ଅଫ୍‌ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧୨୫ ବଲରୁ ୧୨୦ ରନ୍‌ର ଇନିଂସ ଖେଳିବା ଅବସରରେ କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି। ଏହା ଥିଲା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ୮ମ ଶତକ। ଫଳରେ ସେ ବିଶ୍ୱ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ତିନି ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ୮ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ସଂଖ୍ୟକ ଶତକ ଲଗାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଭାରତୀୟ ଅଧିନାୟକ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ୮ ଲେଖାଏ ଶତକ ଲଗାଇସାରିଛନ୍ତି। ଏହି ରେକର୍ଡ ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ୯ ଲେଖାଏ ଶତକୀୟ ଇନିଂସ ଖେଳିଥିଲେ।


All Right Reserved By Dharitri.Com

Posted inଖେଳ View All

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର...

କୋଣ୍ଟେ ଇଣ୍ଟର ମିଲାନ ନୂଆ ମ୍ୟାନେଜର

ମାଡ୍ରିଡ୍‌,୩୧।୫- ପୂର୍ବତନ ଜୁଭେଣ୍ଟସ ଓ ଚେଲସି ମ୍ୟାନେଜର ଆଣ୍ଟିନୋ କୋଣ୍ଟେଙ୍କୁ ଇଣ୍ଟର ମିଲାନ ଦଳର ନୂଆ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ଲବ...

ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା

ରାଞ୍ଚତ୍, ୨୦।୧୦- ରୋହିତ୍‌ ଶର୍ମାଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି। କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡର ଅଧିକାରୀ...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ:୨୦୦ ମିଟରରେ ଦୂତୀ ୫ମ

ଭୁବନେଶ୍ୱର, ୧୨।୭(କ୍ରୀଡ଼ା ପ୍ରତିନିଧି)-ଇଟାଲିର ନାପୋଲିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଣ୍ଟରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ୫ମ ସ୍ଥାନରେ...

ଭୋକାନାଲଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର

ନୂଆଦିଲ୍ଲୀ, ୨୩ା୧ (ପି.ଟି.)- ରୋଇଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଆର୍‌ଏଫ୍‌ଆଇ) ଗୁରୁବାର ରୋୟର ଦାତୁ ଭୋକାନାଲଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରିଛି। ୨୦୧୮ ଏସିଆନ...

ଅଧିନାୟକ ପଦ ଛାଡ଼ି କୋଚ୍‌ ହେଲେ ସାମି

କରାଚୀ,୬।୩- ଦୁଇ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ଫ୍ରାଞ୍ଚାଇଜ ପେଶାଓ୍ବର ଜାଲିମର...

ପାକିସ୍ତାନ ହକିର ସହାୟତା ଲାଗି ଆଗେଇ ଆସିଲେ ଅଭିନେତ୍ରୀ ମଓ୍ବେିଶ

କରାଚୀ,୩।୮(ପିଟି)- ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମଓ୍ବେିଶ ହୟାତ ଦେଶରେ ଫିଲ୍ଡ ହକିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ହୟାତ ସ୍ଥାନୀୟ ଅବଦୁଲ ସତ୍ତାର...

Leave a comment

Your email address will not be published. Required fields are marked *